ଏଫ୍ଆଇଏଚ୍ ପ୍ରୋ ଲିଗ୍: ଆଜି ୟୁଏସ୍ଏକୁ ଭେଟିବେ ଭାରତୀୟ ମହିଳା, ବଦଳିବ ରଣନୀତି ! - ଏଫ୍ଆଇଏଚ୍ ପ୍ରୋ ଲିଗ୍
Published : Feb 18, 2024, 4:13 PM IST
FIH Womens Pro League: ରାଉରକେଲା: ଜାରି ରହିଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଭାରତୀୟ ମହିଳା ଦଳର ପରାଜୟ ଧାରା ଭଙ୍ଗିଛି । ଗତକାଲି (ଶନିବାର) ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ 1-0 ଗୋଲରେ ଦମଦାର ବିଜୟ ହାସଲ କରିଥିଲା ଭାରତୀୟ ମହିଳା ହକି ଦଳ । ଏହି ମ୍ୟାଚ୍ ପରେ ଦଳର ମନୋବଳ ବଢ଼ିଥିବା ବେଳେ ଦୃଢ଼ ଆତ୍ମବିଶ୍ବାସ ନେଇ ଆଜି (ରବିବାର) ୟୁଏସ୍ଏକୁ ଭେଟିବେ ଭାରତୀୟ ମହିଳା । ରାଉରକେଲାରେ ଆଜି ଭାରତୀୟ ମହିଳା ଦଳ ଶେଷ ମ୍ୟାଚ୍ ଖେଳିବ ।
ଏହା ମଧ୍ୟ ପଢ଼ନ୍ତୁ...FIH ପ୍ରୋ ଲିଗ୍: ୟୁଏସ୍ଏକୁ ହରାଇଲା ଚାଇନା, ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କଲା ଭାରତ
ରାଉରକେଲାରେ ଜାରି ରହିଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଭାରତୀୟ ମହିଳା ଦଳ ଆଜି ୟୁଏସ୍ଏ ବିପକ୍ଷରେ ମ୍ୟାଚ୍ ଖେଳିବ । ଚଳିତ ସିଜିନରେ ଅଷ୍ଟ୍ରେଲିଆ ପୂର୍ବରୁ ଭାରତ ଲଗାତାର ମ୍ୟାଚ୍ ହାରୁଥିବାବେଳେ କେବଳ ୟୁଏସ୍ଏ ବିପକ୍ଷରେ ବିଜୟ ଲାଭ କରିଥିଲା । ତେଣୁ ୟୁଏସ୍ଏ ବିପକ୍ଷରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି । ତେବେ ଆଜିର ମ୍ୟାଚରେ ମଧ୍ୟ ଭାରତକୁ ଆରମ୍ଭରୁ ପୂର୍ବ ମ୍ୟାଚ୍ ଭଳି ଭୁଲ ନକରି ଗେମ୍ ପ୍ଲାନ୍ ସହ ଆକ୍ରାମକ ଖେଳିବାକୁ ହେବ । ଗତକାଲିର ମ୍ୟାଚରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଫରୱାର୍ଡ ଏବଂ ମିଡ୍-ଫିଲଡ୍ ସହ ଲେଫ୍ଟ୍ ୱିଙ୍ଗ୍ରେ ହୋଇଥିବା ଭୁଲକୁ ସୁଧାରି ପ୍ରଥମ କ୍ବାର୍ଟରରୁ ଆକ୍ରାମକ ଖେଳିବାକୁ ହେବ । ଆଜିର ମ୍ୟାଚ୍ରେ ପେନାଲ୍ଟି କର୍ଣ୍ଣରକୁ ଟାର୍ଗେଟ କରିବାକୁ ପଡିବ ଏବଂ ଫିଲ୍ଡ ଗୋଲକୁ ମଧ୍ୟ ଧ୍ୟାନ ଦେବାକୁ ହେବ । ପୂର୍ବ ମ୍ୟାଚ୍ରେ ଭାରତ ଭଲ ଖେଳିଥିଲେ ହେଁ ୟୁଏସ୍ଏ ଭଳି ଟିମ କୌଣସି ମୁହୂର୍ତ୍ତରେ ଗେମ୍ପ୍ଲାନ୍ ପରିବର୍ତ୍ତନ କରିପାରେ । ତେବେ ଭାରତୀୟ ଦଳକୁ ସୁରକ୍ଷିତ ଭାବରେ ଅଟାକ କରିବାକୁ ପଡିବ ।
ଇଟିଭି ଭାରତ, ରାଉରକେଲା