ଓଡିଶା

odisha

ବୌଦ୍ଧରେ ଆନନ୍ଦ ଉଲ୍ଲାସର ସହିତ ହେରା ପଞ୍ଚମୀ ପାଳିତ - Hera Panchami rituals perform

By ETV Bharat Odisha Team

Published : Jul 12, 2024, 11:40 AM IST

Boudh Hera Panchami (ETV Bharat Odisha)

Boudh Hera Panchami ବୌଦ୍ଧ:ଆନନ୍ଦ ଉଲ୍ଲାସର ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଗୁଣ୍ଡିଚା ମନ୍ଦିରରେ ବଡ଼ ଠାକୁରଙ୍କ ଦୁର୍ଲଭ ବେଶ ଦର୍ଶନ ଅନୁଷ୍ଠିତ ହେଉଛି । ଗୁରୁବାର ପବିତ୍ର ହେରା ପଞ୍ଚମୀ ଅବସରରେ ପଶ୍ଚିମ ଓଡ଼ିଶାର ସର୍ବବୃହତ ଅଭଙ୍ଗ ତଥା ଘୂର୍ଣ୍ଣାୟମାନ ରଥଠାରେ ମାଆ ଲକ୍ଷ୍ମୀଙ୍କ ରଥ ଭଙ୍ଗା ରୀତି ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡ଼ିଶାର ସର୍ବବୃହତ ରଥ ଭାବରେ ପରିଚିତ ବୌଦ୍ଧ ଜିଲ୍ଲା ସଦରମହକୁମା ଠାରେ ଗୁରୁବାର ଆନନ୍ଦ ଉଲ୍ଲାସର ସହିତ ହେରାପଞ୍ଚମୀ ପାଳିତ ହୋଇଛି । ବୌଦ୍ଧର ଠାକୁର ଅତ୍ୟନ୍ତ ବିରଳ ଚନ୍ଦନ କାଠରେ ତିଆରି ହୋଇଥିବା ବେଳେ ଏଠାକାର ରଥ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ ।

ଏହାମଧ୍ୟ ପଢନ୍ତୁ.. ହେରାପଞ୍ଚମୀ ନୀତି; ନନ୍ଦିଘୋଷ ରଥ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ - PURI RATH YATRA HERA PANCHAMI

ହେରାପଞ୍ଚମୀ ଅବସରରେ ଶ୍ରୀଜିଉ ବାମନ ପର୍ଶୁରାମ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଅନ୍ୟପଟେ ଆଜି ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ଛେନାପୋଡ଼ ଓ କାକରା ଭୋଗ ଲାଗି ହୋଇଥିଲା । ତେବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନ୍ଧାନରେ ଆସି ମା ଲକ୍ଷ୍ମୀ ରୋଷ ହୋଇ ଫେରିଯାଇଥିଲେ । ଆଉ ଫେରିଲା ବାଟରେ ମା ଲକ୍ଷ୍ମୀ ରଥର କ୍ଷତି କରି ଯାଇଥିଲେ । ପବିତ୍ର ହେରାପଞ୍ଚମୀ ଅବସରରେ ବୈଦ୍ଧ ଜିଲ୍ଲା ସାମ୍ବାଦିକ ଫୋରମ୍ ପକ୍ଷରୁ ଆୟୋଜିତ ଭଜନ ସଂଧ୍ୟାରେ ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ମାନେ ଅଂଶ ଗ୍ରହଣ କରି ଭଜନ ପରିବେଷଣ କରିଥିଲେ ।ମା ଲକ୍ଷ୍ମୀଙ୍କ ସ୍ବତନ୍ତ୍ର ବିମାନ ଯାତ୍ରାରେ ସ୍ଥାନୀୟ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details