ଓଡିଶା

odisha

ETV Bharat / videos

ବଜେଟ ଲାଇଭ: ବିଧାନସଭାରେ ଅନ୍ତରୀଣ ବଜେଟ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ LIVE - ଓଡିଶା ବିଧାନସଭା ବଜେଟ ଅଧିବେଶନ

By ETV Bharat Odisha Team

Published : Feb 8, 2024, 4:55 PM IST

Updated : Feb 8, 2024, 5:36 PM IST

ଭୁବନେଶ୍ବର: ଚଳିତ 2024-25 ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ବିଧାନସଭାରେ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ନିର୍ବାଚନୀ ବର୍ଷ ଥିବାରୁ ବଜେଟରେ ଅନେକ ଲୋଭନୀୟ ଘୋଷଣା କରିପାରନ୍ତି ରାଜ୍ୟ ସରକାର । ଫେବ୍ରୁଆରୀ ୫ ତାରିଖରୁ ଆରମ୍ଭ ହୋଇଛି  ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଏହି  ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ପ୍ରଥନ ଦିନ  ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ଅଭିଭାଷଣ ରଖିଥିଲେ । ଆକଳନ ହେଉଛି ସରକାର ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର କାମଚଳା ବଜେଟ ଆଗତ କରିପାରନ୍ତି। ବିଧାନସଭା ନିର୍ବାଚନ ଥିବାରୁ ଚର୍ଚ୍ଚା ହେଉଛି ରାଜ୍ୟ ସରକାର ବଜେଟରେ ଅଧିକ କଲ୍ୟାଣକାରୀ ଯୋଜନା ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ କରିପାରନ୍ତି । ଏହାସହ ଜାରି ରହିଥିବା ଅନେକ ପ୍ରକଳ୍ପ ପାଇଁ ଅଧିକ ବିଶେଷ ଅନୁଦାନ ଘୋଷଣା ହୋଇପାରେ । ଶିଳ୍ପ, ମହିଳା, ଭିତ୍ତିଭୂମି, ପର୍ଯ୍ୟଟନ କ୍ଷେତ୍ରକୁ ଅଗ୍ରାଧିକାର ମିଳିପାରେ ।

Last Updated : Feb 8, 2024, 5:36 PM IST

ABOUT THE AUTHOR

...view details