ସ୍କୁଲରେ ନିଆରା ଖାଦ୍ୟ ମେଳା: ଛାତ୍ରଛାତ୍ରୀ ହେଲେ ବ୍ୟବସାୟୀ, ଶିକ୍ଷକ ହେଲେ ଗ୍ରାହକ
🎬 Watch Now: Feature Video
ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ରୋଡ଼ ବଜାରରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରର କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ଦଶମ ବାର୍ଷିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଛି । ପିଲାମାନଙ୍କ ମଧ୍ୟରେ ବ୍ୟବସାୟିକ ଜ୍ଞାନ ବୃଦ୍ଧି ହେବା ସହିତ ଗାଣିତିକ ହିସାବ ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ମୁଖ୍ୟ ଉଦ୍ଦେଶ୍ୟ ରଖି ଏହି ନିଆରା ଖାଦ୍ୟ ମେଳା ଆୟୋଜନ କରାଯାଇଛି । ଛୋଟଛୋଟ ପିଲାମାନେ କିଭଳି ଅଭିଭାବକଙ୍କ ବିନା ସାହାଯ୍ୟରେ କ୍ରୟ ବିକ୍ରୟ କରିପାରିବେ, ଦୋକାନରେ ହେଉଥିବା ଠକାମୀର ଶିକାର ନ ହେବେ ଓ କ୍ରୟ ବିକ୍ରୟର ହିସାବ ଜାଣିପାରିବେ ସେନେଇ ବିଦ୍ୟାଳୟ ତରଫରୁ ଏହି ନିଆରା ଖାଦ୍ୟ ମେଳା ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଖାଦ୍ୟ ସାମଗ୍ରୀ ବିକାଯାଇଥିବା ବେଳେ ଛାତ୍ରାଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସେମାନଙ୍କଠାରୁ ଖାଦ୍ୟ କିଣିଥିଲେ । ତେବେ ଗତ ୧୦ବର୍ଷ ଧରି ପ୍ରତି ବର୍ଷ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପକ୍ଷରୁ ଏହି ଖାଦ୍ୟ ମେଳା ଆୟୋଜନ କରାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ...ପାରମ୍ପରିକ ଖାଦ୍ୟର ମହକରେ ମହକିଲା ମେଳା ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀରେ ଚାଲିଛି କଳିଙ୍ଗ ହର୍ବାଲ ମେଳା, ହାତପାହାନ୍ତାରେ ମିଳୁଛି ପ୍ରକୃତିଜାତ ଦ୍ରବ୍ୟ |
ଇଟିଭି ଭାରତ, ନିମାପଡ଼ା