ଓଡିଶା

odisha

By ETV Bharat Odisha Team

Published : Jun 9, 2024, 2:04 PM IST

ETV Bharat / videos

ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା: ତିନି ରଥର ୪୨ ଚକ ନିର୍ମାଣ ଶେଷ - ratha yatra 2024

 Ratha Khala Halchal: ପୁରୀ: ମହାପ୍ରଭୁଙ୍କ ଘୋଷ ଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ୪୨ ଚକ ନିର୍ମାଣ ଶେଷ ହୋଇଛି । ଚାରି ନାହାକା ନିର୍ମାଣ ପାଇଁ ରଥ ଚାଳିରେ ପଡ଼ିଲା ନାହାକା କାଠ । ତିନି ରଥର ଶେଷ ତିନି ଚକର ନିର୍ମାଣ ଶେଷ ହୋଇଛି । ରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଏବେ ଜାରି ରହିଛି । ତିନି ରଥର ତିନି ଭୂଇଁ ପାଇଁ ୧୨ ଗୋଟି ଲେଖାଏଁ ଚଉପଟ ଭୂଇଁ ଚଉତା କାଠରେ ପାଖୁଡ଼ା ବିନ୍ଧ ଆରମ୍ଭ ହୋଇଛି । ଏହାର ଦୁଇଟି ଲେଖାଏଁ ଗରଗରା କାଠର ଚଉପଟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନନ୍ଦିଘୋଷ ରଥ ପୋଲ ଗୟଳ ଉଭୟ ପାର୍ଶ୍ଵ ସମତଳ ପରେ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି । ତିନି ରଥର ଚାରି ନାହାକା ନିର୍ମାଣ ପାଇଁ ରଥ ଅମୀନ ଭୋଇ ସେବକଙ୍କ ସହାୟତାରେ ରଥଗୁଡିକର ଚାଳିକୁ ପ୍ରଥମ ଦଫାରେ ଦୁଇଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଯୋଗାଇଛନ୍ତି ।  

ମହାରଣା ସେବକମାନେ ଭୋଇ ସେବକଙ୍କ ସହୋଯୋଗରେ ଆଜି ତିନି ରଥର ବାକି ଥିବା ଗୋଟିଏ ଗୋଟିଏ ଚକ ନିର୍ମାଣ ଶେଷ ପରେ ମୋଟ ୪୨ ଗୋଟି ଚକ ନିର୍ମାଣ ସଂପୂର୍ଣ୍ଣ ହୋଇଛି । ଏଥିସହ ତିନି ରଥର ମହାରଣା ସେବକମାନେ ୧୨ଟି ଲେଖାଏଁ ଚଉପଟ ଭୂଇଁ ଚଉତାରେ ପାଖୁଡ଼ା ବିନ୍ଧ କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରତି ଭୂଇଁ ଚୂତାରେ ଚାରୋଟି ଲେଖାଏଁ ପାଖୁଡ଼ା ବିନ୍ଧ ଏବଂ ଦୁଇଟି ଲେଖାଏଁ ଖମ୍ୱୀ ସଂଯୋଗ ବିନ୍ଧ ହୋଇ ୧୨ ଚଉତାରେ ୭୨ ବିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି । ଏଥିସହ ତିନି ରଥର ଦୁଇଟି ଲେଖାଏଁ ଗରଗରା କାଠର ଚଉପଟ କାର୍ଯ୍ୟ ଚାଲିଛି  । ବାହାର ରଥ ଖଳାରେ ତିନି ରଥର ମହାରଣା ସେବକମାନେ ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ କରୁଛନ୍ତି । ତିନି ରଥର ରୂପକାର ସେବକମାନେ କୋଣ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ସହ ଖୋଦେଇ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଗୟଳ କଣ୍ଟା, ଭୂଇଁ କଣ୍ଟା ଏବଂ ବିଡିଆ କଣ୍ଟା ନିର୍ମାଣ କରୁଛନ୍ତି । ଏଥିସହ କରତୀ ସେବକମାନେ ନନ୍ଦିଘୋଷ ରଥର ଦୁଇଟି ଗରଗର କାଠର ମାପ ପ୍ରକାରେ ବଳକା ଅଂଶ କଟିଙ୍ଗ କରିବା ସହ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରି ରଖିଛନ୍ତି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details