ଓଡିଶା

odisha

By ETV Bharat Odisha Team

Published : Jun 1, 2024, 5:27 PM IST

ETV Bharat / videos

ଯମପଡ଼ା ବିଜେପି ପଞ୍ଚାୟତ ସଭାପତିଙ୍କୁ ଆକ୍ରମଣ ଅଭିଯୋଗ - BJP BRINGS VIOLENCE ALLEGATION

BJP MLA Alleges: କେନ୍ଦ୍ରାପଡ଼ା: ଆଜି ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ୧୦ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରାଉଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ୩୦୯ଟି ବୁଥ ରହିଛି । ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେପିରୁ ତେଜେଶ୍ୱର ପରିଡ଼ା ଏବଂ କଂଗ୍ରେସରୁ ରତିକାନ୍ତ କାନୁନଗୋଙ୍କ ମଧ୍ୟରେ ତ୍ରିମୁଖି ଲଢେଇ ହେଉଛି । ଏହାରି ଭିତରେ ଯମପଡା ବିଜେପି ପଞ୍ଚାୟତ ସଭାପତିଙ୍କୁ ଆକ୍ରମଣ ସହ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିବା ନେଇ ଅଭିଯୋଗ ଆସିଛି ।

ଏହା ବି ପଢନ୍ତୁ...ମତଦାନ ବେଳେ ହିଂସା, କେନ୍ଦ୍ରାପଡା ବିଜେପି ସଭାପତିଙ୍କୁ ଛୁରା ମାଡ଼

ତେଜେଶ୍ୱର ବିଭିନ୍ନ ବୁଥ ବୁଲୁଥିବାବେଳେ ବିଧାୟକ ଭୋଟିଂ ପାଇଁ ଆସିଥିବା ୫୦ଟି ଇଭିଏମରେ ତ୍ରୁଟି ଥିବା ଅଭିଯୋଗ ଆଣିଛନ୍ତି । ସେହିପରି ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯମପଡ଼ା ପଞ୍ଚାୟତରେ ବିଜେପି ସଭାପତିଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବିଜେପି ପ୍ରାର୍ଥୀ ତେଜେଶ୍ୱର ପରିଡ଼ା । 



ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details