ଓଡିଶା

odisha

By ETV Bharat Odisha Team

Published : Aug 11, 2024, 11:35 AM IST

ETV Bharat / videos

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳିପୋଡି ପାଉଁଶ - Astarang Hospital fire

Astarang Hospital fire:  ନିମାପଡା: ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ବିପିଏମ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ଜଳପୋଡି ପାଉଁଶ ହୋଇଯାଇଛି  । ଗତକାଲି(ଶନିବାର) ରାତିରେ ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ବିପିଏମ କାର୍ଯ୍ୟାଳରୁ ହଠାତ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଏନେଇ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଲରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ  । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବିପିଏମ କାର୍ଯ୍ୟାଳୟରେ ଥିବା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳିବା ସହ ବିଦ୍ୟୁତ ସାମଗ୍ରୀଗୁଡିକ ଜଳିଯାଇଛି । ଅନ୍ୟପଟେ କାର୍ଯ୍ୟାଳୟ ମଧ୍ୟରେ ଅଗ୍ନିନିର୍ବାପକ ଯନ୍ତ୍ର ନଥିବା ଦେଖାଦେଇଛି । 

ଏହାମଧ୍ୟ ପଢନ୍ତୁ.. SMC-2 କାରଖାନାରେ ବଡ଼ ଅଘଟଣ, ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ - worker burnt alive


ଏନେଇ ଅଗ୍ନିଶମ ଅଧିକାରୀ ଶତ୍ରୁଘନ ଦାସ କହିଛନ୍ତି, "ବିଳମ୍ବିତ ରାତିରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ ହୋଇଥିବା ଖବର ପାଇଲୁ । ଅନେକ ଜରୁରୀ କାଗଜପତ୍ର ପୋଡ଼ି ନଷ୍ଟ ହେବା ସହିତ ଲାଗିଥିବା ଏସି ପୋଡିଯାଇଛି । ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍ ସଟସର୍କିଟ କାରଣରୁ ହୋଇଥିବା ଜଣାପଡିଛି । ୮ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି ।''
 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details