ଓଡିଶା

odisha

ETV Bharat / videos

ଅନ୍ଧାରରେ ୪୦ ହଜାର ଉପଭୋକ୍ତା, ‘ଚାଷ କ୍ଷୟକ୍ଷତି ଆକଳନ ପାଇଁ ଲାଗିବ ସମୟ’

By ETV Bharat Odisha Team

Published : 4 hours ago

କେନ୍ଦ୍ରାପଡା: ବାତ୍ୟାର ଦୁଇଦିନ ପରେ କେନ୍ଦ୍ରାପଡାରେ ସ୍ୱାଭାବିକ ହେଉଛି ଜନଜୀବନ । "ଆଜି ୨୬ ଗୋଟି ବାତ୍ୟା ଆଶ୍ରୟସ୍ଥଳୀରେ ଅଛନ୍ତି ୩ ହଜାର ୧ ଶହ ପ୍ରଭାବିତ । ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଇଛି । କୌଣସି ପ୍ରଭାବିତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଛାଡି ଯିବା ପାଇଁ ବାଧ୍ୟ କରାଯିବ ନାହିଁ । ସେହିପରି ଜିଲାରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ସଂଖ୍ୟା ୩ଲକ୍ଷ ୧୨ ହଜାର ରହିଥିବା ବେଳେ କିଛି ଅଞ୍ଚଳରେ ବିଦ୍ୟୁତ ଯୋଗାଣ ସ୍ଵାଭାବିକ ହୋଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ରାଜନଗର ବ୍ଲକର ୫ ଗୋଟି ପଞ୍ଚାୟତ, ରାଜକନିକା ବ୍ଲକର ୩ ଗୋଟି ଓ ମହାକାଳପଡା ବ୍ଲକର ଗୋଟିଏ ପଞ୍ଚାୟତର ଅବଶିଷ୍ଟ ୪୦ ହଜାର ଉପଭୋକ୍ତଙ୍କୁ ବିଦ୍ୟୁତ ସଂଯୋଗ ଦିଆଯିବ," ବୋଲି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । 

ସବୁଠାରୁ ବଡକଥା ହେଲା ରାଜନଗର ବଗପାଟିଆ ସ୍ଥିତ ସାତଭାୟା ବିସ୍ଥାପିତଙ୍କ କଲୋନୀରୁ ଜଳନିଷ୍କାସନ ପାଇଁ ଖୁବଶୀଘ୍ର ମାଷ୍ଟର ପ୍ଳାନ ପ୍ରସ୍ତୁତ ହେବ । ଏ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ରାତି ସୁଦ୍ଧା ୪୩ ହଜାର ଲୋକ ୨୫୭ ଟି ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିଲେ।

ଏହା ବି ପଢନ୍ତୁ- ବାତ୍ୟା ବେଳେ ହୃଦୟ ଜିତିଲେ ଆଟେଣ୍ଡାଣ୍ଟ: ଅସୁସ୍ଥଙ୍କୁ ଟେକି ଆଣିଲେ, ସବୁଠି ବାଃ ବାଃ

ଏହା ବି ପଢନ୍ତୁ- ବାତ୍ୟା ବେଳେ ଜନ୍ମ ନେଲା ଶିଶୁପୁତ୍ର, ନାମକରଣ ହେଲା 'ଦାନା'

ଏହା ବି ପଢନ୍ତୁ- ପେଣ୍ଠରେ ଅଶାନ୍ତ ହେଲାଣି ସମୁଦ୍ର, ଗ୍ରାଉଣ୍ଡ ଜିରୋରେ ‘ଇଟିଭି ଭାରତ’

ଏହା ବି ପଢନ୍ତୁ- କେନ୍ଦ୍ରାପଡ଼ା ହାବେଳିଖଟିରେ ଲ୍ୟାଣ୍ଡଫଲ କଲା ବାତ୍ୟା ଦାନା, ପବନ ବେଗ ୧୨୦ କିଲୋମିଟର, ବର୍ଷା ଜାରି

ABOUT THE AUTHOR

...view details