ଓଡିଶା

odisha

ETV Bharat / videos

ଭିଜିଲାନ୍ସ ଜାଲରେ କେନ୍ଦୁଝର ବୈତରଣୀ ବେସିନ ମୁଖ୍ୟଯନ୍ତ୍ରୀ, ୧୦ରୁ ଅଧିକ ସ୍ଥାନରେ ରେଡ୍

By ETV Bharat Odisha Team

Published : 4 hours ago

Chief Engineer Of Kendujhar In Vigilance Net, କେନ୍ଦୁଝର/ଯାଜପୁର:  ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ ।  କେନ୍ଦୁଝର ବୈତରଣୀ ବେସିନ ମୁଖ୍ୟ ଯନ୍ତ୍ରୀ କୈଳାସ ସାହୁଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କଲା ଭିଜିଲାନ୍ସ ଟିମ । କୈଳାସ ସାହୁଙ୍କ ଡ଼ାକବଙ୍ଗଳା ସ୍ଥିତ ଏକ ଆପାଟମେଣ୍ଟ ଭିତରେ ଥିବା ଭଡା ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୧୦ଟି ସ୍ଥାନରେ ରେଡ ହୋଇଛି । ପୂର୍ବରୁ କୈଳାସ ସାହୁ କୋରେଇ ବ୍ଲକରେ କାର୍ଯ୍ୟ କରୁଥିଲେ ।  

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ଖାଦ୍ୟ ସୁରକ୍ଷା ଅଧିକାରୀ, ଫ୍ୟାକ୍ଟ୍ରି ଲାଇସେନ୍ସ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ - FSO IN VIGILANCE NET

କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟିତ୍ଵରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନୀତିର ଅନେକ ଅଭିଯୋଗ ହୋଇ ଆସିଥିଲା । ଶେଷରେ ଆଜି ଭିଜିଲାନ୍ସ ଚଢାଉ କରିଛି ।  ବର୍ତ୍ତମାନ ଚଢାଉ ଜାରି ରହିଥିବା ବେଳେ ୩୬ଟି ଜାଗା , ୩ଟି ପ୍ଲାଟ ଓ ଯାଜପୁରର କୋରେଇଠାରେ ଏକ ୩ ମହଲା କୋଠା ଏବଂ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି । ଏଥିସହ କେନ୍ଦୁଝର ଅଫିସ, ସରକାରୀ ବାସଭବନ, ଯାଜପୁରର କୋରେଇ, ବ୍ୟାସନଗର , ଭୂବନେଶ୍ଵର , କଟକ ଓ ପୁରୀର ୧୦ଟି ସ୍ଥାନରେ ରେଡ କରାଯାଇଥିବା ଭିଜିଲାନ୍ସ  ପକ୍ଷରୁ ସୂଚନା ମିଳିଛି । ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ 5 ଜଣିଆ ଟିମ ଆଜି ହଠାତ ଯାଜପୁର ବ୍ୟାସନଗର ପୌର ପରିଷଦ ସ୍ଥିତ ଡାକବଙ୍ଗଳା ଛକରେ ପହଞ୍ଚି ଖାନତଲାସୀ କରିଥିବା ସୂଚନା ମିଳିଛି ।   

ଇଟିଭି ଭାରତ, କେନ୍ଦୁଝର/ଯାଜପୁର

ABOUT THE AUTHOR

...view details