ଓଡିଶା

odisha

ETV Bharat / videos

ପ୍ରଭୁ ଲୋକନାଥଙ୍କ ପୀଠରେ ଦୀପ ଜାଳିଲେ ଭକ୍ତ, ଶିବରାତ୍ରୀରେ ହେବ ହରିହର ଭେଟ - Mahashivratr 2024

By ETV Bharat Odisha Team

Published : Mar 8, 2024, 11:12 PM IST

Mahashivratr: ପୁରୀ: ପବିତ୍ର ମହାଶିବରାତ୍ରୀକୁ ନେଇ ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ଲୋକନାଥଙ୍କ ମନ୍ଦିର ଉତ୍ସବ ମୁଖର। ପ୍ରଭୁ ଶିବଙ୍କ ଭଜନରେ ଗୁଞ୍ଜରିତ ହୋଇ ଉଠୁଛି ପରିବେଶ । ପବିତ୍ର ଜାଗର ଅବସରରେ ଲକ୍ଷାଧିକ ଭକ୍ତ ମାନେ ଲୋକନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଏକାଠି ହୋଇ ଦୀପ ଜାଳୁଛନ୍ତି । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ହଜାର ହଜାର ଭକ୍ତ ପ୍ରଭୁ ଲୋକନାଥଙ୍କ ପୀଠକୁ ଆସି ଜାଗର ଦୀପ ଜାଳୁଛନ୍ତି ।  

ଏହା ମଧ୍ୟ ପଡ଼ନ୍ତୁ... ସରିଲା ପ୍ରତୀକ୍ଷା, ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଅନ୍ୟ ଶୈବ ପୀଠର ପରମ୍ପରା ଠାରୁ ଲୋକନାଥଙ୍କ ପରମ୍ପରା ଭିନ୍ନ । ଏଠାରେ ଶିବରାତ୍ରୀରେ ହରିହର ଭେଟ ହୋଇଥାଏ । ଶ୍ରୀମନ୍ଦିରରୁ ପ୍ରଭୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମାକୁ ଅଣାଯାଇ ପ୍ରଭୂ ଶିବଙ୍କ ସହ ଭେଟ କରାଯାଇ । ଏହି ନୀତି ପରେ ଅନେକ ନୀତି ଥିବାରୁ ପ୍ରତିବର୍ଷ ଲୋକନାଥଙ୍କ ମହାଦୀପ ଉଠିବାରେ ବିଳମ୍ବ ହୋଇଥାଏ । ତେବେ ନୀତି ନିର୍ଘଣ୍ଟକୁ ଦେଖିଲେ ଶନିବାର ଭୋର୍ 5ଟାରେ ମହାଦୀପ ଉଠିବା ସମ୍ଭାବନା ଥିବା ଲୋକନାଥଙ୍କ ସେବକ କହିଛନ୍ତି । ଭକ୍ତ କହିଛନ୍ତି ‘‘ପ୍ରଭୁ ଲୋକନାଥ ହେଉଛନ୍ତି ପ୍ରତ୍ୟକ୍ଷ ଦେବତା । ତାଙ୍କୁ ଯିଏ ନିଷ୍ଠାର ସହ ପୂଜା ଓ ସ୍ମରଣ କରେ ସେ ନିଶ୍ଚିତ ଫଳ ପ୍ରାପ୍ତି କରିଥାଏ।’’ ସେପଟେ ପ୍ରଭୁ ଲୋକନାଥ ଙ୍କ ସେବାୟତ କହିଛନ୍ତି ‘‘ମହାଶିବରାତ୍ରୀ ପ୍ରଭୁ ଶିବଙ୍କୁ ପୂଜାର୍ଚ୍ଚନା ପାଇଁ ଏକ ସ୍ଵତନ୍ତ୍ର ଦିବସ । ମହାଶିବରାତ୍ରୀରେ ପ୍ରଭୁ ଶିବ ଜାଗ୍ରତ ଅବସ୍ଥାରେ ଥାଆନ୍ତି । ଏଣୁ ଏହି ବିଶେଷ ଦିବସରେ ଯେଉଁ ଭକ୍ତ ନିଷ୍ଠାର ସହ ଦୀପ ଜାଳି ଜାଗର ବ୍ରତ ପାଳନ କରନ୍ତି ପ୍ରଭୂ ଲୋକନାଥ ଭକ୍ତଙ୍କ ଦୁଃଖ ଦୂର କରିଥାନ୍ତି।’’

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details