ଆଜି ଶପଥ ନେବେ ଟ୍ରମ୍ପ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - SUDARSHAN PATTNAIK SAND ART
Published : Jan 20, 2025, 7:30 AM IST
ପୁରୀ: ଆମେରିକାରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟ୍ରମ୍ପ ଶାସନ । ଦେଶର ୪୭ତମ ରାଷ୍ଟ୍ରପତି ଭାବେ ଆଜି(ସୋମବାର) ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ । ଦ୍ୱିତୀୟ ଥର ପାଇଁ ସେ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବେ । କ୍ୟାପିଟାଲ ବିଲ୍ଡିଂ ଭିତରେ ଶପଥ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେବେ ଏହି ଅବସରରେ ବିଶ୍ୱର କୋଣ ଅନୁକୋଣରୁ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ ।
ବାଲୁକା କଳାରେ ଟ୍ରମ୍ପଙ୍କୁ ଅଭିନନ୍ଦନ:
ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ନିଳାଦ୍ରୀ ବେଳାଭୂମିରେ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିଶାଳ ବାଲୁକା କଳା ନିର୍ମାଣ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ । 47 ଫୁଟ ଲମ୍ବର ଏହି ବିଶାଳ ବାଲୁକା ଚିତ୍ରକଳାରେ ଟ୍ରମ୍ପଙ୍କ ଫୋଟ ସହ ରହିଛି ଆମେରିକାର ଜାତୀୟ ପତାକା ଓ ହ୍ବାଇଟ ହାଉସ । ଏହି ଚିତ୍ରକଳାକୁ ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା ।
ଏହାମଧ୍ୟ ପଢନ୍ତୁ... |
ଇଟିଭି ଭାରତ, ପୁରୀ