ଓଡିଶା

odisha

ETV Bharat / videos

ଦୁର୍ଦ୍ଦିନରେ କୁମ୍ଭାର ସଂପ୍ରଦାୟ; ସମସ୍ୟାର ସମାଧାନ ପାଇଁ ମାଟି କଳା ବୋର୍ଡ ଗଠନ ଦାବି - pottery board formation demand - POTTERY BOARD FORMATION DEMAND

By ETV Bharat Odisha Team

Published : Jun 26, 2024, 2:14 PM IST

ବୌଦ୍ଧ: ଦୁର୍ଦ୍ଦିନରେ ମାଟି ସହିତ ଜଡ଼ିତ କୁମ୍ଭାର ସଂପ୍ରଦାୟର ଅଧିବାସୀ । ଦିନକୁ ଦିନ ଏହି ପ୍ରାଚୀନ ପରମ୍ପରା ତଥା ବୃତ୍ତିକୁ ଜାବୁଡ଼ି ଧରିଥିବା କୁମ୍ଭାର ସଂପ୍ରଦାୟର ପରିବାର ବର୍ତ୍ତମାନ ସେମାନଙ୍କ ଜୀବିକା ଛାଡ଼ିବାକୁ ବସିଲେଣି । ସରକାର ମାଟି କଳା ବୋର୍ଡ ଗଠନ ସହିତ ସେମାନଙ୍କୁ ପୂର୍ବବତ ଅନୁସୂଚିତ ଜନଜାତିରେ ସାମିଲ ପାଇଁ ଦାବି ହେବା ସହିତ ଉଚ୍ଚଶିକ୍ଷା, କୁମ୍ଭାରଶାଳ ଭଳି ବିଭିନ୍ନ ଯୋଜନାରେ ସାମିଲ ପାଇଁ ଦାବି କରାଯାଇଛି ।

ମାଟି ସହିତ ଜଡ଼ିତ ପାରମ୍ପରିକ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିବା କୁମ୍ଭାର ସଂପ୍ରଦାୟର ଅଧିବାସୀ ବର୍ତ୍ତମାନ ବହୁବିଧ ସମସ୍ୟା ଘେରରେ ଛନ୍ଦି ହୋଇପଡିଛନ୍ତି । ପାରମ୍ପାରିକ ବୃତ୍ତିରୁ ମୁହଁ ଫେରାଉଛନ୍ତି ମାଟି ସହ ଜଡିତ କୁମ୍ଭାର ସଂପ୍ରଦାୟର ଅଧିବାସୀ । ଏହି ସଂପ୍ରଦାୟର ପରିବାର ମାଟିରୁ ହାଣ୍ଡି, ଗରା, ଦୀପ, ଧୂପଦାନୀ, ଝୁଣା ଦାନୀ, ପାଣି ସରେଇ ଭଳି ବିଭିନ୍ନ ପାରମ୍ପରିକ ପାତ୍ର ପ୍ରସ୍ତୁତ କରି ଜୀବିକା ଉପାର୍ଜନ କରିଥାନ୍ତି । ଏହାଛଡା ବର୍ଷର ବିଭିନ୍ନ ସମୟରେ ପାରମ୍ପରିକ ଯାତ୍ରା ତଥା ଉତ୍ସବ ତଥା ମାଙ୍ଗଳିକ କାର୍ଯ୍ୟରେ କୁମ୍ଭାରଙ୍କ ପ୍ରସ୍ତୁତ ବିଭିନ୍ନ ମାଟି ସାମଗ୍ରୀର ବେଶ ଚାହିଦା ଦେଖିବାକୁ ମିଳିଥାଏ ।

ଏହାମଧ୍ୟ ପଢନ୍ତୁ.. ବାଲିଗୁଡାରେ କନ୍ଧ କୁମ୍ଭାର ସମାଜ ଉନ୍ନୟନ ସମିତିର ସାଧାରଣ ଅଧିବେଶନ ଆୟୋଜିତ

କିନ୍ତୁ ପରିବର୍ତ୍ତିତ ସମୟରେ ଏହି ପ୍ରାଚୀନ ତଥା ପାରମ୍ପାରିକ ମାଟି ସାମଗ୍ରୀର ସ୍ଥାନ ନେବାରେ ଲାଗିଛି ଷ୍ଟିଲ, ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ବର୍ଜ୍ୟ ବସ୍ତୁରୁ ପ୍ରସ୍ତୁତ ସାମଗ୍ରୀ । ଫଳରେ କୁମ୍ଭାର ସଂପ୍ରଦାୟର ପରିବାରମାନେ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି । ଗୋଟିଏ ପଟରେ ଏହି ସଂପ୍ରଦାୟ ପୂର୍ବଭଳି ଅନୁସୂଚୀତ ଜନଜାତିର ଅନ୍ତର୍ଭୁକ୍ତ ପାଇଁ ଦାବି କରିଥିବାବେଳେ ଅନ୍ୟପଟରେ ଦୀର୍ଘ ବର୍ଷ ହେଲା ରାଜ୍ୟସ୍ତରରେ ମାଟି କଳା ବୋର୍ଡ ଗଠନ ପାଇଁ ଦାବି ହୋଇଆସୁଛି ।

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଦଶ ହଜାରରୁ ଊର୍ଦ୍ଧ୍ଵ କୁମ୍ଭାର ସଂପ୍ରଦାୟର ପରିବାର ଏହି ପାରମ୍ପରିକ ବୃତ୍ତି ସହିତ ଜଡିତ ରହିଛନ୍ତି । କିନ୍ତୁ ବହୁବିଧ ସମସ୍ୟା ଘେରରେ ରହିଥିବା କୁମ୍ଭାର ସଂପ୍ରଦାୟର ଦୁଇ ଦିନିଆ କର୍ମଶାଳାରେ ଏସବୁ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହିତ ନୂତନ ସରକାରଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କୁମ୍ଭାର ସଂପ୍ରଦାୟର ଏହି ବିଶେଷ କାର୍ଯ୍ୟକ୍ରମରେ ବୈଦ୍ଧ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାର କର୍ମକର୍ତ୍ତା ଓ ସମାଜର ସଭ୍ୟ ମାନେ ଅଂଶ ଗ୍ରହଣ କରିଥିଲେ ।
 

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details