ଟ୍ରକ ଧକ୍କାରେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ପ୍ରତିଶ୍ରୁତି ଦେଲା ପ୍ରଶାସନ - PARADEEP ACCIDENT
Published : Nov 18, 2024, 10:36 PM IST
|Updated : Nov 18, 2024, 10:44 PM IST
ପାରାଦ୍ବୀପ: ମାଛ ବ୍ୟବସାୟୀଙ୍କ ଉପରେ ଟ୍ରକ ଚଢିଯିବା ଘଟଣା । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା । ମୃତକ ହେଲେ ପାରାଦ୍ୱୀପ ବାଲିଝରା ବସ୍ତିର ମହେନ୍ଦ୍ର କୁମାର ଜେନା । ତାଙ୍କ ମୃତ୍ୟୁକୁ ନେଇ ପାରାଦ୍ୱୀପ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା । ମିଳିଥିବା ସୂଚନା ଅନୁସାରେ, ବାଲିଝରା ବସ୍ତିରେ ରହୁଥିବା ମହେନ୍ଦ୍ର ଜେନା ସାଇକେଲ ଯୋଗେ ମାଛ ବିକ୍ରୀ ପାଇଁ ଯିବା ସମୟରେ ଏକ ଦ୍ରୁତ ଗାମୀ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ମହେନ୍ଦ୍ରଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।
ଏହା ବି ପଢନ୍ତୁ...ନିର୍ମାଣାଧିନ ବ୍ରିଜ ନିକଟରେ ରହୁନି ସୂଚନା ଫଳକ; ବ୍ରିଜ୍ରେ ପଡ଼ି ଦାଦା ମୃତ, ପୁତୁରା ଗୁରୁତର - Man Dies after falling in bridge
ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେପଟେ ପୋଲିସ ଲୋକଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିବା ସମୟରେ ପୋଲିସକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲେ ଉତ୍ତ୍ୟକ୍ତ ଲୋକେ । ପରିସ୍ଥିତି ବିଗୁଡୁଥିବା ଜାଣି ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର