ଓଡିଶା

odisha

ETV Bharat / videos

ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମନ୍ତ୍ରୀ, ଏବେବି ଲୋକ ପାଇ ନାହାନ୍ତି ବିଜୁଳି

By ETV Bharat Odisha Team

Published : 5 hours ago

ବାଲେଶ୍ୱର: ବାତ୍ୟା ଦାନା ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ବିଶେଷ ଭାବେ ଚାରୋଟି ବ୍ଲକ ସୋର, ସିମୁଳିଆ, ଖଇରା ଏବଂ ଔପଦାରେ କ୍ଷୟକ୍ଷତି ଅଧିକ ହୋଇଛି । ବିଦ୍ୟୁତ ଖୁଣ୍ଟ ସାଙ୍ଗକୁ ଲୋକଙ୍କ ଘର ଉପରେ ଗଛ ପଡିଥିବା ଜଣାପଡ଼ିଛି । ବାତ୍ୟା ବାବଦରେ କେତେକେଣ କ୍ଷୟକ୍ଷତି ହୋଇଛି ତାହା ଆକଳନ କରାଯାଇ ନଥିବା ବେଳେ ଆଜି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଜିଲ୍ଲା ପ୍ରଶାସନ ସହ ବାତ୍ୟା ସମ୍ପର୍କିତ ଏକ ସମୀକ୍ଷା ବୈଠକ କରିଥିଲେ। ତାଙ୍କ ସହ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଦର ବିଧାୟକ ମାନସ ଦତ୍ତ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଉପସ୍ଥିତ ଥିଲେ। ଏହାସହ ଜିଲ୍ଲା ପୋଲିସ ଏବଂ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। 



ବାତ୍ୟା ସମୀକ୍ଷା କରିବା ପରେ ମନ୍ତ୍ରୀ ନାଏକ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, "ସମସ୍ତଙ୍କର ସହଯୋଗରେ ଏ ମୁକାବିଲା ବର୍ତ୍ତମାନ ପର୍ଯ୍ୟନ୍ତ ଠିକଠାକ ଭାବରେ ଚାଲିଛି। ବର୍ତ୍ତମାନ ସୁଦ୍ଧା କୌଣସି କାଜୁଆଲିଟି ହୋଇନାହିଁ, ସମସ୍ୟା ହୋଇନାହିଁ ଏବଂ ସେହିପ୍ରକାର କୌଣସି ଅଘଟଣ ବି ଘଟିନାହିଁ। ସବୁ ଘଟଣାକୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସଠିକ ଭାବରେ ରୂପାୟନ କରିଛନ୍ତି। ଯେଉଁଟା ମେନ ରାସ୍ତା ଆମେ ତାକୁ କ୍ଲିଅର କରିଦେଇଛୁ। ବିଦ୍ୟୁତ ସମସ୍ୟା ଏହି ଭିତରେ କ୍ଲିଅର ହେଇଯିବ, କାଳିଠୁ ସମସ୍ତେ ବିଜୁଳି ପାଇଛନ୍ତି। ସେ ପ୍ରକାରର କିଛି ଅବ୍ୟବସ୍ଥା ନାହିଁ। ପାଣି ଏବେ ଉପର ମୁଣ୍ଡରୁ ଆସୁଛି ଯେଉଁଟା କି କିଛି ଜାଗା କଟଅଫ ଅଛି। ତାକୁ ଆମେ ଡ଼ଙ୍ଗା ମାଧ୍ୟମରେ ଖାଇବା, କିରାସିନି ଅନ୍ୟାନ୍ୟ ଜିନିଷ ଆମେ ଦୃଷ୍ଟିରେ ରଖି କରିବୁ। ଘର ଭାଙ୍ଗିଛି, ତୁରନ୍ତ 7 ଦିନ ଭିତରେ ଆମକୁ ରିପୋର୍ଟ ଦେଲେ ଆମେ ଘର ଦେଇଦେବୁ ଏବଂ ଯେଉଁଠି ବି ରାସ୍ତା ଭାଙ୍ଗିଛି ତାକୁ ତୁରନ୍ତ ସମାଧାନ କରିବା ପାଇଁ ଆମେ ଚେଷ୍ଟା କରିବୁ।"

ଏହା ବି ପଢନ୍ତୁ- ଖାଁ ଖାଁ ବାଲେଶ୍ୱର ସହର, ଶୁଭୁନି ଗାଡି ମଟର ପେଁ ପାଁ ଶବ୍ଦ; ବାତ୍ୟା ଆଶ୍ରୟ ସ୍ଥଳୀରେ କୁନି ଝିଅର ପାଠ ଚିନ୍ତା

ଏହା ବି ପଢନ୍ତୁ- 'ଦାନା' ମାଡ଼ରେ ବାଲେଶ୍ବରରେ ଉପୁଡିଲା ଗଛ ଏବଂ ବିଦ୍ୟୁତ ଖୁଣ୍ଟି, ଟେଲି ଯୋଗାଯୋଗ ବିଛିନ୍ନ

