ଓଡିଶା

odisha

ରାଉରକେଲାରେ ଜୁଏଲ ଓରାମଙ୍କ ଶକ୍ତି ପ୍ରଦର୍ଶନ, ‘ଏଥର ନିଶ୍ଚିତ ହେବ ବିଜୟ’ - Election Campaign

By ETV Bharat Odisha Team

Published : Mar 31, 2024, 1:50 PM IST

Jual Oram Campaign

Jual Oram Campaign:  ରାଉରକେଲା: ରାଉରକେଲାରେ ଜୁଏଲ ଓରାମଙ୍କ ଶକ୍ତି ପ୍ରଦର୍ଶନ । ପ୍ରାର୍ଥୀ ଘୋଷଣା ହେବା ପରେ ଆଜି (ରବିବାର) ପ୍ରଥମ ଥର ପାଇଁ ରାଉରକେଲା ଗସ୍ତ କରିଛନ୍ତି ଜୁଏଲ । ସେଠାରେ ହନୁମାନ ମନ୍ଦିର ଯାଇ ଦର୍ଶନ କରିବା ପରେ ଦଳୀୟ ପ୍ରଚାର କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେପିର ବିଜୟ ନିଶ୍ଚିତ ବୋଲି କହିଛନ୍ତି ଜୁଏଲ ଓରାମ । 

ସୁନ୍ଦରଗଡ ଲୋକସଭା ପାଇଁ ପ୍ରାର୍ଥୀ ଭାବରେ ପୁନଃ ଜୁଏଲ ଓରାମଙ୍କୁ ପ୍ରାର୍ଥୀ କରିଛି ବିଜେପି । ପ୍ରାର୍ଥୀ ପତ୍ର ଘୋଷଣା ହେବା ପରେ ଆଜି ସୁନ୍ଦରଗଡ଼ ଜିଲ୍ଲା ଏବଂ ରାଉରକେଲାରେ ଆସି ପହଞ୍ଚିିଛନ୍ତି ଜୁଏଲ ଓରାମ । ମନ୍ଦିର ଯାଇ ଦର୍ଶନ କରିବା ପରେ ଲୋକଙ୍କ ସହ ସାକ୍ଷାତ ସହ ପ୍ରଚାର ଆରମ୍ଭ କରିଛନ୍ତି । ରାଉରକେଲାରେ ବିଜେପି ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଜୁଏଲ । ଏଥିସହ ବିଜେପିର ଏକ ଗୁପ୍ତ ବୈଠକରେ ମଧ୍ୟ ସାମିଲ ହୋଇଛନ୍ତି । ଏହି ବୈଠକରେ ସୁନ୍ଦରଗଡ଼ ସାଂସଦ ପଦ ସହ ଜିଲ୍ଲାରେ ବିଜେପିର କାର୍ଯ୍ୟକ୍ରମ ଏବଂ ନିର୍ବାଚନ ରଣନୀତି ନେଇ ଆଲୋଚନା ହୋଇଛି । ତେବେର କେନ୍ଦ୍ର ସରକାରଙ୍କ ସମସ୍ତ ଉନ୍ନତିମୂଳକ କାର୍ଯ୍ୟକୁ ନେଇ ଲୋକେ ବିଜେପି ସରକାରକୁ ଆଉଥରେ ଆଣିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଜୁଏଲ ଓରାମ । 

ଏହାମଧ୍ୟ ପଢନ୍ତୁ.. ରଘୁନାଥପାଲ୍ଲୀରେ ଭୋଟରଙ୍କ ମୁଡ ପରଖିଲା ଇଟିଭି ଭାରତ: ମାଳ ମାଳ ସମସ୍ୟା, ବିଧାୟକ ଉପରେ ଅସନ୍ତୁଷ୍ଟ ଜନତା - General Election 2024

ପୂର୍ବରୁ ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଲୋକସଭା ପ୍ରାର୍ଥୀ ଭାବେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ନାