ETV Bharat / bharat

ଏଇ ଭୁଲ ପାଇଁ ଶିକ୍ଷକ ହରାଇଲେ ଅଢେଇ କୋଟି... - Digital Arrest

author img

By ETV Bharat Odisha Team

Published : 2 hours ago

Digital Arrest: ଏହି ଭୁଲ ପାଇଁ ଉତ୍ତରାଖଣ୍ଡ ଶିକ୍ଷକ ହରାଇଲେ ପାଖାପାଖି ଅଢେଇ କୋଟି ଟଙ୍କା । ଡିଜିଟାଲ ଆରେଷ୍ଟ ଜାଲ ବିଛାଇଛନ୍ତି ସାଇବର ଠକ । କେମିତି ବର୍ତ୍ତିବେ ଏଥିରୁ ଜାଣନ୍ତୁ ।

DIGITAL ARREST
DIGITAL ARREST (ETV Bharat)

ଡେରାଡୁନ: ମାତିଛନ୍ତି ସାଇବର ଠକ । ଜାଲ ବିଛାଇ ଲୁଟି ନେଉଛନ୍ତି କୋଟି କୋଟି ଟଙ୍କା । ଆଉ ଏବେ ସାଇବର ଠକେଇର ଟ୍ରେଣ୍ଡ ପାଲଟିଛି ଡିଜିଟାଲ ଆରେଷ୍ଟ । ନିଜକୁ ପୋଲିସ, ସିବିଆଇ, କ୍ରାଇମବ୍ରାଞ୍ଚ ଅଫିସରର ପରିଚୟ ଦେଇ ଡିଜିଟାଲ ଭିଡିଓ କଲରେ ଠକ ଠକି ନେଉଛନ୍ତି କୋଟି କୋଟି ଟଙ୍କା । ଡିଜିଟାଲ ଆରେଷ୍ଟର ଶିକାର ହୋଇ ଉତ୍ତରାଖଣ୍ଡର ଜଣେ ଅବସରପ୍ରାପ୍ତ ଶିକ୍ଷକ 2 କୋଟିରୁ ଅଧିକ ଟଙ୍କା ହରାଇଛନ୍ତି । ଜାଣନ୍ତୁ କଣ ଏହି ଡିଜିଟାଲ ଆରେଷ୍ଟ । କେମିତି ବର୍ତ୍ତିବେ ଏଥିରୁ ।

ସାଇବର ଜାଲରେ ଅବସରପ୍ରାପ୍ତ ଶିକ୍ଷକ:

ଉତ୍ତରାଖଣ୍ଡର କୋତବାଲି ପଟେଲ ନଗର ଅନ୍ତର୍ଗତ ଜଣେ ଅବସର ପ୍ରାପ୍ତ ଶିକ୍ଷକ ମହିପାଲ ସିଂହ । ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି । ସେ ଥାନାରେ ଅଭିଯୋଗ ପରେ ମାମଲା ସାମ୍ନାକୁ ଆସିଛି । 9 ଧରି ତାଙ୍କୁ ଡିଜିଟାଲ ଆରେଷ୍ଟ କରିକି ରଖିଥିଲେ ସାଇବର ଠକ । ତାଙ୍କ ଅଭିଯୋଗ ଅନୁସାରେ, ଗତ ସେପ୍ଟେମ୍ବର 9ରେ ତାଙ୍କୁ ଏକ ଫୋନ କଲ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ନିଜକୁ ମୁମ୍ବାଇ ସାଇବର କ୍ରାଇମର ସବ ଇନିସପେକ୍ଟର ବିନୟ କୁମାର ଚୌବେ ଭାବେ ପରିଚୟ ଦେଇଥିଲା । ଏହାପରେ ସାଇବର ଠକ ତାଙ୍କୁ ଏକ ମାମଲା ସମ୍ପର୍କିତ କଥା ପାଇଁ ଭିଡିଓ କଲରେ କଥା ହେବାକୁ କହିଥିଲା । ପରେ ଭିଡିଓ କଲରେ ଠକ କହିଥିଲା କି, ଆପଣଙ୍କ ମୋବାଇଲ ନମ୍ବର ଓ ଆଧାରକାର୍ଡ ନମ୍ବରରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି । ଯେଉଁଥିରେ 20 ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି । ଏଥିପାଇଁ ତାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ବାହାରିଛି ।

ଶିକ୍ଷକଙ୍କୁ ଡିଜିଟାଲ ଆରେଷ୍ଟ:

