ଚଳଚଞ୍ଚଳ ରେଶମ ସହର, ଚନ୍ଦ୍ରଚୁଡେଶ୍ବର ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା - Mahashivratri2024
Published : Mar 8, 2024, 8:06 PM IST
Mahashivratri2024:ବ୍ରହ୍ମପୁର: ଆଜି ହେଉଛି ପବିତ୍ର ମହାଶିବରାତ୍ରୀ ତଥା ଜାଗର । ଏହି ଅବସରରେ ରେଶମ ସହରର ସମସ୍ତ ଶୈବପୀଠରେ ଲାଗି ରହିଛି ଭକ୍ତଙ୍କ ଭିଡ଼ । ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବପୀଠ । ସକାଳୁ ଦିନ ତମାମ ସମସ୍ତ ଶୈବପୀଠରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ସମାଗମ । ଭକ୍ତମାନେ ଧାଡ଼ିରେ ଆସି ମହାଦେବଙ୍କୁ ଦର୍ଶନ କରୁଛନ୍ତି । ସେହିପରି ରେଶମ ସହର ବ୍ରହ୍ମପୁରରେ ମଧ୍ୟ ବହୁ ଆଡ଼ମ୍ବରରେ ପାଳନ ହେଉଛି ମହାଶିବରାତ୍ରୀ । ସହର ଚନ୍ଦ୍ରଚୁଡେଶ୍ବର ଶୈବପୀଠରେ ସକାଳୁ ମଙ୍ଗଳ ଆଳତୀ ପରେ ଆରମ୍ଭ ହୋଇଥିଲା ଭକ୍ତଙ୍କ ଦର୍ଶନ ।ଏହି ପୀଠରେ ବାବାଙ୍କ ସ୍ଫଟିକ ଲିଙ୍ଗକୁ ପୂଜା କରାଯାଉଛି ।
ସେପଟେ ମହାଶିବରାତ୍ରୀ ଅବସରରେ ସହରର ସମସ୍ତ ଶୈବପୀଠରେ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେ ନେଇ ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇ । ମଧ୍ୟ ରାତ୍ରରେ ମହାଦୀପ ଉଠିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଯେପରି ସୁରୁଖୁରୁରେ ସମ୍ପାଦନ ହେବ । ସେ ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରାକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ସହରର ଅନ୍ୟତମ ନୀଳକଣ୍ଠେଶ୍ଵର ମନ୍ଦିର ଠାରୁ ଆରମ୍ଭ କରି ରାମଲିଙ୍ଗେଶ୍ବର ମନ୍ଦିର, କମାପଲ୍ଲୀ ସ୍ଥିତ ବୈଦ୍ୟନାଥେଶ୍ବର, କୋର୍ଟପେଟା ସ୍ଥିତ ଶିବ ମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆୟୋଜନ କରାଯାଇଛି । ଏହି ଅବସରରେ ବ୍ରହ୍ମପୁରର ଚନ୍ଦ୍ରଚୁଡେଶ୍ବର ଶୈବପୀଠରେ କିପରି ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା , ସେ ନେଇ ମନ୍ଦିର କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ ।
ଏହା ମଧ୍ୟ ପଢନ୍ତୁ ......ପବିତ୍ର ମହାଶିବରାତ୍ରୀ; ଉତ୍ସବ ମୁଖର ଲୋକନାଥ ପୀଠ, ଭୋର୍ 4 ଟାରେ ଉଠିବ ମହାଦୀପ
ଇଟିଭି ଭାରତ, ବ୍ରହ୍ମପୁର