'ଦାନା' ମାଡ଼ରେ ବାଲେଶ୍ବରରେ ଉପୁଡିଲା ଗଛ ଏବଂ ବିଦ୍ୟୁତ ଖୁଣ୍ଟି, ଟେଲି ଯୋଗାଯୋଗ ବିଛିନ୍ନ - CYCLONE DANA IMPACT
Published : Oct 25, 2024, 12:50 PM IST
Cyclone Dana Impacts In Balasore, ବାଲେଶ୍ବର: ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ଦାନା । ସ୍ଥଳଭାଗ ଛୁଇଁବା ପରେ ବାଲେଶ୍ବର ଜିଲ୍ଲାର ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ପବନର ବେଗ ବଢିବା ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ରାସ୍ତା ଉପରେ ପଡିଛି । ବର୍ଷା ସାଙ୍ଗକୁ ପବନ ବୃଦ୍ଧି ହେଉଥିବାରୁ ଖଇରା, ଔପଦା, ସିମୁଳିଆ, ବାଲିଆପାଳ, ଭୋଗରାଇ ଆଦି ଅଞ୍ଚଳରେ ଗଛ ଉପୁଡିଛି । ସହରର ଭାସ୍କରଗଞ୍ଜ ଅଞ୍ଚଳରେ ପୀୟୂସକାନ୍ତି ଆଚାର୍ଯ୍ୟଙ୍କ ଘର ଉପରେ ଏକ ନିମ୍ବ ଗଛ ଉପୁଡି ପଡିବାରୁ ଆଜବେଷ୍ଟ ଭାଙ୍ଗି ଯାଇଛି । ରାତିରେ ଶୋଇବା ବେଳେ ଗଛ ଉପୁଡି ଆଜବେଷ୍ଟସ ଉପରେ ପଡିଥିଲା । ଅନ୍ୟପଟେ ବାତ୍ୟା ପ୍ରଭାବରେ କିଛି ଟେଲିକମ ସେବା ବାଧାପ୍ରାପ୍ତ ହୋଇଛି । ସେପଟେ TPNODLର ନିୟୋଜିତ 47ଟି ଟିମ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଗଛ ହଟାଇଥିବା ନେଇ TPNODLର ମାନବ ସମ୍ବଳ ଅଧିକାରୀ ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବାଲେଶ୍ବର