ନେତାଙ୍କ ଛାତି ଧଡ୍ ଧଡ୍, କେତେ ସତ ହେବ ଏକଜିଟ ପୋଲ ? - VOTE COUNTING IN malkangiri - VOTE COUNTING IN MALKANGIRI
Published : Jun 3, 2024, 10:06 PM IST
ମାଲକାନଗିରି: ରାତି ପାହିଲେ ଭୋଟ ଗଣତି । ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ । ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ୧୫ ଜଣ ପ୍ରାର୍ଥୀ ଭାଗ୍ୟ ଇଭିଏମ ମେସିନରେ ବନ୍ଦ ରହିଛି । ସ୍ଥାନୀୟ ପଲିଟେକନିକ ମହାବିଦ୍ୟାଳୟରେ ମତଦାନ ଗଣତି କାର୍ଯ୍ୟକ୍ରମ ରହିଛି । ସକାଳ ୮ଟାରେ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ଗଣତି ଓ ପରେ ଇଭିଏମ ଗଣତି ହେବ । ମାଲକାନଗିରି ବିଧାନସଭା କ୍ଷେତ୍ରରେ ୩୦୦ ବୁଥ ରହିଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୨୪୭ଟି ବୁଥ ରହିଛି । ସେହିପରି ମାଲକାନଗିରି ନିର୍ବାଚନ ମଣ୍ଡଳୀର ଗଣତି ଦୁଇଟି ହଲରେ ହେଉଥିବା ବେଳେ ଚିତ୍ରକୋଣ୍ଡା ପାଇଁ ଗୋଟିଏ ହଲ କରାଯାଇଛି । ମାଲକାନଗିରି ପାଇଁ ୧୪ଟି ଟେବୁଲ କରାଯାଇଥିବା ବେଳେ ଚିତ୍ରକୋଣ୍ଡା ପାଇଁ ୮ଟି ଟେବୁଲ ରହିଛି । ସେହିପରି ମାଲକାନଗିରି ନିର୍ବାଚନ ମଣ୍ଡଳୀର ଗଣତି ୨୨ ରାଉଣ୍ଡ ହେଉଥିବା ବେଳେ ଚିତ୍ରକୋଣ୍ଡାର ଗଣତି ୩୧ ରାଉଣ୍ଡ ହେବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଏଡିଏମ ବେଦବର ପ୍ରଧାନ ସୂଚନା ଦେଇଛନ୍ତି ।
ଇଟିଭି ଭାରତ,ମାଲକାନଗିରି