ଓଡିଶା

odisha

By ETV Bharat Odisha Team

Published : Jun 18, 2024, 4:36 PM IST

ETV Bharat / videos

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ତିନି ରଥର ନାଟଗୋଡ଼ରେ ରାହୁ ରୂପ ଖୋଦେଇ ଜାରି - Rathakhala Halchal

ପୁରୀ: ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ନାଟଗୋଡ଼ରେ ରାହୁ ରୂପ ଖୋଦେଇ ଜାରି ରଖିଛନ୍ତି ରୂପକାର ସେବକ । ରଥ ଯାତ୍ରା ପାଖେଇ ଆସୁଥିବା ବେଳେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି । ଗତକାଲି ସୁଦ୍ଧା ତିନି ରଥ ପାଞ୍ଚ ଦଣ୍ଡାରେ ଆଗ ଆଣି, ପଛ ଆଣି ଗରଗରା ପଡ଼ି ଦଣ୍ଡା ଉଭୟ ପାର୍ଶ୍ଵରେ ଗୋଟିଏ ଗୋଟିଏ ପୋଲଗୟଳ ମୋଡା ଶେଷ ହୋଇଥିଲା । ଏଥିସହ ତିନି ରଥର ମୁଖ୍ୟ ମହାରଣା ମାନେ ନଡ଼ିଆ ବାଡେଇ ଅନୁକୂଳ ପୂଜା ପୂର୍ବକ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ବରେ ଭୋଇ ସେବକଙ୍କ ଦ୍ଵାରା ଚାରି ନାହାକାକୁ ଗରଗରା ବିନ୍ଧରେ ସଂଯୋଗ କରି ଚାରି ନାହାକା ଉଠିବା ପର୍ବ ଶେଷ କରିଥିଲେ । ଆଜି ତିନି ରଥର ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସାହୋଯୋଗରେ ପାର୍ଶ୍ଵ ଦଣ୍ଡା ମାନଙ୍କରେ ତିନୋଟି ଲେଖାଏଁ ଜଳଯନ୍ତ୍ର ଏବଂ ଦୁଇଟି ଲେଖାଏଁ କୋଣ ଗୁଜ ଖଞ୍ଜି ତା ଉପରେ ନିରାଡ଼ି ସଂଯୋଗ ଶେଷ କରିଛନ୍ତି । ଏଥିସହ ଆଜି ତିନି ରଥର ଦୁଇଟି ଲେଖାଏଁ ପାର୍ଶ୍ଵ ଗୟଳ ମୋଡା ଶେଷ ହୋଇଛି । ଏହି ପାର୍ଶ୍ଵ ଗୟଳ ପଛ ପାର୍ଶ୍ଵ କୋଣ ଗୁଜରୁ ସମ୍ମୁଖ ଭାଗ କୋଣ ଗୁଜ ସହ ସଂଯୋଗ ହୋଇଛି,ଗୟଳକୁ ଟେକି ରଖିବା ପାଇଁ ମଝିରେ ପାଞ୍ଚ ଗୋଟି ଟାଣ ବା ଖମ୍ବୀ ସଂଯୋଗ ହୋଇ ଗୟଳକୁ ଧନୁ ପରି ସେଟିଂ କରାଯାଇଛି । ତିନି ରଥର ଛନ୍ଦା ଗୟଳ ମୋଡା ବାକି ରହିଛି । ରଥ ଚାଳି ଠାରେ ତିନି ରଥର ତିନୋଟି ଲେଖାଏଁ ଛନ୍ଦା ଗୟଳ ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ରୂପକାର ସେବକ ମାନେ ତିନି ରଥର ନାଟଗୋଡ଼ ରେ ରାହୁ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନି ରଥ ର ନଦା କଣ୍ଟା ସକ ପୋଟଳ ବତା କଣ୍ଟା ନିର୍ମାଣ ଜାରି ରଖିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ରଥଖଳା ହାଲଚାଲ: 3 ରଥର ୯ଟି ଲେଖାଏଁ ଚଉଦ ନାହାକା ନିର୍ମାଣ ସହ 4ଟି ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details