ETV Bharat / lifestyle

ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ ପନିର ଦୋ ପ୍ୟାଜା - PANEER DO PYAZA RECIPE

ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲରେ ପନିର ଦୋ ପ୍ୟାଜା । ଗରମ ଗରମ ରୁଟି ସହ ଏହାକୁ ପରଷି ଦେଲେ ହାତ ଚାଟି ଖାଇବେ ପରିବାର ଲୋକେ ।

ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ ପନିର ଦୋ ପ୍ୟାଜା
ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ ପନିର ଦୋ ପ୍ୟାଜା (ETV Bharat)
author img

By ETV Bharat Lifestyle Team

Published : Nov 14, 2024, 8:04 AM IST

ଆପଣ ପନିର ମସାଲା, ବଟର ପନିର, ପନିର ଟିକା, ପକୋଡା ଆଦି ଆଇଟମ ଖାଇଥିବେ । ହେଲେ କେବେ ପନିର ଦୋ ପ୍ୟାଜା ଖାଇଛନ୍ତି କି ? ହୁଏତ ଅନେକ ଲୋକ ହୋଟେଲ କିମ୍ବା ରେସ୍ତୋରାଁରେ ଏହାକୁ ଖାଇଥିବେ । ପନିରର ଏହି ରେସିପିକୁ ଭାରି ପସନ୍ଦ କରାଯାଏ । ପନିର ଦୋ ପ୍ୟାଜା ଖାଇବାକୁ ଯେତିକି ସ୍ବାଦିଷ୍ଟ, ବନାଇବା ମଧ୍ୟ ସେତିକି ସହଜ । ଆପଣ ବି ନିଜ ଘରେ ପୁରା ରେସ୍ତୋରାଁ ଷ୍ଟାଇଲରେ ଏହି ଆଇଟମ ପ୍ରସ୍ତୁତ କରିପାରିବେ । ଚାଲନ୍ତୁ ଆଜି ଜାଣିବା ପନିରର ଏହି ରେସିପି ବିଷୟରେ

ଆବଶ୍ୟକୀୟ ସାମଗ୍ରୀ:

  • ପନିର
  • ଦହି
  • ଟମାଟୋ ପ୍ୟୁରି
  • ଅଦା ରସୁଣ ପେଷ୍ଟ
  • ଲଙ୍କା ପାଉଡର
  • ଧନିଆ ପାଉଡର
  • ହଳଦୀ
  • ଗରମ ମସାଲା
  • ତେଜପତ୍ର
  • ଡାଲଚିନି
  • ଗୁଜୁରାତି
  • କଞ୍ଚାଲଙ୍କା
  • ତେଲ
  • ଲୁଣ
  • ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ଦହି ନେଇ ଏଥିରେ ହଳଦୀ, ଗରମ ମସାଲା, ଧନିଆ ପାଉଡର, ଲଙ୍କା ପାଉଡର ମିଶାଇ ଗୋଳାଇ ଦିଅନ୍ତୁ । ଏଥିରେ କଟା ପନିର ପକାଇ 15 ମିନିଟ୍ ମ୍ୟାରିନେଟ ହେବାକୁ ଛାଡି ଦିଅନ୍ତୁ ।

ଏବେ ଗ୍ୟାସ ଉପରେ ଆଉ ଏକ କଡେଇ ବସାନ୍ତୁ । ଏଥିରେ ଏକ ଚାମଚ ତେଲ ପକାଇ ମ୍ୟାରିନେଟ ହୋଇଥିବା ପନିର ପକାନ୍ତୁ ଏବଂ 2ରୁ 3 ମିନିଟ୍ ଭାଜନ୍ତୁ । ପନିର ହାଲକା ଭାଜି ହୋଇଗଲା ପରେ ବାହାର କରି ରଖନ୍ତୁ । ଏବେ ପୁଣିଥରେ କଡେଇରେ କିଛି ତେଲ ଗରମ କରନ୍ତୁ । ଗୋଟା ମସାଲା- ଜିରା, ଡାଲଚିନ, ତେଜପତ୍ର, ଗୁଜୁରାତି ପକାଇ କିଛି ସେକେଣ୍ଡ ଭାଜନ୍ତୁ । ଏହାପରେ କଟା ପିଆଜ ଓ କଞ୍ଚା ଲଙ୍କା ପକାଇ 5 ମିନିଟ୍ ଯାଏଁ ଭାଜନ୍ତୁ ।

ପିଆଜ ରଙ୍ଗ ବଦଳି ହାଲକା ଗୋଲାପୀ ରଙ୍ଗ ଦେଖାଗଲେ ଅଦା ରସୁଣ ପେଷ୍ଟ ମିଶାନ୍ତୁ । ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଧନିଆ ପାଉଡର ମିଶାଇ ଗୋଳାଇ ଦିଅନ୍ତୁ । ଏବେ ଟମାଟୋ ପ୍ୟୁରି ମିଶାଇ କଷନ୍ତୁ ଯେପର୍ଯ୍ୟନ୍ତ ମସାଲା ତେଲ ନ ଛାଡିଛି ।

ଏହାପରେ ପନିରକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଏବଂ ଅଳ୍ପ ପାଣି ଦିଅନ୍ତୁ । ତରକାରୀ କିଛି ସମୟ ଫୁଟିଲା ପରେ ଗୋଟିଏ ପିଆଜକୁ ରେସ୍ତୋରାଁ ଷ୍ଟାଇଲରେ ବଡ ବଡ କାଟି ଏଥିରେ ମିଶାନ୍ତୁ । ଏବେ ପୁରା ମସାଲା ଭଲ ଭାବେ ଘୋଳାଇ 5ରୁ 10 ମିନିଟ ଫୁଟାନ୍ତୁ । ଶେଷରେ ଗରମ ମସାଲା, କଟା ଧନିଆ ପତ୍ର, କଞ୍ଚା ଲଙ୍କା ଦୁଇ ଫାଳ କାଟି ପକାନ୍ତୁ । ଗ୍ୟାସ୍ ବନ୍ଦ କରି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ପନିର ଦୋ ପ୍ୟାଜା ।

ଏହି ରେସିପି ବନାଇ ନିଜେ ଖାଆନ୍ତୁ ଓ ପରିବାର ଲୋକଙ୍କୁ ପରଷନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଛୁଟିଦିନରେ ଘରେ ବନାନ୍ତୁ ହାଇଦ୍ରାବାଦି ଚିକେନ ଦମ ବିରିୟାନୀ

ଏହା ମଧ୍ୟ ପଢନ୍ତୁ: ଆସିଲାଣି ଶୀତ ଦିନ, ଏହିସବୁ ରୋଗରୁ ରକ୍ଷା ପାଇଁ ପ୍ରତିଦିନ ଖାଆନ୍ତୁ ମହୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.