ଓଡିଶା

odisha

By ETV Bharat Odisha Team

Published : May 8, 2024, 3:12 PM IST

ETV Bharat / videos

ବ୍ରହ୍ମପୁରରେ ରୋଡ୍ ସୋ ଓ ପଥପ୍ରାନ୍ତ ସଭା କରି ପ୍ରଚାର କଲେ ପାଣ୍ଡିଆନ - VK PANDIAN ROAD SHOW

VK Pandian road show: ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ରୋଡ୍ ଶୋ ଓ ପଥପ୍ରାନ୍ତ ସଭା କରି ପ୍ରଚାର କଲେ ଭି.କେ ପାଣ୍ଡିଆନ । ମତଦାନ ସମୟ ଯେତେ ପାଖେଇ ଆସୁଛି ପ୍ରଚାର ମଧ୍ୟ ସରଗରମ ହୋଇଉଠୁଛି । ପ୍ରାର୍ଥୀମାନଙ୍କ ପାଇଁ ଦଳର ହେଭିଓ୍ୱେଟ ନେତାମାନେ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇ ପ୍ରଚାର ଜୋରଦାର କରିଛନ୍ତି । ବ୍ରହ୍ମପୁର ବିଜେଡି ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ ବ୍ରହ୍ମପୁର ବିଜେଡି ବିଧାନସଭା ପ୍ରାର୍ଥୀ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ଜୋରଦାର ପ୍ରଚାର କରିଛନ୍ତି । ସହରର ଫାଷ୍ଟ ଗେଟ୍ ଠାରୁ ଗୋଷାଣି ନୂଆଗାଁ ପର୍ଯ୍ୟନ୍ତ ଜୋରଦାର ରୋଡ ସୋ’ କରି ପ୍ରଚାର କରିଛନ୍ତି ପାଣ୍ଡିଆନ ।

ଏହାମଧ୍ୟ ପଢନ୍ତୁ..  କଳାହାଣ୍ଡିରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ କହିଲେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ନବୀନ - Naveen Patnaik In Bhawanipatna

ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୧ ଠାରୁ ୩୬ ନମ୍ବର ୱାର୍ଡ ପର୍ଯ୍ୟନ୍ତ ଜନସାଧାରଣମାନେ ସହରର ବିଭିନ୍ନ ପଏଣ୍ଟରେ ରହି ସ୍ବାଗତ କରିଥିଲେ । ଏହି ରୋଡ ସୋ ଓ ପଥପ୍ରାନ୍ତ ପ୍ରଚାରରେ ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ, ଅର୍ବାନ ବ୍ୟାଙ୍କର ସଭାପତି ଆର୍.ମୁରଲି ମୋହନଙ୍କ ସମେତ ଡେପୁଟି ମେୟର ଇ.ବିବେକ ରେଡ୍ଡୀ ପ୍ରମୁଖ  ସାମିଲ ହୋଇଥିଲେ । ବିଜେଡି ଦଳର ବ୍ରହ୍ମପୁର ଲୋକସଭା ଆସନ ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସହରବାସୀଙ୍କୁ ଆହ୍ବାନ ଦେଇଥିଲେ ।

 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details