ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / videos

ଘାଣ୍ଟ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Chief Minister eats Ghant CURRY

CHIEF MINISTER EATS GHANTA: ଭୁବନେଶ୍ବର: ଆଜି ଦ୍ବିତୀୟା ଘାଣ୍ଟ ପରମ୍ପରା । ଗାଁଠୁ ସହର ସବୁଠି ଘାଣ୍ଟର ମହକ । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘାଣ୍ଟ ଖାଇଛନ୍ତି । ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ବିଜେପିର ସଦସ୍ୟତା ଅଭିଯାନରେ ସାମିଲ ହୋଇ ପୋଖରୀପୁଟ ସ୍ଥିତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ ମୁଖ୍ୟମନ୍ତ୍ରୀ । ନିଜ ସହଯୋଗୀଙ୍କ ସହ ପଖାଳ ସହ ଶାଗ, ବଡିଚୁରା, ସ୍ୱତନ୍ତ୍ର ଘାଣ୍ଟ, ବାଇଗଣ ଭର୍ତ୍ତା ଖାଇଥିଲେ ।  

ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ ଦ୍ବିତୀୟା ଓଷା । ଦ୍ବିତୀୟା ଓଷା ପାଳନ କରାଯିବାର ପରଦିନ ପ୍ରସ୍ତୁତ କରାଯାଏ ଘାଣ୍ଟ ତରକାରୀ । ଏହି ହିସାବରେ ଆଜି ପ୍ରତ୍ୟେକ ଓଡ଼ିଆଙ୍କ ଘରେ ତିଆରି ହେଉଛି ଦ୍ବିତୀୟା ଘାଣ୍ଟ ତରକାରୀ । ଏହି ଦ୍ବିତୀୟା ଘାଣ୍ଟ ପରମ୍ପରା ଶହ ଶହ ବର୍ଷ ଧରି ଚାଲି ଆସୁଥିବାବେଳେ ଆଜିର ସମାଜ ମଧ୍ୟ ଏହାକୁ ବଜାୟ ରଖିଆସିଛନ୍ତି ।
ଏହା ମଧ୍ୟ ପଢନ୍ତୁ ....ଆଉ 25 ଲକ୍ଷ ପାଇବେ ସୁଭଦ୍ରା କିସ୍ତି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Subhadra Yojana Update 

ଏହା ମଧ୍ୟ ପଢନ୍ତୁ....ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବା ପରେ କେତେ ଖୁସି ରେଳ ଯାତ୍ରୀ, ଇଟିଭି ଭାରତର ରିୟଲିଟି ଚେକ୍ - Vande Bharat Express

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details