 

ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଥିବା ତଥ୍ୟ ପ୍ରଦାନ କରି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ କହିଥିଲେ, "ବାଲେଶ୍ୱରର ଖଇରା, ସିମୁଳିଆ, ବାହାନଗା, ନୀଳଗିରି ସେସବୁ ଜାଗାରେ ଗଛ ଉପୁଡ଼ିଚି। ତାର ଏବେବି ଆମର ଆକଳନ ଚାଲିଛି। ତା ପରେ ଆଉ ଯାହା କ୍ଷୟକ୍ଷତି ହୋଇଛି ତହସିଲଦାରମାନେ ତାହାର ଆକଳନ ଆରମ୍ଭ କରିଦେଲେଣି। ପାଖାପାଖି 40 45 ହଜାର ପରିବାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ସକାଳ ପର୍ଯ୍ୟନ୍ତ 20ରୁ 23 ହଜାର ପରିବାର ପୁଣି ସଂଯୋଗ ହୋଇଯାଇଛି। ଏବେଯାଏ ବିଦ୍ୟୁତ ବିଭାଗର ଯେଉଁ ସୋର ସବଡିଭିଜନ ଅଛି ସେଥିରେ 15 ହଜାରରୁ 16 ହଜାର ପର୍ଯ୍ୟନ୍ତ ବିଛିନ୍ନ ଅଛନ୍ତି। ସେଇଟା ଟାଟା ପାୱାରର ସମସ୍ତ ଅଧିକାରୀମାନେ ଅଛନ୍ତି, ତହସିଲଦାରମାନେ ଅଛନ୍ତି ସେମାନେ ବି ନଜର ରଖୁଛନ୍ତି। ତାହା ଆମର ଅପରାହ୍ନ ଭିତରେ ସଂଯୋଗୀକରଣ ହୋଇଯିବ। ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ଯାଏ ଅନେକ ସ୍ଥାନରେ ଗଛ ପଡ଼ିବା ଯୋଗୁଁ ରାସ୍ତା ଅବରୋଧ ହୋଇଥିଲା । ସେ ରାସ୍ତା ଗତକାଲି ବିଳମ୍ବିତ ରାତି ଯାଏ ସଫା ହୋଇଗଲା। ଘର ଉପରେ ଯେଉଁ ଗଛ କିଛି ପଡିଛି ସେଇଟା ସକାଳ ଠାରୁ ଆମର ସଫା କରିବା ଆରମ୍ଭ ହୋଇଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ଗୁଡାଏ ଜାଗାରେ ଯେହେତୁ ବର୍ଷା ବନ୍ଦ ହେଲା ପରେ ବି ଜିଲ୍ଲାର କିଛି କିଛି ଜାଗାରେ ଏବେବି ଟିକେ ଟିକେ ବର୍ଷା ହେଉଛି। ସେଠି ଯାଇକି ଯେଉଁଦିନ ପର୍ଯ୍ୟନ୍ତ ଦରକାର ପଡ଼ିବ ମନ୍ତ୍ରୀ ବି ନିର୍ଦ୍ଦେଶ ଦେଇଛନ୍ତି ସେତେଦିନ ଯାଏ ଖାଇବା ପିଇବା ଜାରି ରହିବ। ଆମେ ଆଶା କରୁଛୁ ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ, ରାସ୍ତା, ଘର ଉପରେ ଗଛ ଏସବୁ ସୁଧାର ଆସିଯିବ। ଆମର ଜିଲ୍ଲାରେ ଯେତେବି ବିଡିଓ, ତହସିଲଦାର, ଆଶା ଦିଦି, ଯେଉଁ ସ୍କୁଲ କଲେଜରେ ଆଶ୍ରୟସ୍ଥଳୀ ହୋଇଥିଲା ସେଠାକାର ଶିକ୍ଷକ ଶିକ୍ଷୟିତ୍ରୀ ମନେ ଯେଉଁ ପ୍ରକାର କାର୍ଯ୍ୟ କରିଛନ୍ତି ଆମେ ଜିରୋ କାଜୁଆଲିଟି ସ୍ଥିରୀକୃତ କରିଛୁ। ଆମର କ୍ଷୟକ୍ଷତି ରିପୋର୍ଟ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହୋଇଯିବ। ଯେଉଁଠି ଯେଉଁଠି ଘରର କିଛି ଦରକାର ଅଛି ସେଠି ପଲିଥିନର ବି ବିତରଣ ଆରମ୍ଭ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ଅଛି 7 ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ପାଇଁ ତା ଭିତରେ ଆମର ଆକଳନ ସମ୍ପୂର୍ଣ୍ଣ ହେବ। ଯେଉଁ ଯେଉଁ ଜାଗାରେ ଚାଷ କ୍ଷତି ହୋଇଛି ତାର ଆକଳନ ମଧ୍ୟ ଆମେ ଆରମ୍ଭ କରିଦେବୁ।"
 

ABOUT THE AUTHOR

...view details