ETV Bharat / entertainment

ନୂଆବର୍ଷରେ ଆସୁଛି ଓଡିଆ ଫିଲ୍ମ 'ଆଞ୍ଜେଲ', ରିଲିଜ ହେଲା ମୋସନ ପୋଷ୍ଟର - NEW ODIA MOVIE ANGEL

ଖୁବଶୀଘ୍ର ପରଦାକୁ ଆସୁଛି ଆଉ ଏକ ନୂଆ ଓଡ଼ିଆ ଫିଲ୍ମ 'ଆଞ୍ଜେଲ' । ଫିଲ୍ମର ମୋସନ ପୋଷ୍ଟର ରିଲିଜ ହୋଇଥିବା ବେଳେ ନୂଆବର୍ଷରେ ଫିଲ୍ମ ପରଦାରେ କରିବ ଧମାକା ।

NEW ODIA MOVIE ANGEL
NEW ODIA MOVIE ANGEL (ETV Bharat Odisha)
author img

By ETV Bharat Entertainment Team

Published : Nov 14, 2024, 10:04 AM IST

ଭୁବନେଶ୍ୱର: ଯାଯାବର 2.0 ପରେ ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ଓଲିଉଡ ଅଭିନେତା ପ୍ରସନ୍ନଜିତ ମହାପାତ୍ର । ଫିଲ୍ମ 'ଆଞ୍ଜେଲ' ସହ ସେ କମବ୍ୟାକ କରିବାକୁ ଯାଉଛନ୍ତି । ଫିଲ୍ମର ମୋସନ ପୋଷ୍ଟର ରିଲିଜ କରି ଏହାର ରିଲିଜ ତାରିଖ ଘୋଷଣା କରିଛନ୍ତି ନିର୍ମାତା । ଭୁବନେଶ୍ୱର ପ୍ରେସ୍ କ୍ଳବ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶୁଭମ୍ ସିନେ ପ୍ରଡ଼କସନ୍ ପ୍ରଯୋଜିତ ପ୍ରଥମ ଓଡ଼ିଆ ଫିଲ୍ମ "ଆଞ୍ଜେଲ"ର ମୋସନ୍ ପୋଷ୍ଟର ରିଲିଜ ହୋଇଛି । ଯାହା 2025 ନୂଆବର୍ଷରେ ପରଦାକୁ ଆସିବ ।

NEW ODIA MOVIE ANGEL (ETV Bharat Odisha)

"ଆଞ୍ଜେଲ" ଷ୍ଟାରକାଷ୍ଟ

ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର "ଆଞ୍ଜେଲ" ର କାହାଣୀ ଲେଖିଛନ୍ତି ଜିତେନ୍ଦ୍ରୀୟ ପ୍ରଧାନ ଯିଏ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଅଭିନୟରେ ନାୟକ ପାର୍ଥସାରଥୀ ରାୟ, ନାୟିକା କାଭ୍ୟା କିରଣ ଏବଂ ପ୍ରସନ୍ନଜିତ ମହାପାତ୍ର ନଜର ଆସିବେ । ଏଥିସହ ଅନ୍ୟାନ୍ୟ ଭୂମିକାରେ ଅମିତାଭ ପାତ୍ର, ଜିତେନ୍ଦ୍ରୀୟ ପ୍ରଧାନ, ସୃଜନ, ସୂର୍ଯ୍ୟକାନ୍ତ ଦଳେଇ, ଟୁକୁନ ଭଳି ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବିଶେଷ ଭୂମିକାରେ ଶିଶୁ କଳାକାର ଭାବେ ସାଇ ତ୍ରିଷ୍ଣା ଯିଏ କି ଆଞ୍ଜେଲ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି ଏଥିରେ କାର୍ଯ୍ୟନିର୍ବାହୀ ପ୍ରଯୋଜକ ବିକାଶ ଚନ୍ଦ୍ର ପରିଡା, ଚିତ୍ରତ୍ତୋଳନ ଦାୟିତ୍ୱରେ ଯୁଧିଷ୍ଠିର ବେହେରା ଓ ସମ୍ପାଦନାରେ ଭୀର କୁମାର ନନ୍ଦ। ସଙ୍ଗୀତ ନିର୍ଦ୍ଦେଶନା ଏବଂ ପ୍ରଚ୍ଛଦପଟ ସଙ୍ଗୀତ ଅଶେଷ ଦାସ । ୨୦୨୫ ବର୍ଷ ଆରମ୍ଭରେ ଶୁଭମ ପ୍ରଡ଼କସନ୍ ଓଡ଼ିଆ ଦର୍ଶକଙ୍କୁ ତା'ର ପ୍ରଥମ ଭେଟି ଦେବ ବୋଲି ପ୍ରଯୋଜନା ସଂସ୍ଥା କହିଛି ।

