ETV Bharat / sports

ବବିଙ୍କ ସ୍ଥାନ ନେବେ କି ବେବି ? OCA ସଭାପତି ରେସରେ ପୂର୍ବତନ ରଣଜୀ ଖେଳାଳି - OCA PRESIDENT

ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ କିଏ ହେବେ ଓସିଏ ପରବର୍ତ୍ତୀ ସଭାପତି ? ରେସରେ ଥିବା କହିଲେ ପୂର୍ବତନ ରଣଜୀ ଖେଳାଳି ଏବଂ କୋଚ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।

OCA PRESIDENT
OCA PRESIDENT (ETV BHARAT ODISHA)
author img

By ETV Bharat Odisha Team

Published : 11 hours ago

Updated : 8 hours ago

କଟକ: ଗଲେ ବବି ଆସିବେ କି ବେବି ? ଓଡିଶା କ୍ରିକେଟ ଆସୋସିଏସନ ସଭାପତି ରେସରେ ପୂର୍ବତନ ରଣଜୀ ଖେଳାଳି ବା କୋଚ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ପ୍ରଣବ ପ୍ରକାଶ ଦାସ ଓଡ଼ିଶା କ୍ରିକେଟ ଆସୋସିଏସନ-ଓସିଏ ସଭାପତି ପଦରୁ ଇସ୍ତଫା ଦେବା ପରେ ନୂଆ ସଭାପତି କିଏ ହେବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏହାରି ମଧ୍ୟରେ ଲଳିତେନ୍ଦୁ ବିଦ୍ୟାଧର ଏହି ପଦବୀ ପାଇଁ ଇଚ୍ଛୁକ ଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ୨୮ତମ ଆଥଲେଟିକ ମିଟରେ ଯୋଗ ଦେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।

'ଓସିଏ ପଦବୀ ପାଇଁ ମୁଁ ଇଚ୍ଛୁକ':

ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ''ବର୍ତ୍ତମାନ ପର୍ଯ୍ୟନ୍ତ ଓସିଏର ମୁଁ ମେମ୍ବର ନାହିଁ । ଦେଖିବା ଆଗକୁ କଣ ହେଉଛି । ଓଡିଶା କ୍ରିକେଟ ମୋତେ ବହୁତ ସୁନାମ ଦେଇଛି । ମୋତେ ଫେରିବାକୁ ସୁଯୋଗ ମିଳିଲେ ମୁଁ ଫେରିବି । ଆମକୁ ମାନିବାକୁ ପଡ଼ିବ ବର୍ତ୍ତମାନ ସମୟରେ ଓଡ଼ିଶା କ୍ରିକେଟ ପଛରେ ରହିଛି । ଯାହାର କାରଣ କେବଳ ଖେଳାଳି ନୁହନ୍ତି ବରଂ ସମ୍ପୂର୍ଣ୍ଣ ସଂଘ ଏଥିପାଇଁ ଚିନ୍ତା କରିବା ଆବଶ୍ୟକ । ସଂଘ ସମେତ ପୂର୍ବତନ ଖେଳାଳିମାନଙ୍କୁ ଏକାଠି କରି ଆଲୋଚନା କରାଗଲେ ଏହି ସ୍ଥିତିରେ ସୁଧାର ଆସି ପାରିବ । 'ଓସିଏ ସଭାପତି ପଦରୁ ଇସ୍ତଫା ଦେବା ବବି ଦାସଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ଭଲ ପ୍ରଦର୍ଶନ ହେଉନାହିଁ ବୋଲି ଖାଲି ଖେଳାଳିଙ୍କୁ ଦୋଷ ଦେଲେ ହେବନି, ବହୁତ କଥା ଭାବିବାକୁ ପଡ଼ିବ । ଖେଳାଳି, କୋଚ, ଚୟନକର୍ତ୍ତା ସମସ୍ତେ ବସିକି ପ୍ରଦର୍ଶନ ଉପରେ ଆଗାମୀ ଭବିଷ୍ୟତ ନେଇ ଆଲୋଚନା କରିବା କଥା । ମୁଁ ନିଶ୍ଚିତ ଭାବେ ରେସରେ ଅଛି । ''

OCA PRESIDENT (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-OCAରୁ ବବି ଦାସ ଆଉଟ୍‌, ସଭାପତି ପଦରୁ ଦେଲେ ଇସ୍ତଫା - BABI DAS QUIT OCA

