ଓଡିଶା

odisha

ବାଲେଶ୍ୱରରେ ଭୋଟ ଗଣତି ଆରମ୍ଭ - Odisha election results 2024

By ETV Bharat Odisha Team

Published : Jun 4, 2024, 9:26 AM IST

Balasore (ETV Bharat Odisha)

Balasore Vote counting:  ବାଲେଶ୍ୱର: ଆରମ୍ଭ ହୋଇଯାଇଛି ଭୋଗ ଗଣତି  । ବିଭିନ୍ନ ଦଳର ଏଜେଣ୍ଟମାନେ ଗଣତି ପ୍ରକ୍ରିୟା ପାଇଁ ସକାଳ ସମୟରେ ଗଣତି କେନ୍ଦ୍ରରେ ପହଞ୍ଚିଛନ୍ତି । ବାଲେଶ୍ୱର ଜିଲ୍ଲାରେ ଚାରୋଟି ଗଣତି କେନ୍ଦ୍ର ହୋଇଥିବା ବେଳେ ଲୋକସଭା ପାଇଁ 88 ଏବଂ ବିଧାନ ସଭା ପାଇଁ 88ଟି ଇଭିଏମ ଟେବୁଲ ହୋଇଛି । ଏହାସହ ପୋଷ୍ଟାଲ ବାଲଟ ପାଇଁ 52ଟି ଟେବୁଲ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. BJB କ୍ୟାମ୍ପସରେ ଭୋଟ ଗଣତି: LED ସ୍କ୍ରିନ ଓ DJରେ ହେବ ଫଳାଫଳ ଘୋଷଣା - Special Arrangement For Counting


ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲୋକସଭା ପାଇଁ ଗଣତି ହେବାସହ ସଦର, ରେମୁଣା ଏବଂ ବସ୍ତା ନିର୍ବାଚନ ମଣ୍ଡଳୀ ପାଇଁ ଗଣତି ଜାରି ରହିଛି । ସେହିପରି ରେମୁଣା ଡିଗ୍ରୀ କଲେଜରେ ସୋର ଏବଂ ସିମୁଳିଆ ନିର୍ବାଚନ ମଣ୍ଡଳୀ ପାଇଁ ଗଣତି କରାଯାଉଛି । ଏହାସହ ସରକାରୀ ଆଇଟିଆଇରେ ଜଳେଶ୍ୱର, ଭୋଗରାଇ ପାଇଁ ଏବଂ ନୀଳଗିରି ଠାରେ ନୀଳଗିରି ନିର୍ବାଚନ ମଣ୍ଡଳୀ ପାଇଁ ଗଣତି ପ୍ରକ୍ରିୟା ଜାରି ରହିଛି । ସେହିପରି ଗଣତି କାର୍ଯ୍ୟ ସୁଚାରୁ ରୁପେ ପରିଚାଳନା ପାଇଁ ଟେବୁଲ ବ୍ୟବସ୍ଥା କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲଟ ପରେ ଇଭିଏମ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି  । 

ଇଟିଭି ଭାରତ, ବାଲେଶ୍ୱର 

ABOUT THE AUTHOR

...view details