ଓଡିଶା

odisha

ETV Bharat / videos

କୁମାର ପୂର୍ଣ୍ଣିମାରେ ଜମିଲା ତାସ ଖେଳର ଆସର

By ETV Bharat Odisha Team

Published : 6 hours ago


ବ୍ରହ୍ମପୁର: କୁମାର ପୂର୍ଣ୍ଣିମାକୁ ନେଇ ଉତ୍ସବମୁଖର ସାରା ରାଜ୍ୟ । ଏହାକୁ ନେଇ ଗଞ୍ଜାମ ଜିଲ୍ଲା ଚଳଚଞ୍ଚଳ । ଏହି ଦିନ ଜିଲ୍ଲାର ପ୍ରତ୍ୟେକ ଘରେ ଘରେ ଜମିଥାଏ ତାସଖେଳର ଆସର । କୁମାର ପୂର୍ଣ୍ଣିମାର ପୁଜା ବିଧି ଶେଷ କରି ମହିଳାଙ୍କ ଠାରୁ ଆରମ୍ଭ କରି ଶିଶୁ ଏବଂ ପରିବାରର ପୁରୁଷମାନେ ସମସ୍ତେ ଏକତ୍ରିତ ହୋଇ ତାସ ଖେଳିଥାନ୍ତି। ଆଉ ପିଠା ମିଠା ଖାଇ ସହିତ ଏହି ପର୍ବର ମଜା ନେଇଥାନ୍ତି । କାର୍ତ୍ତିକଙ୍କ ପରି ସୁନ୍ଦର ବର ପାଇବା ପାଇଁ କୁମାରୀମାନେ ଏହି ଦିନ ବ୍ରତ ରଖିଥାନ୍ତି । ଏଥିପାଇଁ ଭୋରରୁ ସ୍ନାନ କରି, ନୂଆ ବସ୍ତ୍ର ପରିଧାନ ସହ ନିଜକୁ ସଜାଇ ଚଉରା ମୂଳେ ମାଁ ବୃନ୍ଦାବତୀଙ୍କୁ ସ୍ମରଣ କରି କୁମାରୀମାନେ ଚନ୍ଦ୍ରଙ୍କୁ ଆଞ୍ଜୁଳି ଟେକିଥାନ୍ତି । ଆଉ ସନ୍ଧ୍ୟାବେଳେ ଏକ ମାସ ଧରି ଚାଲିଥିବା ଜହ୍ନି ଓଷା ଉଦ‌ଯାପିତ କରିଥାନ୍ତି ।

ଏହା ବି ପଢନ୍ତୁ...ଆସିଛନ୍ତି ଧନଦାତ୍ରୀ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ଏହା ବି ପଢନ୍ତୁ...ବିରାଜିବେ ଧନଦାତ୍ରୀ, ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର କେନ୍ଦ୍ରାପଡା
ଏହା ବି ପଢନ୍ତୁ...କୁମାର ପୂର୍ଣ୍ଣିମା ସ୍ପେଶାଲ; ଘରେ ବନାନ୍ତୁ ପରିବା ପୁର ଦିଆ ସୁଆଦିଆ ମଣ୍ଡା ପିଠା

ଏହା ବି ପଢନ୍ତୁ...କୁମାର ପୂର୍ଣ୍ଣମୀରେ ନିଆରା କୋଠି ପୂଜା, ନାଚଗୀତରେ ଦୁଲୁକୁଛି ଗାଁ


କୁମାରପୂର୍ଣ୍ଣିମାରେ ଘରେ ଘରେ ଜମିଥାଏ ତାସ ଖେଳର ଆସର। ମୁଖ୍ୟତଃ ତାସ ଖେଳକୁ ଆଇନ ଅନୁଯାୟୀ ଜୁଆ ଖୋଳ ଭାବରେ ବିବେଚନା କରାଯାଇଥାଏ । କୌଣସି ସ୍ଥାନରେ ତାସ ଖେଳ ଚାଲିଲେ ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ ମଧ୍ୟ ହୋଇଥାଏ । ହେଲେ କୁମାରପୂର୍ଣ୍ଣମାର ପରମ୍ପରା ମଧ୍ୟରେ ଆୟୋଜିତ ହୋଇଆସୁଛି ଏହି ଖେଳ । ବର୍ଷ ବର୍ଷ ଧରି ଏହିପୁରି ପରମ୍ପରା ରହି ଆସିଥିବା ଦେଖାଯାଇଛି ।  ଚଳିତ ବର୍ଷ ମଧ୍ୟ ବ୍ରହ୍ମପୁର ସହରରେ କୁମାର ପୂର୍ଣ୍ଣିମାରେ ଘରେ ଘରେ ତାସଖେଳର ଆସର ଜମିଛି। 


ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details