ଓଡିଶା

odisha

ETV Bharat / videos

ଆହତ ହରିଣକୁ ଉଦ୍ଧାର କଲା ବନବିଭାଗ, ଚିକିତ୍ସା ଜାରି - Injured Deer rescued - INJURED DEER RESCUED

By ETV Bharat Odisha Team

Published : Apr 9, 2024, 8:33 PM IST

Injured Deer rescued in Bargarh: ବରଗଡ: ଉଦ୍ଧାର ହେଲା ଆହତ ଅବସ୍ଥାରେ ପଡିରହିଥିବା ହରିଣ। ଆଜି ବରଗଡ ଜିଲ୍ଲା ବରଗଡ ବନଖଣ୍ଡ ବିଭାଗ ସେହି ଆହତ ହରିଣକୁ ଉଦ୍ଧାର କରିଛନ୍ତି। ଡେବ୍ରିଗଡ ଜଙ୍ଗଲରୁ ପାଣି ଅନୁସନ୍ଧାନରେ ଜଙ୍ଗଲ ବାହାରୁ ବରଗଡ ସହରକୁ ଚାଲିଆସି ଗାଡି ଧକ୍କାରେ ଆହତ ହୋଇ ଜାତୀୟ ରାଜପଥ ନିକଟରେ ପଡିଥିବା ବନ ବିଭାଗ ସୂଚନା ଦେଇଛନ୍ତି। ତେବେ ସ୍ଥାନୀୟ ଲୋକେ ଆହତ ହରିଣଟିକୁ ଦେଖି ପୋଲିସ PCR ଭ୍ୟାନକୁ ଡକାଇଥିଲେ ଏବଂ ପୋଲିସ ବିଭାଗ ବରଗଡ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଖବର ଦେଇଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ.... ଗୁରୁତର ଅବସ୍ଥାରେ ସମ୍ବର ଉଦ୍ଧାର, ଚିକିତ୍ସା ଜାରି

ବନ ବିଭାଗର କହିବା ଅନୁଯାୟୀ, ଗ୍ରୀଷ୍ମରେ ପାଣିର ଉତ୍ସ କମିଯାଇଥିବାରୁ ପାଣି ଅନ୍ଵେଷଣରେ ଘଞ୍ଚ ଜଙ୍ଗଲ ଭିତରୁ ହରିଣଟି ହୀରାକୁଦର ଜିରୋ ପଏଣ୍ଟରେ ଥିବା କେନାଲ ନିକଟକୁ ଚାଲିଆସିଥିଲା। ପାଣି ପିଇବା ପାଇଁ ସୁବିଧା ସ୍ଥାନ ଖୋଜୁ ଖୋଜୁ ଜଙ୍ଗଲ ରାସ୍ତା ବାଟବଣା ହୋଇ ସେ ଆଉ ଜଙ୍ଗଲକୁ ଫେରି ପାରିନାହିଁ । ତେବେ ହରିଣଟି କେନାଲ ରାସ୍ତାରେ ଆସି ବରଗଡ ସହର ନିକଟକୁ ଚାଲି ଆସିଥିବାବେଳେ ଟେଙ୍ଗନାନାଲି ଠାରେ ଜାତୀୟ ରାଜପଥ ଅତିକ୍ରମ କରୁଥିବା ସମୟରେ ଦୁର୍ଘଟଣା ହୋଇ ପଡିଥିବାର ଅନୁମାନ କରାଯାଉଛି । ହରିଣଟିର ଡାହାଣ ଗୋଡ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ମଧ୍ୟ କ୍ଷତ ଚିହ୍ନ ରହିଛି । ତେବେ ପଶୁ ଡାକ୍ତର ହରିଣଟିର ଗୋଡକୁ ପ୍ଲାଷ୍ଟର କରିଥିବା ସହ ବନ ବିଭାଗ ପକ୍ଷରୁ ତାର ଯତ୍ନ ନିଆଯାଉଛି। ତେବେ ଉକ୍ତ ହରିଣଟି ପାଖାପାଖି 2 ବର୍ଷର ହୋଇଥିବ ବୋଲି ଅନୁମାନ କରାଯାଉଛି। ହରିଣଟି ସୁସ୍ଥ ହେଲାପରେ ତାକୁ ଡ଼େବ୍ରିଗଡ ଅଭୟାରଣ୍ୟରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details