ଓଡିଶା

odisha

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଭୁବନେଶ୍ବର ରାମ ମନ୍ଦିରରେ ଭକ୍ତିମୟ ପରିବେଶ

By ETV Bharat Odisha Team

Published : Jan 22, 2024, 4:03 PM IST

ଭୁବନେଶ୍ବର ରାମ ମନ୍ଦିରରେ ଭକ୍ତିମୟ ପରିବେଶ

Crowd at Ram Mandir Bhubaneswar ଭୁବନେଶ୍ବର: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବ ମୁଖର ସାରା ଦେଶ । ରାମଙ୍କ ଆଗମନକୁ ନେଇ ଦେଶର କୋଣ ଅନୁକୋଣରେ ଆଜି ପୂଜା ପାଠ ନାମ ସଂକୀର୍ତ୍ତନ ହେଉଥିବା ବେଳେ ଭୁବନେଶ୍ୱରର ମନ୍ଦିରରେ ମଧ୍ୟ ଉତ୍ସବ ହୋଇଥିଲା । ଫୁଲରେ ସଜେଇ ହୋଇଛି ରାମ ମନ୍ଦିର । ପ୍ରାଣ ପ୍ରତିଷ୍ଠାକୁ ନେଇ ଭୁବନେଶ୍ବର ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଭକ୍ତମାନେ ଧାଡି ବାନ୍ଧି ବେଶ ଶୃଙ୍ଖଳିତ ଢଙ୍ଗରେ ଯାଇ ପ୍ରଭୁଙ୍କର ଦର୍ଶନ କରିଛନ୍ତି । ତେବେ ଆଜିର ପବିତ୍ର ଦିନରେ ଶ୍ରୀରାମଙ୍କ ଦର୍ଶନ ପାଇଁ ଭକ୍ତଟିକୁ ବେଶ ଆନନ୍ଦ ଲାଭ କରୁଥିବା ବେଳେ ଭକ୍ତିମୟ ହୋଇଛି ରାମ ମନ୍ଦିର ପରିସର । ଆଉ ଶ୍ରୀରାମଙ୍କ ଧ୍ୱନିରେ ପ୍ରକମ୍ପିତ ହେଉଛି ଗଗନ ପବନ । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ତରଫରୁ ରାମ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । 

ଏହା ମଧ୍ୟ ପଢନ୍ତୁ: ରାମଲାଲାଙ୍କ ଆଗମନକୁ ନେଇ ନିଆରା କଳାକୃତି, ସୁକ୍ଷ୍ମ କାରୁକାର୍ଯ୍ୟରେ ଫୁଟି ଉଠୁଛି ଉତ୍କଳୀୟ କଳାଭାସ୍କର୍ଯ୍ୟ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details