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଏଭଳି ସାଇବର ଠକ କହିବା ପରେ ଯାହାକୁ ନେଇ ଡରି ଯାଇଥିଲେ ଶିକ୍ଷକ ଜଣକ । ଏଥିରୁ କେମିତି ବର୍ତ୍ତିବେ ସେନେଇ ଫୋନ କରିଥିବା ବ୍ୟକ୍ତିଙ୍କୁ ପଚାରିଥିଲେ । ସେପଟୁ ଉତ୍ତର ଆସିଥିଲା ଆପଣ ନଜରରେ ରହିବେ । ପ୍ରତି 3 ଘଣ୍ଟାରେ ଥରେ ହ୍ବାଟ୍ସଆପରେ ଆପଣ ଅଛନ୍ତି ବୋଲି ଜଣାଇବେ । ଏମିତିକି ବାହାରକୁ ଯାତ୍ରା କରିବାକୁ ଶିକ୍ଷକଙ୍କୁ ବାରଣ କରିଥିଲା ଠକ । ଏହା ପରେ ତା’ପର ଦିନ ପୁଣି ଏକ ଫୋନ ଆସିଥିଲା ଶିକ୍ଷକଙ୍କ ନିକଟକୁ । ଆଉ ଠକ କହିଥିଲା ପୋଲିସ ଅଧିକାରୀ ଆକାଶ କୁହ୍ଲାରିଙ୍କ ସହ କଥାବାର୍ତ୍ତା କରିବାକୁ । ଏହି ସମୟରେ ତାଙ୍କ ପାଖକୁ ନୋଟିସ୍‌ ଏବଂ କୋର୍ଟଙ୍କ ଦସ୍ତାବିଜ ପଠାଇଥିଲେ ଠକ । ଆଉ ତାଙ୍କର ସମସ୍ତ ବ୍ୟାଙ୍କ ଖାତା ବିଷୟରେ ତଥ୍ୟ ସଂଗ୍ରହ କରିନେଇଥିଲେ । ଏହାପରେ ଠକ ମାନେ 11 ସେପ୍ଟେମ୍ବର ଦିନ ଶିକ୍ଷକଙ୍କ ଖାତାରୁ 2 କୋଟି 27 ଲକ୍ଷ ଟଙ୍କା ଟ୍ରାନ୍ସଫର କରି ନେଇଥିଲେ । ଏହା ପରେ ଆହୁରି ଟଙ୍କା ଜମା କରିବାକୁ ସେମାନେ କହିଥିଲେ । ଏଥିରୁ ଶିକ୍ଷକ ଜଣକ ଜାଣିପାରିଥିଲେ ସେ ଠକେଇର ଶିକାର ହୋଇଛନ୍ତି ।

କଣ କହିଲା ପୋଲିସ ?

ଏନେଇ ପୋଲିସ କହିଛି ଯେ ସେହି ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବ୍ୟାଙ୍କରୁ ଟଙ୍କା ଟ୍ରାନ୍ସଫର ଯାଞ୍ଚ ମଧ୍ୟ କରାଯାଉଛି । ବର୍ତ୍ତମାନ ସାଇବର ଠକ ଘଟଣା ସହ ଡିଜିଟାଲ ଆରେଷ୍ଟ ମାମଲା ବଢିବାରେ ଲାଗିଛି । କଲ କରୁଥିବା ଠକ ବିଭିନ୍ନ ଅପରାଧର ଭୟ ଦେଖାନ୍ତି ଏବଂ ଭିଡିଓ କଲରେ ବାକଗ୍ରାଉଣ୍ଡରେ ପୋଲିସ ଷ୍ଟେସନର ଭଳି ରଖିଥାନ୍ତି । ଯେଉଁଥିରେ ଆପଣ ବିଶ୍ବାସ କରିଯିବେ ପୋଲିସ ଅଧିକାରୀ ଫୋନ କରିଛନ୍ତି । ଫଳରେ ଠକେଇ ଜାଲରେ ଫସିଯିବେ ।

ଡିଜିଟାଲ ଆରେଷ୍ଟ କଣ ?

ଡିଜିଟାଲ ଆରେଷ୍ଟରେ ଠକ ନିଜକୁ ପୋଲିସ ଅଫିସର, କ୍ରାଇମବ୍ରାଞ୍ଚ ଅଧିକାରୀ ବା ଇଡିର ଅଧିକାର ଭଳି ପରିଚୟ ଦେଇ ଫୋନ କରିବ । ଏବଂ ଯେଉଁ ବ୍ୟକ୍ତିଙ୍କୁ କଲ କରାଯାଇଥିବ ତାଙ୍କ ନାଁରେ କେସ୍‌ ଚାଲିଛି ବା ଗିରଫ ହେବା ଭଳି ଭୟ ଦେଖାଇବ । ଭିଡିଓ କଲରେ ଭୟଭୀତ କରାଇଥାନ୍ତି । ଯେମିତି ଠକ କହିବ ଆପଣଙ୍କ ନାମରେ ଏପରି ଅଭିଯୋଗ ଅଛି ଅବା ଆର୍ଥିକ ଅନିୟମିତତା ମାମଲା ରହିଛି । ଏପରିକି ଗିରଫ କରାଯିବାର ମଧ୍ୟ ଭୟ ଦେଖାଇଥାନ୍ତି ।

ଡିଜିଟାଲ ଆରେଷ୍ଟରେ ଏସବୁ ବାହାନା ଦେଖାନ୍ତି ଠକ ?

