ଶୀତୁଆ ସକାଳର ଘନ କୁହୁଡିରେ ଘୋଡେ଼ଇ ହୋଇଛି ବୌଦ୍ଧ
Published : Nov 24, 2024, 6:55 PM IST
ବୌଦ୍ଧ: ଆସିଛି ଶୀତ । କୁହୁଡି଼ର ରୂପେଲି ଚାଦରରେ ଘୋଡାଇ ହୋଇଛି ପ୍ରକୃତିର ଗନ୍ତାଘର ବୌଦ୍ଧ ଜିଲ୍ଲା । ଶୀତୁଆ ସକାଳର ଘନ କୁହୁଡି ପ୍ରକୃତିର ଶୋଭାରାଜିକୁ ଦ୍ଵିଗୁଣିତ କରିଛି । ବିଳମ୍ବରେ ଜିଲ୍ଲାକୁ ଶୀତ ଛୁଇଁଥିଲେ ବି ଶୀତୁଆ ସକାଳର ମଜା ଉଠାଇବାକୁ ପ୍ରକୃତି ପ୍ରେମୀ ବିଭିନ୍ନ ପାର୍କରେ ପହଞ୍ଚି ପ୍ରକୃତିର ମନଲୋଭା ଦୃଶ୍ୟକୁ ଉପଭୋଗ କରୁଛନ୍ତି । ଶୀତୁଆ ସକାଳର ଏଭଳି ଅପରୂପ ସୁନ୍ଦରତାକୁ ନେଇ ଆହ୍ଲାଦିତ କବି ପ୍ରାଣ ଓ ଭାବୁକ ।
ଚଳିତ ବର୍ଷ ବୌଦ୍ଧ ଜିଲ୍ଲାକୁ ଶୀତ ସାମାନ୍ୟ ବିଳମ୍ବରେ ଛୁଇଁଛି । ବର୍ତ୍ତମାନ ଶୀତୁଆ ସକାଳର ସୁନ୍ଦରତାକୁ ଅଧିକ ଆକର୍ଷଣୀୟ କରୁଛି ଘନ କୁହୁଡି଼ । ଘନ କୁହୁଡି ପ୍ରକୃତିର ଶୋଭାରାଜିକୁ ବଢାଇ ଦେବା ସହିତ ସାରା ଜିଲ୍ଲାରେ ରୂପେଲି ଚାଦରରେ ଘୋଡାଇ ହେଲା ଭଳି ମନେ ହେଉଛି । ଆଉ ଏଭଳି ଶୀତୁଆ ସକାଳରେ କେଉଁଠି ସାଙ୍ଗସାଥୀଙ୍କ ସହ ଚା' ଖଟି ଚାଲିଛି ତ ଆଉ କେଉଁଠି ସତେଜ ରହିବା ପାଇଁ ଲୋକେ ବ୍ୟାୟାମ କରୁଛନ୍ତି । ଏହାସହ କୁହୁଡିର ଛୋଟଛୋଟ କାକର ବୁନ୍ଦା ସହିତ ନବପଲ୍ଲବିତ ପତ୍ର ପୁଷ୍ପ ବେଶ ଆକର୍ଷଣୀୟ ହୋଇଉଠିଛି । ଗଛରେ ପେନ୍ଥାପେନ୍ଥା ଫୁଲ ନାଚି ଉଠୁଛନ୍ତି । ଯାହା ପ୍ରକୃତି ପ୍ରେମୀ ଓ ଭାବୁକଙ୍କୁ ଆନମନା କରିଛି । ଆଉ କବି ପ୍ରାଣରେ ଜାଗ୍ରତ ହେଉଛି ଉନ୍ମାଦନା । ଏହାସହ ବୌଦ୍ଧ ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଶୀତୁଆ ସକାଳର ଘନ କୁହୁଡିର ମଜା ଉଠାଇବାକୁ ପ୍ରକୃତି ପ୍ରେମୀଙ୍କ ଭିଜ ଜମୁଛି ।
ଏହା ମଧ୍ୟ ପଢ଼ନ୍ତୁ...କାଲି ଅବପାତର ରୂପ ନେବ ଲଘୁଚାପ, ୨୭ରୁ ୩ ଦିନ ଓଡ଼ିଶାରେ ବର୍ଷା ଏହା ମଧ୍ୟ ପଢ଼ନ୍ତୁ...ଆସୁଛି ବାତ୍ୟା ! ୩ ଦିନ ଓଡ଼ିଶାରେ ଲାଗି ରହିବ ବର୍ଷା |
ଇଟିଭି ଭାରତ, ବୌଦ୍ଧ