ଓଡିଶା

odisha

ETV Bharat / videos

କାଠ ମାଫିଆଙ୍କ ଦୌରାତ୍ମ୍ୟ: ଆଠଗଡ଼ ବନଖଣ୍ଡରେ ରେଞ୍ଜର ମାରିଦେବାକୁ ଉଦ୍ୟମ - Smuggler Attacked Forest Officials

By ETV Bharat Odisha Team

Published : Jul 5, 2024, 10:30 PM IST

Smuggler Attacked Forest Officials: କଟକ: ଚୋରା କାଠ ଜବତ ବେଳେ କାଠ ମାଫିଆଙ୍କ ଆକ୍ରମଣ । ଅଳ୍ପକେ ବର୍ତ୍ତିଲେ ଆଠଗଡ଼ ରେଞ୍ଜର ରବିନ୍ଦ୍ର କୁମାର ନାୟକ । କାଠ ବୋଝେଇ ଟ୍ରାକ୍ଟର ଚଢ଼ାଇ ମାରିଦେବାକୁ କାଠ ମାଫିଆ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ବନ ବିଭାଗର ଗାଡ଼ି ଭାଙ୍ଗିଯାଇଥିବାବେଳେ ଆଠଗଡ଼ ରେଞ୍ଜର ଆହତ ହୋଇଛନ୍ତି । ଏହି ଘଟଣାଟି ଆଠଗଡ଼ ରେଞ୍ଜର ମୁଣ୍ଡଳି ରୋଡ୍ ନିକଟରେ ଘଟିଛି । ସୂଚନା ଅନୁଯାୟୀ, ବାଘେରା ନିକଟରେ ଫାଶୀ କାଠ ବୋଝେଇ କରି ଏକ ଟ୍ରାକ୍ଟର ଫେରାର ହୋଇଯିବାକୁ ବସିଥିବାବେଳେ ଆଠଗଡ଼ ରେଞ୍ଜରଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ । ଟ୍ରାକ୍ଟର ଜବତ କରି ବନ ବିଭାଗର କାର୍ଯ୍ୟାଳୟକୁ ଆଣୁଥିବାବେଳେ ଆଠଗଡ଼ ବାଉଦା ଗ୍ରାମ ନିକଟରେ ୬ ଜଣ ଦୁବୃର୍ତ୍ତ ଏକ କାରରେ ଆସି ହଠାତ ଜବତ ହୋଇଥିବା ଗାଡ଼ିକୁ ଅଟକାଇଥିଲେ । 

ଏହା ବି ପଢନ୍ତୁ...ଆଠମଲ୍ଲିକରୁ କୋଲକାତା ଯାଉଥିଲା କେନ୍ଦୁପତ୍ର, ମାଡି ବସିଲା ବନ ବିଭାଗ 

ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରିଥିଲେ । ଆଠଗଡ଼ ରେଞ୍ଜର ଗାଡ଼ିକୁ ପିଛା କରୁଥିବା ସମୟରେ ଟ୍ରାକ୍ଟର ଟି ବ୍ୟାକ୍ କରି ବନ ବିଭାଗର ଗାଡ଼ି ଉପରକୁ ଚଢାଇ ରେଞ୍ଜରକୁ ଜୀବନରୁ ମାରିଦେବକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଛନ୍ତି ଆଠଗଡ଼ ରେଞ୍ଜର ଏବଂ ୫ ବନ ବିଭାଗର କର୍ମଚାରୀ । ସେପଟେ ଆଠଗଡ଼ ବନ ବିଭାଗ ଦୁବୃର୍ତ୍ତଙ୍କୁ ଗିରଫ କରିଛି ।
 

ଇଟିଭି ଭାରତ, କଟକ

ABOUT THE AUTHOR

...view details