ଓଡିଶା

odisha

ETV Bharat / videos

ବ୍ରହ୍ମପୁର MKCG ମେଡିକାଲରେ ଅଗ୍ନିକାଣ୍ଡ - FIRE BROKE OUT IN MKCG MEDICAL

By ETV Bharat Odisha Team

Published : Jan 7, 2025, 10:52 PM IST

ବ୍ରହ୍ମପୁର: ହସ୍ପିଟାଲରେ ଲାଗିଲା ନିଆଁ । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ନୂତନ ମେଡିସିନ୍ ୱାର୍ଡର ତୃତୀୟ ମହଲାରେ ଥିବା ସେମିନାର ହଲରେ ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା । ଆଜି (ମଙ୍ଗଳବାର) ଅପରାହ୍ନରେ ଆଇସିୟୁ ୱାର୍ଡ ପାର୍ଶ୍ବରେ ରହିଥିବା ସେମିନାର ହଲରେ ହଠାତ୍ ନିଆଁ ଦେଖିବାକୁ ମିଳିଥିବା ବେଳେ ଏହା ସଟସର୍କିଟ କାରଣରୁ ହୋଇଥିବା ଜଣାପଡ଼ିଛି । ସେଠାରେ ଉପସ୍ଥିତ ରହିଥିବା କର୍ମଚାରୀମାନେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିଥିବା ଯୋଗୁଁ ସେହି ରୁମରେ ବହୁ ମାତ୍ରାରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା । 

ମୁଖ୍ୟତଃ ସେଠାରେ ରହିଥିବା ଉପସ୍ଥିତ କର୍ମଚାରୀଙ୍କ ବୁଦ୍ଧି ପ୍ରୟୋଗ କରି ନିଆଁକୁ ଲିଭାଇ ଦେଇଥିବା ବେଳେ ଏଥିରେ ସେଭଳି କୈାଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା କହିଛନ୍ତି ଉପସ୍ଥିତ କର୍ମଚାରୀ ।ପୂର୍ବରୁ ଏହି ମେଡିକାଲର ସୁପର ସ୍ପେଶାଲିଷ୍ଟ ପରିସରରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା ।  

ଏହା ମଧ୍ୟ ପଢନ୍ତୁ...ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ - BURGLARS SET FIRE TO HOUSE 

ଏହା ମଧ୍ୟ ପଢନ୍ତୁ...ନିମିଷକେ ଗ୍ରାସ କରିଦେଲା ନିଆଁ, ଛାରଖାର ୧୨ ପରିବାରର ଘର - FIRE BREAKS OUT 

ଏହା ମଧ୍ୟ ପଢନ୍ତୁ...ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ - FIRE BREAKS OUT 


 ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details