ଧରାପୃଷ୍ଠରୁ ବିଦାୟ ନେଲେ ଦେବୀ ଦୁର୍ଗା, ବାଲେଶ୍ୱରରେ ଜମିଲା ଭସାଣ ଉତ୍ସବ
Published : Oct 15, 2024, 9:31 AM IST
ବାଲେଶ୍ବର: ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗତଜନନୀ ମା' ଦୁର୍ଗା । ବାଲେଶ୍ବରରେ ଧୁମଧାମରେ ଶେଷ ହୋଇଛି ଭସାଣ ଉତ୍ସାବ । ସହରର 90ରୁ ଊର୍ଦ୍ଧ୍ଵ ମେଢ଼ ହୋଇଥିବା ବେଳେ ଦୁଇଟି ସ୍ଥାନରେ ବିସର୍ଜନ କରାଯାଇଛି । ନୁଣିଆଝୋଡି ଏବଂ ବାଲିଘାଟରେ ପ୍ରଶାସନ ପକ୍ଷରୁ ବିସର୍ଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବାଲିଘାଟରେ 44ଟି ମେଢ଼ ଏବଂ ନୁଣିଆଝୋଡିରେ 36ରୁ ଊର୍ଦ୍ଧ୍ଵ ମେଢ଼ ବିସର୍ଜନ ପାଇଁ ବ୍ୟବସ୍ଥା ହୋଇଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଥିଲା । ମୋଟ 34 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବାଲେଶ୍ଵର ଏସପି ରାଜ ପ୍ରସାଦ କହିଛନ୍ତି ।
ଭସାଣ ଉତ୍ସବରେ ସାମିଲ ହୋଇଥିଲେ ସଦର ବିଧାୟକ ମାନସ ଦତ୍ତ । ମାନସ କହିଛନ୍ତି,''ମା'ଙ୍କ ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଆମର ଯେଉଁ କମିଟି ସମସ୍ତେ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ଏ ବିସର୍ଜନ କାର୍ଯ୍ୟକୁ ଆଗେଇ ନେଛନ୍ତି । ଦୁର୍ଗାପୂଜା କିପରି ଭଲରେ ଭଲରେ ଶେଷ ହେବ ସେନେଇ ଶାନ୍ତି କମିଟି ଗଠନ କରାଯାଇ ସବୁ କାର୍ଯ୍ୟ ଉଚିତ ଭାବେ ସମ୍ପାଦନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଏହା ବି ପଢନ୍ତୁ...ନିଆରା ମେଲାଣି, ଚାପ ଖେଳି ବିଦାୟ ନିଅନ୍ତି ଜଗତଜନନୀ ଏହା ବି ପଢନ୍ତୁ...ମେଲାଣି ନେଉଛନ୍ତି ମା’, କଟକରେ ଚାଲିଛି ଭସାଣ ଉତ୍ସବ |
ଇଟିଭି ଭାରତ, ବାଲେଶ୍ବର