କାନପୁର (ଉତ୍ତର ପ୍ରଦେଶ) : ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟର 4ର୍ଥ ଦିନ ଖେଳ ଶେଷ ହୋଇଛି । ବର୍ଷା ପ୍ରଭାବିତ ମ୍ୟାଚ୍ର 4ର୍ଥ ଦିନ ବେଶ ରୋମାଞ୍ଚକର ଥିଲା । ପ୍ରଥମ ଦିନ କେବଳ 35 ଓଭର ଖେଳ ସମ୍ଭବ ହୋଇପାରିଥିବାବେଳେ 3 ୱିକେଟ ହରାଇ 107 ରନ କରିଥିଲା ବାଂଲାଦେଶ । ବର୍ଷା ପ୍ରଭାବରେ ଏହି ମ୍ୟାଚ୍ର ଦ୍ବିତୀୟ ଓ ତୃତୀୟ ଦିନ ଖେଳ ଆରମ୍ଭ ହିଁ ହୋଇପାରିନଥିଲା । 4ର୍ଥ ଦିନ ଖେଳରେ ପ୍ରଥମେ ବାଂଲାଦେଶ 233 ରନରେ ଅଲ୍ ଆଉଟ୍ ହେବା ପରେ ଭାରତୀୟ ଦଳ ବ୍ୟାଟିଂ କରିବାକୁ ଆସିଥିଲା । ଟି20 ଷ୍ଟାଇଲରେ ବିସ୍ଫୋରକ ବ୍ୟାଟିଂ ସହ ଅନେକ ରେକର୍ଡ ଭାଙ୍ଗିଥିଲା ଭାରତ ।
ଶେଷରେ 34.4 ଓଭର ଖେଳି ଭାରତ ପ୍ରଥମ ପାଳି 285/9 ରେ ଘୋଷଣା କରିଦେଇଥିଲା । ଏହାପରେ ଦ୍ବିତୀୟ ପାଳି ବ୍ୟାଟିଂ କରିବାକୁ ଆସି ବାଂଲାଦେଶ 11 ଓଭରରେ 2 ୱିକେଟ ହରାଇ 26 ରନ କରିଛି । ଏବେ ବି ଭାରତଠାରୁ 26 ରନ ପଛରେ ଅଛି ବାଂଲାଦେଶ । ମ୍ୟାଚ୍ର ଆଉ କେବଳ ଗୋଟିଏ ଦିନ ବାକି ଥିବାବେଳେ ବିଜୟ-ମନସ୍କ ହୋଇ ଖେଳୁଛି ଟିମ୍ ଇଣ୍ଡିଆ ।
That's Stumps on Day 4 in Kanpur!
— BCCI (@BCCI) September 30, 2024
Stage set for an action-packed final day of Test cricket ⏳
Bangladesh 26/2 in the 2nd innings, trail by 26 runs.
Scorecard - https://t.co/JBVX2gz6EN#INDvBAN | @IDFCFIRSTBank pic.twitter.com/bbpsdI2jaJ
ବାଂଲାଦେଶ ପ୍ରଥମ ପାଳି :-
ଭାରତ ଓ ବାଂଲାଦେଶ ବିପକ୍ଷରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ କେବଳ 35 ଓଭର ବ୍ୟାଟିଂ ସମ୍ଭବ ହୋଇଥିଲା । କାନପୁରରେ ଲଗାତାର ବର୍ଷା କାରଣରୁ ପ୍ରାୟ ଅଢ଼େଇ ଘଣ୍ଟା ପୂର୍ବରୁ ପ୍ରଥମ ଦିନ ଖେଳ ଶେଷ ହୋଇଥିଲା । ମ୍ୟାଚ୍ରେ ଟସ୍ ପଡ଼ିବାରେ ମଧ୍ୟ ବିଳମ୍ବ ହୋଇଥିଲା । ବର୍ଷା କାରଣରୁ ଲଞ୍ଚ ବ୍ରେକ୍ ମଧ୍ୟ ଶୀଘ୍ର ହୋଇଥିଲା । ଶେଷରେ ପୁଣିଥରେ ବର୍ଷା ବ୍ୟାଘାତ କାରଣରୁ ଖେଳକୁ ଶୀଘ୍ର ଶେଷ କରିଦିଆଯାଇଥିଲା । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ 35 ଓଭର ବ୍ୟାଟିଂ କରିବା ସହ 3 ବହୁମୂଲ୍ୟ ୱିକେଟ ହରାଇ 107 ରନ ସ୍କୋର କରିଥିଲା ।
ଏହାପରେ କାନପୁରରେ ଲଗାଣ ବର୍ଷା କାରଣରୁ ଦ୍ବିତୀୟ ଓ ତୃତୀୟ ଦିନ ଖେଳ ଅସମ୍ଭବ ହୋଇଥିଲା । ଆଜି 4ର୍ଥ ଦିନରେ ଲଞ୍ଚ ବ୍ରେକ୍ ପରେ ପରେ 233 ରନରେ ସମସ୍ତ ୱିକେଟ ହରାଇଥିଲା ବାଂଲାଦେଶ । ମୋମିନୁଲ ହକ୍ ଦଳ ପାଇଁ ସର୍ବାଧିକ 107 ରନର ଅପରାଜିତ ପାଳି ଖେଳିଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମ୍ରା ସର୍ବାଧିକ 3ଟି ୱିକେଟ ହାସଲ କରିଥିବାବେଳେ ମହମ୍ମଦ ସିରାଜ, ଆକାଶ ଦୀପ ଓ ରବିଚନ୍ଦ୍ରନ ଅଶ୍ବିନ 2ଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ଗୋଟିଏ ୱିକେଟ ହାସଲ କରି ଟେଷ୍ଟ କ୍ରିକେଟରେ 300 ୱିକେଟ ପୂରଣ କରିଥିଲେ ଜାଡେଜା ।
Innings Break!#TeamIndia have declared after scoring 285/9 in just 34.4 overs and have a lead of 52 runs 👏👏
— BCCI (@BCCI) September 30, 2024
Bangladesh 2nd innings coming up.
