ଓଡିଶା

odisha

ETV Bharat / videos

ଖୋଲିବ ନେତାଙ୍କ ଭାଗ୍ୟ ପେଡି, ପ୍ରଶାସନ ପୁରା ପ୍ରସ୍ତୁତ - rourkela VOTE COUNTING PREPARATION

By ETV Bharat Odisha Team

Published : Jun 2, 2024, 9:23 PM IST

VOTE COUNTING PREPARATION: ରାଉରକେଲା: ଦିନକ ପରେ ଆସିବ ଜନାଦେଶ । ଆଉ ଦିନକ ପରେ ଖୋଲିବ ନେତାଙ୍କ ଭାଗ୍ୟର ପେଡି । ଏହାକୁ ନେଇ ରାଉରକେଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସହରର ଉଦିତନଗର ହାଇ ସ୍କୁଲରେ ଗଣତି ହେବ ଭୋଟ । ରାଉରକେଲା, ରଘୁନାଥପାଲ୍ଲୀ ଏବଂ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ନେତାଙ୍କ ଖୋଲିବ ଭାଗ୍ୟ । ରାଉରକେଲା ନିର୍ବାଚନ ମଣ୍ଡଳୀର ୧୧ ବିଧାୟକ ପ୍ରାର୍ଥୀ ଏବଂ ରଘୁନାଥପାଲ୍ଲୀର ୮ଏବଂ ବୀରମିତ୍ରପୁରର ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏହାକୁ ନେଇ ପ୍ରସ୍ତୁତି ସମାପ୍ତ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଳକରଣୀ ।

ସେ କହିଛନ୍ତି ଯେ, ଭୋଟ ଗଣତି ପାଇଁ ସମସ୍ତ ଅଧିକାରୀଙ୍କ ଟ୍ରେନିଂ ଶେଷ ହୋଇଛି । ଇଭିଏମ ପାଇଁ ସମ୍ପୂର୍ଣ୍ଣ ଅଲଗା କୋଠରୀ ଏବଂ ପୋଷ୍ଟଲ ବାଲୋଟ ପାଇଁ ସ୍ୱତନ୍ତ୍ର କୋଠରୀରେ ଭୋଟ ଗଣତି ହେବ । ମିଡିଆ କିଭଳି ସମ୍ପୂର୍ଣ୍ଣ ତଥ୍ୟ ପାଇ ପାରିବ, ତାହା ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରାୟ ୧୪ ରୁ ୧୬ ଜଣ ଏଜେଣ୍ଟଙ୍କୁ ସମସ୍ତ ଦଳ ନିୟୋଜିତ କରିବେ । ରାଉରକେଲା ଏବଂ ବୀରମିତ୍ରପୁର ପାଇଁ ୧୪ ଟେବୁଲ ଭୋଟ ଗଣତି ହେବ ଏବଂ କେବଳ ରଘୁନାଥପାଲ୍ଲୀରେ ୧୦ଟି ଟେବୁଲ ଗଣତି ହେବ । କିଭକି ଭାବରେ ଶୃଙ୍ଖଳିତ ଭାବରେ ଭୋଟ ଗଣତି ହେବ ,ତାହା ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।


ଏହା ମଧ୍ୟ ପଢନ୍ତୁ ...... ଭୋଟ ଗଣତି ପ୍ରସ୍ତୁତି, ଜିଲ୍ଲା ପ୍ରଶାସନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ - Vote Counting Preparation



ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details