ଏହା ମଧ୍ୟ ପଢନ୍ତୁ-କ୍ରୀଡ଼ାସଂଘରୁ କମୁଛି ବିଜେଡି ପତିଆରା; FAO ସଭାପତି ହେଲେ ସମୀର ଦେ - Samir Dey become President of FAO - SAMIR DEY BECOME PRESIDENT OF FAO

କ୍ରିକେଟରୁ କୋଚ୍‌ ଏବେ ଓସିଏ ସଭାପତି ଦୌଡ଼ରେ :

୧୯୮୫ ରୁ ୧୯୮୯ ପର୍ଯ୍ୟନ୍ତ ରଣଜୀ କ୍ରିକେଟର ଭାବରେ ନିଜର ପ୍ରତିଭା ଦେଖାଇଥିଲେ ବେବି । ସେହିପରି ୧୯୯୪ ରୁ ୧୯୯୯ ପର୍ଯ୍ୟନ୍ତ ଓଡିଶା ଟିମର କୋଚ ଭାବରେ ଓଡ଼ିଶା ଟିମକୁ ଏକ ନୂଆ ଦିଗ ଦର୍ଶନ ଦେଖାଇଥିଲେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଏହରି ଭିତରେ ୨୬, ବର୍ଷ ବିତି ଯାଇଛି । ଯଦି ଓସିଏ ପକ୍ଷରୁ ସୁଯୋଗ ମିଳେ ତେବେ କ୍ରିକେଟର ନିଶ୍ଚୟ ବିକାଶ କରିବି ବୋଲି କହିଛନ୍ତି ପୂର୍ବତନ ଓଡ଼ିଶା ରଣଜୀ କୋଚ୍ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।

'ଲଳିତେନ୍ଦୁ ଓସିଏକୁ ଆସିଲେ କ୍ରିକେଟ ବିକାଶ ହୋଇ ପାରିବ' :

ଓଡ଼ିଶା କ୍ରିକେଟ ସଂଘ ରେ ୭୩ ଜଣ ସଦସ୍ୟ ଓସିଏ ର ସଭାପତି ବାଛିବେ। ଯଦି କୌଣସି କ୍ଳବ, କିମ୍ବା ଜିଲ୍ଲାରୁ ସେ ନିର୍ବାଚନ ସମୟରେ ନାମାଙ୍କନ ଭରନ୍ତି ଓ ଓସିଏ ର ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଭୋଟ ଦେଇ ସଭାପତି ଭାବରେ ଚୟନ କରନ୍ତି ତେବେ ନିଶ୍ଚୟ ସେ ଓସିଏର ସଭାପତି ହେବେ ଏଥିରେ ଦ୍ବିମତ ନାହିଁ । ପୂର୍ବରୁ ସେ ଓଡିଶା କ୍ରିକେଟ ସହ ଜଡିତ ଅଛନ୍ତି । ଏପରିକି ସେ ଥିଲେ ଜଣେ ଦକ୍ଷ କୋଚ୍ ଓ କ୍ରିକେଟର । ତେଣୁ ସେ ଓସିଏକୁ ଆସିଲେ କ୍ରିକେଟର ମଧ୍ୟ ବିକାଶ ହୋଇ ପାରିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ''ପୂର୍ବତନ ସଭାପତି ପ୍ରଣବ ପ୍ରକାଶ ଦାସ ଷ୍ଟାଡିୟମରେ ଲ୍ୟାଣ୍ଡ ଟାଇଟଲ ସେ କରିଥିଲେ । ଅଲିମ୍ପିକ୍ସ ଆସୋସିଏସନ ନାଁରେ କରିଛନ୍ତି । ଯଦି ବେବି ଆସିବେ ମେମ୍ବରମାନେ ଭୋଟ ଦେଲେ ସେ ବିଜୟୀ ହେବେ । ସେ ଆଗରୁ ଖେଳିଛନ୍ତି ଓ କୋଚ ମଧ୍ୟ ଥିଲେ । ''

ଡିସେମ୍ବର 29 ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସଭାପତି ପଦରୁ ଇସ୍ତଫା ଦେଇଥିଲେ ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ତାଙ୍କ ସ୍ଥାନରେ ଓସିଏ ଉପ-ସଭାପତି ପଙ୍କଜ ଲୋଚନ ମହାନ୍ତି ଏବେ ସଭାପତି ଦାୟିତ୍ବ ତୁଲାଉଛନ୍ତି ।

ଇଟିଭି ଭାରତ, କଟକ

Last Updated : 8 hours ago
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.