ଓଡିଶା

odisha

ETV Bharat / videos

କୋଣାର୍କ ଇକୋ ରିଟ୍ରିଟ୍ ଉଦଘାଟିତ, ମାର୍ଚ୍ଚ ୧୩ ଯାଏଁ ମଜା ନେବେ ପର୍ଯ୍ୟଟକ - KONARK ECO RETREAT INAUGURATED

By ETV Bharat Odisha Team

Published : Dec 13, 2024, 10:02 PM IST

ନିମାପଡ଼ା: ଉଦଘାଟିତ ହେଲା ଇକୋ ରିଟ୍ରିଟ୍ । ଉଦଘାଟନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ବ୍ରହ୍ମଗିରି, ପିପିଲି, ପୁରୀ, କାକଟପୁର ସତ୍ୟବାଦୀ ବିଧାୟକ ଉପସ୍ଥିତ ଥିଲେ। ବଙ୍ଗୋପସାଗର ଓ କୁଶଭଦ୍ରା ନଦୀର ମଧ୍ୟ ଭାଗରେ ଥିବା ବାଲୁକା ସ୍ତୁପରେ ନିର୍ମାଣଧୀନ ଅତ୍ୟାଧୁନିକ ତମ୍ବୁ ଘରେ ଶୀତୁଆ ସନ୍ଧ୍ୟାର ମଜା ଉଠାଇବେ ଦେଶ ବିଦେଶର ପର୍ଯ୍ୟଟକ । ପ୍ରତିବର୍ଷ ପରି ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ୬ଟି ସ୍ଥାନରେ ଇକୋ ରିଟ୍ରିଟ୍ କରାଯାଇଥିବାବେଳେ ମା' ରାମଚଣ୍ଡୀଙ୍କ ପୀଠରେ ୫୦ରୁ ୭୦ ଟି ଅତ୍ୟାଧୁନିକ ତମ୍ବୁ ଘର ନିର୍ମାଣ କରାଯାଇଛି। ସକାଳର ସୁନେଲୀ ସୂର୍ଯ୍ୟକିରଣ ସହିତ ସନ୍ଧ୍ୟା ସମୟରେ ଅସ୍ତଗାମୀ ସୂର୍ଯ୍ୟ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ ।

ଏହା ବି ପଢନ୍ତୁ...ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଇକୋ ରିସର୍ଟ; ଜାଣନ୍ତୁ କେମିତି କରିବେ ବୁକିଂ...

ନଦୀ ଓ ସମୁଦ୍ରକୁ ସଂଯୋଗ କରିବା ଲାଗି ଚଳିତ ବର୍ଷ ନୂତନ କରି କାଠରେ ନିର୍ମାଣ ତୋରଣ ପର୍ଯ୍ୟଟକମାନଙ୍କୁ ମଧ୍ୟ ଆକୃଷ୍ଟ କରିବ ବୋଲି ଆଶା ରହିଛି । ପ୍ରତ୍ୟେକ ରୁମ ପିଛା ୫ ହଜାରରୁ ୩୫ ହଜାର ରଖାଯାଇଛି । ଏହା ଓଡି଼ଶାର ଅର୍ଥନୈତିକ ବିକାଶକୁ ଆଗକୁ ବଢାଇବ ବୋଲି ଆଶା ରହିଛି। ଏହାସହ ସ୍ଥାନୀୟ ବେକାରୀ ୫ଶହରୁ ଅଧିକ ଯୁବକଯୁବତୀ ୩ ମାସ ପାଇଁ ରୋଜଗାର ପାଇବେ । ଏହି ଇକୋ-ରିଟ୍ରିଟ୍ ଡିସେମ୍ବର ୧୩ରୁ ଆରମ୍ଭ ମାର୍ଚ୍ଚ ୧୩ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି  । ପର୍ଯ୍ଯଟକମାନଙ୍କ ପାଇଁ ବୋଟିଂ ସହ ସମୁଦ୍ର ଭିତରେ ବୁଲିବାକୁ ବ୍ୟବସ୍ଥା କରାଯାଇଛି  । ଛୋଟ ଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ରଖାଯାଇଛି। ପର୍ଯ୍ଯଟକମାନେ ସୂର୍ଯ୍ୟ ମନ୍ଦିର ବୁଲିବା ସହ ଚନ୍ଦ୍ରଭାଗା, ରାମଚଣ୍ଡୀ ବୁଲି ଏଠାରେ ରାତ୍ରିଯାପନ କରିପାରିବେ। ସନ୍ଧ୍ୟା ସମୟରେ ଗୋଟିପୁଅ ନୃତ୍ୟ ପରିବେଷଣ କରି ପର୍ଯ୍ୟଟକମାନଙ୍କୁ ବାନ୍ଧି ରଖିଥିଲା ଇକୋରିଟ୍ରିଟ୍ ମଞ୍ଚ ।


ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details