ଓଡିଶା

odisha

ETV Bharat / videos

କୋଇଲା ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ, ତିନିଦିନ ଧରି ଚାଲିଛି ରେଡ୍‌ - ସୁନ୍ଦରଗଡ଼ରେ ଆୟକର ବିଭାଗ ଚଢ଼ାଉ

By ETV Bharat Odisha Team

Published : Jan 20, 2024, 8:04 PM IST

IT Raid In Sundargarh:ରାଉରକେଲା: ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢ଼ାଉ । ସୁନ୍ଦରଗଡ଼ ଜିଲ୍ଲା ସମେତ ରାଜ୍ୟ ଏବଂ ରାଜ୍ୟ ବାହାରେ ଚାଲିଛି ଏକ ବିଶାଳ ଆୟକର ଚଢ଼ାଉ । ଏକ ସାଙ୍ଗରେ ମୋଟ ୩୦ଟି ସ୍ଥାନରେ ତିନି ଦିନ ଧରି ଚାଲିଛି ମାରାଥନ ଚଢ଼ାଉ । ବ୍ୟାପକ ମାତ୍ରାରେ ଟିକସ ଫାଙ୍କିବା ଅଭିଯୋଗ ହେବା ପରେ ଚାଲିଛି ଚଢ଼ାଉ । ଓଡ଼ିଶା, ଛତିଶଗଡ଼, କଲିକତା ଓ ମହାରାଷ୍ଟ୍ରରେ ଚାଲିଛି ଏକକାଳୀନ ରୋଡ । ଚଢ଼ାଉ କରି ଆୟକର ବିଭାଗ ବ୍ୟାପକ ଟିକସ ଫାଙ୍କିଥିବା ସମ୍ପତି ଜବତ କରିଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି ।

ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମଙ୍କ ବିଭିନ୍ନ ଠିକଣାରେ ଆଜିକୁ ତିନିଦିନ ହେବ ଚଢାଉ ଜାରି ରହିଛି । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନ ଓ ଛତିଶଗଡ଼ରେ ଘନଶ୍ୟାମଙ୍କ କୋଇଲା ବ୍ୟବସାୟ ରହିଛି । ଘନଶ୍ୟାମଙ୍କ ଏମସିଏଲ କୋଇଲା ଖଣିରେ ଥିବା କୋଇାଲା ପରିବହନ ସାଇଟ୍, ଛତିଶଗଡ଼ ରାଏଗଡ଼ରେ ଥିବା ଆଇରନ, ଷ୍ଟିଲ ଓ ପାୱାର ପ୍ଲାଂଟ ଫ୍ୟାକ୍ଟ୍ରୀ ଓ ଘର ସହ ଛତିଶଗଡ଼ ରାୟପୁରରେ ଥିବା ଘର, ଅଫିସ ଏବଂ ବିଳାସପୁରରେ ଥିବା ହୋଟେଲରେ ମଧ୍ୟ ଚଢ଼ାଉ ହୋଇଛି । ତେବେ କୋଇଲା ବ୍ୟବସାୟୀ ଘନଶ୍ୟାମଙ୍କ ଓଡ଼ିଶା, ଛତିଶଗଡ଼, ମୁମ୍ବାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା ବ୍ୟବସାୟ ଓ ହୋଟେଲ ରହିଛି । ରାଉରକେଲା ସହରର ଉଦିତନଗର ଠାରେ ଇନକମ ଟ୍ୟାକ୍ସ ବିଭାଗ ମେଟ୍ରୋ କମ୍ପ୍ଲେକ୍ସର ଦୁଇଟି ଅଫିସରେ ଏବଂ ନାରାୟଣୀ ରେସିଡେନ୍ସି ବିଲ୍ଡିଂ ର ଘରେ ଏବଂ ରାଜଗାଙ୍ଗପୁରରେ ଏକ କାଳୀନ ଚାଲିଛି ଚଢ଼ାଉ । ତେବେ ରାଉରକେଲାରେ ତାଙ୍କର ବ୍ୟବସାୟ ପାର୍ଟନର ନନ୍ଦ କିଶୋର ଅଗ୍ରୱାଲଙ୍କ ଅଫିସରେ ମଧ୍ୟ ଚଢ଼ାଉ ଚାଲିଛି । ବିଶେଷ ସୁତ୍ରରୁ ସୂଚନା ଅନୁସାରେ, ରାଉରକେଲା ସହରର ବର୍ତ୍ତମାନ ସୁଦ୍ଧା କୋଟି କୋଟି ଟଙ୍କାର ଜମି ଓ ସୁନା ଅଳଙ୍କାର ସହ ବ୍ୟାପକ ଟିକସ ଫାଙ୍କିଥିବା ସୂଚନା ହସ୍ତାଗତ ହୋଇଛି । ଚଢ଼ାଉ ଶେଷ ହେବା ପରେ ହିଁ କେତେ ଟଙ୍କାର ଧନ ସମ୍ପତ୍ତି ଏବଂ ଟିକସ ଫାଙ୍କି କରାଯାଇଛି ତାହା ସ୍ପଷ୍ଟ ହେବ।  

ଏହା ମଧ୍ୟ ପଢ଼ନ୍ତୁ.....ସୁନ୍ଦରଗଡ କୋଇଲା ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ଇଟିଭା ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details