Scorecard - https://t.co/JBVX2gz6EN#INDvBAN | @IDFCFIRSTBank pic.twitter.com/8tbuFb6GiT
ଭାରତ ପ୍ରଥମ ପାଳି :-
ହାତରେ ଆଉ କମ ସମୟ ଥିବାରୁ ବିଜୟ-ମନସ୍କ ହୋଇ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଟେଷ୍ଟ ମ୍ୟାଚ୍ରେ ଆରମ୍ଭରୁ ଟି20ର ଭ୍ରମ ସୃଷ୍ଟି କରିଥିଲା ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲଙ୍କ ଆକ୍ରମଣାତ୍ମକ ବ୍ୟାଟିଂ । କେବଳ 3 ଓଭରରେ ଅର୍ଦ୍ଧଶତକ ପୂରଣ କରି ରେକର୍ଡ କରିଥିଲା ଭାରତ । କେବଳ ଅର୍ଦ୍ଧଶତକ ନୁହେଁ, ଏହି ମ୍ୟାଚ୍ରେ ଦ୍ରୁତତମ 100, 150, 200 ଓ 250 ରନ ପୂରଣ କରିବାର ରେକର୍ଡ କରିଛି ଭାରତ । ଧୂଆଁଧାର ବ୍ଯାଟିଂ ସହ ଭାରତ କ୍ରମାଗତ ୱିକେଟ ମଧ୍ୟ ହରାଇ ଚାଲିଥିଲା । 285ରେ ବହୁମୂଲ୍ୟ 9 ୱିକେଟ ହରାଇସାରିଥିଲା ଭାରତ । ହାତରେ ଅଳ୍ପ ସମୟ ଥିବାରୁ ରୋହିତ ଏହି ସମୟରେ ପ୍ରଥମ ପାଳି ଘୋଷଣା କରିଦେଇଥିଲେ ।
ଏହି ପାଳିରେ ଭାରତ ପକ୍ଷରୁ ଜୟସ୍ବାଲ ସର୍ବାଧିକ 72 ରନ କରିଥିବାବେଳେ କେଏଲ୍ ରାହୁଲ 68 ରନର ପାଳି ଖେଳିଥିଲେ । କୋହଲି 47 ରନର ପାଳି ଖେଳି ଆଉଟ୍ ହୋଇଯାଇଥିଲେ । ଅନ୍ୟପଟେ ବାଂଲାଦେଶ ବୋଲର ମେହିଡୀ ହାସନ ମିରାଜ ଓ ଶାକିବ ଅଲ ହାସନ ଉଭୟ 4ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ହାସନ ମହମ୍ମୁଦ ଗୋଟିଏ ସଫଳତା ପାଇଥିଲେ ।
ବାଂଲାଦେଶ ଦ୍ବିତୀୟ ପାଳି :-
ଭାରତ 285ରେ ପ୍ରଥମ ପାଳି ଘୋଷଣା କରିବା ପରେ ବାଂଲାଦେଶ 52 ରନ ପଛରେ ରହି ଦ୍ବିତୀୟ ପାଳି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ହେଲେ ଭାରତକୁ ଆରମ୍ଭରୁ ଲଗାତାର ଦୁଇଟି ସଫଳତା ଦେଇଛନ୍ତି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ପ୍ରଥମେ ଜାକିର ହାସନଙ୍କୁ LBW କରି ପାଭିଲିୟନ ଫେରାଇବା ପରେ ହାସନ ମହମ୍ମୁଦଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଅଶ୍ବିନ । ଏହା ସହିତ 4ର୍ଥ ଦିନ ଖେଳ ଶେଷ ହୋଇଥିଲା । ଆଜିର ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦ୍ବିତୀୟ ପାଳିରେ 26 ରନ କରି 2 ୱିକେଟ ହରାଇ ସାରିଛି । ଏହା ସହିତ ଏବେ ବି ଭାରତ 26 ରନ ଆଗରେ ରହିଛି ।
ଆଉ ଗୋଟିଏ ଦିନ ଖେଳ ବାକି ରହିଥିବାରୁ 5ମ ଅର୍ଥାତ ଅନ୍ତିମ ଦିନ ବେଶ ରୋମାଞ୍ଚକର ହବ ।
ଏହା ମଧ୍ୟ ପଢ଼ନ୍ତୁ :-
- ରେକର୍ଡ ! ଟେଷ୍ଟ କ୍ରିକେଟରେ ଟି20 ମାଡ଼; ଦ୍ରୁତତମ 50, 100 ଓ 150 ରନ ରେକର୍ଡ କଲା ଭାରତ - IND VS BAN TEST
- କାନପୁରରେ 'ବିରାଟ' ରେକର୍ଡ; ସଚିନଙ୍କୁ ପଛରେ ପକାଇଲେ କୋହଲି - Virat Kohli Record
- 4 ଦିନରେ ସରିଲା ପ୍ରଥମ ଇନିଂସ; ଜାଡେଜାଙ୍କ ତ୍ରିଶତକ ରେକର୍ଡ - IND vs BAN Test
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