ଏହା ମଧ୍ୟ ପଢନ୍ତୁ: ବଡପରଦାକୁ ଆସିବ ଓଡ଼ିଆ ଚଳଚିତ୍ର ଯାଯାବର ୨.୦, ୯୦ ଦଶକର ଝଲକ ପାଇବେ ଦର୍ଶକ

"ଆଞ୍ଜେଲ" କାହାଣୀ

ବର୍ତ୍ତମାନ ଓଡ଼ିଆ ଫିଲ୍ମର ଧାରା ବଦଳିବା ସହିତ କାହାଣୀ ହିଁ ମୁଖ୍ୟ ନାୟକ ସାଜିଛି । ଅନେକ ବର୍ଷ ପରେ ଓଡ଼ିଆ ଫିଲ୍ମ ପ୍ରତି ଦର୍ଶକ ପ୍ରେକ୍ଷାଳୟ ମୁହାଁ ହୋଇଛନ୍ତି । ତେଣୁ ଏହି ଫିଲ୍ମରେ କାହାଣୀ ହିଁ ମୁଖ୍ୟ ନାୟକ ସାଜିଛି । ଏକ ସସପେନ୍ସ ଥ୍ରୀଲର ଏବଂ ଆକ୍ସନ୍ ଫିଲ୍ମ ଓଡିଆ ସିନେମା "ଆଞ୍ଜେଲ"। ଜଣେ ସାହସୀ ପୋଲିସ ଅଧିକାରୀଙ୍କ କର୍ତ୍ତବ୍ୟ ନିଷ୍ଠାକୁ ନେନେଇ ଗତିଶୀଳ ହୋଇଛି । ପୋଲିସ ଅଧିକାରୀ ସୂର୍ଯ୍ୟକାନ୍ତ ସାମନ୍ତରାୟଙ୍କ ୮ ବର୍ଷର ଝିଅକୁ ତାଙ୍କ ବାସଭବନରୁ ଅପହରଣ କରାଯାଇଛି ଏବଂ ବିଭାଗର ଖ୍ୟାତିକୁ ବଞ୍ଚାଇରଖିବା ପାଇଁ ୨୪ଘଣ୍ଟା ମଧ୍ୟରେ ମାଷ୍ଟରମାଇଣ୍ଡକୁ ଧରିବା ପୋଲିସ ବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଯାଇଛି । କିଏ ଏହି ଅପହରଣ କରିଛି ଏବଂ କାହିଁକି କରିଛି ? ସୂର୍ଯ୍ୟକାନ୍ତ ମାଷ୍ଟରମାଇଣ୍ଡକୁ ଧରି ପାରିବେ ତ ? ତାହା ସସପେନ୍ସ ଥିବା ବେଳେ ସିନେମା ଦେଖିଲେ ନିଶ୍ଚୟ ଆପଣଙ୍କ ମନକୁ ଛୁଇଁବ ବୋଲି କହିଛନ୍ତି ପ୍ରଯୋଜକ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'ପ୍ରେମୀ ଆୱାରା' ଅଡିଓ-ଟ୍ରେଲର ରିଲିଜ,ଏହି ଦିନ କରିବ ମୁକ୍ତିଲାଭ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.