ଓଡିଶା

odisha

ETV Bharat / videos

ମୋଦି ସରକାରଙ୍କ ଜନହିତକର ଯୋଜନା ଆୟୁଧ କରି ନିର୍ବାଚନ ଲଢ଼ିବି: ଅନନ୍ତ ନାୟକ - Former BJP MP Ananta Nayak

By ETV Bharat Odisha Team

Published : Mar 13, 2024, 12:34 PM IST

କେନ୍ଦୁଝର: ରାଜ୍ୟରେ ଗ୍ରୀଷ୍ମ ତାତିକୁ ବଳିଗଲାଣି ନିର୍ବାଚନୀ ଉଷ୍ମତା । ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଶେଷ କରି କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ଓ ଶାସକ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ମଧ୍ୟରେ ଲଢ଼େଇ ଜୋରଦାର ହେବ । ମୋଦି ସରକାର ଗତ 10 ବର୍ଷ ମଧ୍ୟରେ କରିଥିବା ଜନହିତକର କାର୍ଯ୍ୟକୁ ନେଇ ବିଜେପି ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବାବେଳେ ଇଣ୍ଡିଆ ମେଣ୍ଟ କେନ୍ଦ୍ରର ଜନବିରୋଧି ନୀତିକୁ ନେଇ ଲୋକଙ୍କ ପାଖକୁ ଯାଉଛି । ତେବେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବ । ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ଲୋକ ସମ୍ପର୍କ ଅଭିଯାନ ଆରମ୍ଭ କରିଦେଇଛନ୍ତି । କେନ୍ଦୁଝର ଜିଲ୍ଲା ମଧ୍ୟ ଏହି ରାଜନୈତିକ ସରଗରମରୁ ବାଦ ପଡ଼ିନି ।

ଜିଲ୍ଲାର ଜଣେ ଅଭିଜ୍ଞ ବିଜେପି ନେତା ଭାବେ ଜଣାଶୁଣା ଅନନ୍ତ ନାୟକଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି ସନ୍ତୋଷ କୁମାର ମହାପାତ୍ର । ଅନନ୍ତ ନାୟକ ବାଜପେୟୀ ସରକାର ସମୟରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଦୁଇ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହେବାପରେ କ୍ରମାଗତ 3 ଥର ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ପରେ ଗତ ତିନି ବର୍ଷ ହେବ ଜାତୀୟ ଜନଜାତି ଆୟୋଗର ସଦସ୍ୟ ଭାବେ ମନୋନୀତ ହୋଇଥିବାବେଳେ ଏବେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହାପରେ ଅନନ୍ତ ନାୟକ ପୁନର୍ବାର ସାଂସଦ ଭାବେ ନିର୍ବାଚନ ଲଢ଼ିବାକୁ ଆଶାୟୀ ଅଛନ୍ତି । ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେବା ଆରମ୍ଭ କରିଲେଣି । ତାଙ୍କ ସହ ଆଲୋଚନା ସମୟରେ ଜନଜାତି ସମାଜ ପାଇଁ କରିଥିବା ବିଭିନ୍ନ କାର୍ଯ୍ୟକୁ ନେଇ ଲୋକଙ୍କ ପାଖକୁ ଯାଉଥିବା ଅନନ୍ତ ନାୟକ ପ୍ରକାଶ କରିଥିଲେ । ଏହାସହ ଜନଜାତି ସମୁଦାୟ ପାଇଁ ନରେନ୍ଦ୍ର ମୋଦି ସରକାର କରିଥିବା ବିଭିନ୍ନ ଜନହିତକର କାର୍ଯ୍ୟକୁ ପାଥେୟ କରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଆଶା ରଖିଛନ୍ତି ବିଜେପି ଆଶାୟୀ ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ । ଶୁଣନ୍ତୁ ନିର୍ବାଚନ ରଣନୀତି ନେଇ ଆଉ କଣ କହୁଛନ୍ତି ଅନନ୍ତ...

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ଠାରୁ ମଧ୍ୟ ବଳିଗଲା ମେଣ୍ଟ ଚର୍ଚ୍ଚା: ଛିଡି ସାରିଛି ଆସନ ବୁଝାମଣା !

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details