ଓଡିଶା

odisha

ETV Bharat / videos

ପୁରାତନ ନୌବାଣିଜ୍ୟ କେନ୍ଦ୍ରସ୍ଥଳୀ ଗୋପାଳପୁରରେ 'ବୋଇତ ବନ୍ଦାଣ ଉତ୍ସବ' - GOPALPUR BOITA BANDANA

By ETV Bharat Odisha Team

Published : Nov 15, 2024, 2:26 PM IST

ବ୍ରହ୍ମପୁର: ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଅବସରରେ ଉତ୍ସବମୁଖର ସାରା ରାଜ୍ୟ । ଏହି ଅବସରରେ ମହୋଦଧି ଠାରୁ ଆରମ୍ଭ କରି ନଦୀ, ପୁଷ୍କରିଣୀ ଭଳି ସ୍ଥାନରେ ଭୋର ସମୟରେ ପାରମ୍ପରିକ ରୀତିନୀତିରେ କଦଳୀ ପଟୁଆ ସହିତ ରଙ୍ଗୀନ ବୋଇତ ଭସାଇ ଶୁଭ ମନାସିଛନ୍ତି ଲୋକେ । ଏହି ଅବସରରେ ପୁରାତନ ନୌବାଣିଜ୍ୟ କେନ୍ଦ୍ରସ୍ଥଳୀ ଗୋପାଳପୁରଠାରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ପାରମ୍ପରିକ ରୀତିନୀତିରେ ଏହି ଅବସରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିବା ପରେ କଦଳୀ ପଟୁଆ ସହିତ ରଙ୍ଗୀନ ବୋଇତକୁ ବନ୍ଦାଣ କରି ବଙ୍ଗୋପସାଗର ଜଳରାଶିରେ ଏହାକୁ ଛାଡିବା ସହିତ ଓଡିଆ ପୁଅର ଗୌରବ ଗାଥାକୁ ମନେ ପକାଇଥିଲେ । ଏପରିକି ସୂର୍ଯ୍ୟଙ୍କ ଦର୍ଶନ କରିବା ସହିତ ବାଣ ଫୁଟାଇ ବୋଇତ ବନ୍ଦାଣ କରିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ହଜାର ହଜାର ମହିଳା ଓ ପୁରୁଷମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେପଟେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ବାଲେଶ୍ୱରରେ ବୋଇତ ବନ୍ଦାଣ, ଭସାଇଲେ ୨୦୦ ଫୁଟ ଲମ୍ବ ଡଙ୍ଗା
 

ଇଟିଭି ଭାରତ ,ବ୍ରହ୍ମପୁର 

ABOUT THE AUTHOR

...view details