ଭୋଟ ଦେଉଛି ଭଦ୍ରକ: ବିଭିନ୍ନ ବୁଥରେ ଚାଲିଛି ମତଦାନ - voting in Bhadrak - VOTING IN BHADRAK
Published : Jun 1, 2024, 11:00 AM IST
ଭଦ୍ରକ: ଚଳିତ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଆଜି ଜାରି ରହିଛି । ରାଜ୍ୟର 6 ଲୋକସଭା ଆସନ ଓ 42 ବିଧାନସଭା ଆସନରେ ଭୋଟିଂ ହେଉଛି । ବିଭିନ୍ନ ସ୍ଥାନରେ ମତଦାନକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଲମ୍ବା ଧାଡିରେ ଛିଡା ହୋଇ ଭୋଟରମାନେ ଭୋଟ ଦେଉଥିବାର ଦୃଶ୍ୟ ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି । ଭଦ୍ରକ ଜିଲ୍ଲାର ବିଭିନ୍ନ ବୁଥରେ ସକାଳୁ ମତଦାନ ଜାରି ରହିଛି । ଭଦ୍ରକ ସୀମାନ୍ତରେ ଥିବା ସାହାଡ଼ା ହରିଜନ ଦୋଳଗୋବିନ୍ଦ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା 110 ଏବଂ 111 ନମ୍ବର ବୁଥରେ ପହଞ୍ଚିଥିଲା ‘ଇଟିଭି ଭାରତ’ ଟିମ୍ ।
ଭଦ୍ରକ ଜିଲ୍ଲା ଅନ୍ତର୍ଗତ 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚୂଡାନ୍ତ ତାଲିକା ଅନୁଯାୟୀ ମୋଟ 12,86,377 ଜଣ ଭୋଟର ସେମାନଙ୍କ ମତଦାନ 1,312ଟି ମତଦାନ କେନ୍ଦ୍ରରେ ସାବ୍ୟସ୍ତ କରିବେ । ଏହି ମୋଟ ମତଦାତାଙ୍କ ମଧ୍ଯରେ 66,2,805 ଜଣ ପୁରୁଷ ଏବଂ 62,3,403 ଜଣ ମହିଳା ଥିବାବେଳେ 169 ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ 27,3,913 ଜଣ ଭୋଟର ସେମାନଙ୍କ ମତଦାନ 264ଟି ମତଦାନ କେନ୍ଦ୍ରରେ ସାବ୍ୟସ୍ତ କରିବେ । ଏହି ମୋଟ ମତଦାତାଙ୍କ ମଧ୍ଯରେ 13,9,585 ଜଣ ପୁରୁଷ ଏବଂ 13,4,245 ଜଣ ମହିଳା ଥିବାବେଳେ 83 ଜଣ କିନ୍ନର ଭୋଟର ଅଛନ୍ତି । ତେବେ ଆଜି ‘ଇଟିଭି ଭାରତ’ ଭଦ୍ରକ ସୀମାନ୍ତରେ ଥିବା ସାହାଡ଼ା ହରିଜନ ଦୋଳ ଗୋବିନ୍ଦ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା 110 ଏବଂ 111 ନମ୍ବର ବୁଥରେ ପହଞ୍ଚିଥିଲା ।
ଇଟିଭି ଭାରତ, ଭଦ୍ରକ