ଓଡିଶା

odisha

ETV Bharat / videos

ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ, ଦିଲ୍ଲୀ କର୍ତ୍ତବ୍ୟ ପଥରୁ ଦେଖନ୍ତୁ LIVE - 76TH REPUBLIC DAY

By ETV Bharat Odisha Team

Published : Jan 26, 2025, 10:05 AM IST

Updated : Jan 26, 2025, 12:19 PM IST

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୬ ତମ ସାଧାରଣତନ୍ତ୍ର ଦିବସ । ତ୍ରିରଙ୍ଗାର ରଙ୍ଗରେ ରଙ୍ଗେଇ ହୋଇଛି ଦିଲ୍ଲୀଠୁ ପଲ୍ଲୀ । ସବୁଠି ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ 'ଜନ ଗଣ ମନ ଅଧି...'। ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ସଜେଇ ହୋଇଛି ଦିଲ୍ଲୀର କର୍ତ୍ତବ୍ୟ ପଥ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମାରୋହରେ ସାମିଲ ହୋଇ ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି ।ସେହିଭଳି ମୁଖ୍ୟ ଅତିଥି ଭାବେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋଓ୍ବୋ ସୁବିଆଣ୍ଟୋ ସାମିଲ ହୋଇଛନ୍ତି । ଭାରତ ସମେତ ବିଦେଶୀ ଅତିଥି ଏହି ଗୌରବଶାଳୀ ମୁହୂର୍ତ୍ତର ସାକ୍ଷୀ ବନିଛନ୍ତି । ପତାକା ଉତ୍ତୋଳନ ପରେ ଗୋଟିଏ ପରେ ଗୋଟିଏ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ । ଏହି ମେଢ ଦେଶର କଳା, ସଂସ୍କୃତି, ସାହିତ୍ୟ, ପରମ୍ପରା, ପ୍ରତିରକ୍ଷାକୁ ପ୍ରଦର୍ଶିତ କରିବ । ପରେ ପରେଡ ଆରମ୍ଭ ହେବ । ଚଳିତ ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ୩ ସେନା ଏକସାଥିରେ କର୍ତ୍ତବ୍ୟ ପଥରେ ନଜର ଆସିବେ । ବ୍ରିଟିଶ ଶାସନରୁ ମୁକ୍ତ ହେବା ପରେ ୧୯୫୦ ମସିହା ଆଜିର ଦିନରେ ସ୍ୱାଧୀନ ଭାରତର ନିଜସ୍ୱ ସମ୍ବିଧାନ ଲାଗୁ ହୋଇଥିଲା । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ ।  ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jan 26, 2025, 12:19 PM IST

ABOUT THE AUTHOR

...view details