ପାର୍ସଲରେ ଠକେଇ । ଅବୈଧ ଭାବେ ଚାଲିଥିବା ପାର୍ସଲକୁ ଅଟକା ଯାଇଛି । ଯେଉଁଥିରେ ଆପଣଙ୍କ ନମ୍ବର ଦିଆଯାଇଛି ।

ଆପଣଙ୍କ ପରିବାରର କେହି ସଦସ୍ୟ ଅପରାଧରେ ସାମିଲ ଅଛନ୍ତି । ଏବଂ ତାଙ୍କୁ ଆର୍ଥିକ ସାହାଯ୍ୟର ଆବଶ୍ୟକତା ରହିଛି ।

ଆପଣଙ୍କ ଆଧାର ନମ୍ବର ଓ ଫୋନ ନମ୍ବର ଅପରାଧରେ ବ୍ୟବହାର କରାଯାଇଛି ।

କେମିତି ବର୍ତ୍ତିବେ ?

ଆଜିକାଲି ସାଇବର ଠକ ଏପରି ନୂଆ ନୂଆ ଉପାୟ କରି ସାଇବର ଠକେଇ କରିଆସୁଛନ୍ତି । ଲୋକଙ୍କ ମନରେ ଭୟ ସୃଷ୍ଟି କରି ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏଥିରୁ କେମିତି ବଞ୍ଚିବେ ।

  • ପ୍ରଥମେ ଅଜ୍ଞାତ ନମ୍ବରରୁ ଆସୁଥିବା କଲ ପ୍ରତି ସତର୍କ ରୁହନ୍ତୁ
  • ବିଶେଷକରି ଯେଉଁମାନେ କୌଣସି ଅଧିକାରୀର ପରିଚୟ ଦେଉଛନ୍ତି । ସେଠି ସତର୍କ ରୁହନ୍ତୁ
  • ଆପଣଙ୍କୁ ଯଦି ଏମିତି କଲ ଆସୁଥାଏ, ତେବେ ଠକ ଯେଉଁଅଧିକାରୀଙ୍କ ପରିଚୟ ଦେଉଛି ଏଜେନ୍ସି ସହ ଯୋଗଯୋଗ କରି ପରିଚୟ ବିଷୟରେ ପଚାରି ବୁଝନ୍ତୁ ।
  • କୌଣସି ବ୍ୟକ୍ତିଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ
  • ଅଜ୍ଞାତ କଲ ମେସେଜ ପ୍ରତି ମଧ୍ୟ ସତର୍କ ଅବଲମ୍ବନ କରନ୍ତୁ
  • ଯଦି ଆପଣଙ୍କୁ କେହି ଫୋନ କରି ଧମକ ଦେଉଛି । ଶାନ୍ତ ରୁହନ୍ତୁ କଲ୍‌ କାଟି ଦିଅନ୍ତୁ
  • ଆପଣଙ୍କୁ ଯଦି ଏପରି କଲ ଆସେ ପୋଲିସକୁ ଜଣାନ୍ତୁ ।

ସାଇବର ଠକେଇ ସମ୍ପର୍କିତ ଖବର ପଢନ୍ତୁ:

ସୋସିଆଲ ମିଡିଆରେ ଫଟୋ ସେୟାର କରୁଥିଲେ ସାବଧାନ ! ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ସାଇବର ଠକେଇରୁ ବଞ୍ଚିବା ପାଇଁ ସ୍ମାର୍ଟଫୋନରେ କରନ୍ତୁ ଏହି ସେଟିଂ; ହ୍ୟାକର୍ସ ହୋଇଯିବେ ତାଜୁବ

ଟ୍ରେଡିଂ ଆପ୍‌ରେ ଜାଲରେ ଡାକ୍ତର; ଲୁଟି ନେଲେ 87 ଲକ୍ଷ, ରାଜସ୍ଥାନରୁ ୨ ଠକଙ୍କୁ ଧରିଲା ଓଡ଼ିଶା ପୋଲିସ

ହୁସିଆର ! ଗୋଟିଏ କ୍ଲିକରେ ଖାଲି ହୋଇପାରେ ଆକାଉଣ୍ଟ, ରାଜସ୍ଥାନରୁ ବନ୍ଧା ହେଲେ 4 ହାଇପ୍ରୋଫାଇଲ ଠକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.