thumbnail

By ETV Bharat Odisha Team

Published : 2 hours ago

ETV Bharat / Videos

ମୋଦିଙ୍କ 'ମନ୍ କି ବାତ୍' ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - PM MANN KI BAAT

ଯାଜପୁର: ବଡ଼ଚଣା ଗସ୍ତରେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ୍' ଶୁଣିଲେ ମୁଖ୍ୟମନ୍ତ୍ରୀ । ବଡ଼ଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତ ବୁଢା କେନ୍ଦୁଆ ଖେଳ ପଡିଆରେ ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ୍ କି ବାତ୍'  କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଯାଜପୁର ଜିଲ୍ଲାଗସ୍ତ ହୋଇଥିବାବେଳେ ବିଜେପି କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଏଥିସହ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଜଣେ ଆଦିବାସୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ଡ଼. ରବିନ୍ଦ୍ର ନାରାୟଣ ବେହେରା, ବଡଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ....ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ୍‌' ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ - CM Mohan Listens Mann Ki Baat 

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.