ମନ୍ଦିରରେ ବୁଲୁଛି ବାଘ, ଭୟଭୀତ ଲୋକେ - ବାଘ ଆତଙ୍କ
Published : Jan 31, 2024, 10:56 PM IST
Leopard in Temple: ଡେରାଡୁନ: ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ବାଘ ଆତଙ୍କ । ରାମନଗରରେ ବାଘ ଆକ୍ରମଣରେ କେତେକଙ୍କ ଜୀବନ ଯାଇଥିବାବେଳେ ପୁଣି ଆତଙ୍କ ରଚିଛି ବାଘ । ଅଞ୍ଚଳରେ ଥିବା ପ୍ରସିଦ୍ଧ ଘୋଡାଖୋଲ ମନ୍ଦିର ପରିସରରେ ବାଘ ବୁଲୁଥିବା ଜଣାପଡିଛି । ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଏହି ଭିଜୁଆଲ ଗତ ୨୯ ତାରିଖ ରାତିର ହୋଇଥିବାବେଳେ ବାଘ ମନ୍ଦିର ପରିସରରେ ବୁଲୁଥିବା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ...କାଜିରଙ୍ଗାରେ ବୁଲୁଛି ସୁନା ବାଘ, ଭିଡିଓ ସେୟାର କଲେ ମୁଖ୍ୟମନ୍ତ୍ରୀ
ରାମନଗରରେ ଦୀର୍ଘ ଦିନ ଧରି ବାଘ ଆତଙ୍କ ଲାଗି ରହିଥିବାବେଳେ ପୁଣି ଥରେ ବାଘ ଚଳପ୍ରଚଳ ହେଉଥିବା ଜଣାପଡିଛି । ସେପଟେ ହାତୀ ଆତଙ୍କ ଯୋଗୁ ଚାଷୀମାନଙ୍କ ବହୁ ଫସଲ କ୍ଷୟକ୍ଷତି ହେଉଛି । ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଉପଦ୍ରବ ଲାଗି ରହିଥିବାବେଳେ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ବନବିଭାଗ ସେଠାରେ ପହଞ୍ଚି ବାଘ ଘଉଡାଇବା ପାଇଁ ନିବେଦନ କରିଛନ୍ତି ସ୍ଥାନୀୟଲୋକେ ।