ଓଡିଶା

odisha

ETV Bharat / videos

ବାତ୍ୟା ‘ଦାନା’ ପାଇଁ 6 ଜିଲ୍ଲାକୁ ଗଲା NDRF ଟିମ୍‌

By ETV Bharat Odisha Team

Published : 4 hours ago

କଟକ: ସାମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ଟିମ୍ ପଠାଇଲା ‘ଏନଡିଆରଏଫ’ । କଟକ ମୁଣ୍ଡଳୀ ସ୍ଥିତ NDRF ଥାର୍ଡ- ବାଟାଲିୟନ ପରିସରରୁ 10 ଟିମ୍ 6 ପ୍ରଭାବିତ ଜିଲ୍ଲାକୁ ପଠାଯାଇଛି । ପ୍ରଥମ ପର୍ଯ୍ୟାୟରେ ପୁରୀକୁ ଗୋଟିଏ, ଭଦ୍ରକକୁ 2ଟି, ବାଲେଶ୍ଵର 2ଟି ,ଜଗତସିଂହପୁରକୁ 2ଟି, କେନ୍ଦ୍ରାପଡ଼ାକୁ 2ଟି, ମୟୂରଭଞ୍ଜକୁ ଗୋଟିଏ ଟିମ ଆନୁସଙ୍ଗିକ ଉପକରଣ ସହ ପଠାଯାଇଛି । ବିଶେଷକରି ବାତ୍ୟା ଛାଡିବା ପରେ ଭାଙ୍ଗିଥିବା ଗଛ କାଟିବା ପାଇଁ ବିଭିନ୍ନ ଅତ୍ୟାଧୁନିକ ମେସିନ ବ୍ୟବହାର କରିବେ ଏହି ଟିମ। ପ୍ରଥମ ପର୍ଯ୍ୟାୟରେ 10ଟି ଟିମ୍‌ ଗସ୍ତ କରିଛି । ଆବଶ୍ୟକ ପଡ଼ିଲେ ଆହୁରି ଟିମ ମଧ୍ୟ ପ୍ରଭାବିତ ହେବାକୁଥିବା ଜିଲ୍ଲା ମାନଙ୍କୁ ପଠାଯିବ ବୋଲି କହିଛନ୍ତି NDRF ଥାର୍ଡ ବାଟେଲିଆନ ଡେପୁଟି କମାଣ୍ଡାଣ୍ଟ କହ୍ନେୟା ଯୋଗୀ ।

ଏହା ମଧ୍ୟ ପଢନ୍ତୁ-ବାତ୍ୟାକୁ ନେଇ କେତେ ଭୟଭୀତ ? କରନ୍ତୁ ଏହି କାମ ରହିବେ ବିପଦ ମୁକ୍ତ

ଇଟିଭି ଭାରତ, କଟକ

ABOUT THE AUTHOR

...view details