ଓଡିଶା

odisha

ETV Bharat / videos

ସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ଶାରଳା, ଚଳଚଞ୍ଚଳ ପୀଠ

By ETV Bharat Odisha Team

Published : Feb 14, 2024, 8:18 PM IST

Shree Panchami:ଜଗତସିଂହପୁର: ଆଜି ପବିତ୍ର ବସନ୍ତ ପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ବତୀ । ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା’ଶାରଳାଙ୍କ ପୀଠ ସରସ୍ୱତୀ ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ।  

ଏହା ମଧ୍ୟ ପଢ଼ନ୍ତୁ..... ଆଜି ବସନ୍ତ ପଞ୍ଚମୀ, ବିରାଜିଲେ ମା' ବାଗଦେବୀ

ଆଜି ଦିନରେ ମା’ଙ୍କୁ ସରସ୍ୱତୀ ରୂପେ ପୂଜାର୍ଚ୍ଚନା କରାଯାଇଥାଏ । ମା’ଶାରଳା ଦଶଭୁଜା ମଧ୍ୟରୁ ଏକ ହସ୍ତରେ ବୀଣା ଓ ଅନ୍ୟ ହସ୍ତରେ ବେଦ ପୁସ୍ତକ ଧାରଣା କରିଛନ୍ତି । ସେଥିପାଇଁ ପ୍ରତିବର୍ଷ ବସନ୍ତ ପଞ୍ଚମୀରେ ମା’ଙ୍କୁ ସରସ୍ବତୀ ରୂପରେ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ । ଏହି ଦିନ ପିଲା ମାନଙ୍କୁ ମୁଣ୍ଡନ କରାଯିବା ସହିତ ଖଡ଼ି ଛୁଆଁଇବାର ମାନ୍ୟତା ରହିଛି । ଶାରଳାଙ୍କ ପୀଠରେ ପିଲାମାନଙ୍କୁ ଖଡ଼ି ଛୁଆଁଇଲେ ମା’ଙ୍କ ଆର୍ଶୀବାଦ ମିଳିଥାଏ । ଆଜି ପ୍ରାତଃରୁ ମା’ଙ୍କ ପହୁଡ଼ ଖୋଲା ହେବାପରେ ମଙ୍ଗଳ ଆଳତୀ, ମନ୍ଦିର ଶୋଧ, ମାର୍ଜଣା ପରେ ମା’ଙ୍କ ବେଶ କରାଯାଇଥିଲା । ପରେ ଗୋପାଳ ବଲ୍ଲଭ ଭୋଗ, ସୂର୍ଯ୍ୟ ପୂଜା ଶେଷ ହେବାପରେ ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିଲା । ଦିନ ୨ଟାରେ ମା’ଙ୍କ ନିକଟରେ ଅର୍ଣ୍ଣନୀତି ଶେଷ ପରେ ପହୁଡ଼ ଓ ସାନ୍ଧ୍ୟ 4ଟାରେ ମା’ଙ୍କୁ ମାର୍ଜଣା କରାଯାଇଥିଲା । ପରେ ମା’ଶାରଳାଙ୍କୁ ମହା ସରସ୍ଵତୀ ବେଶରେ ସଜ୍ଜିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details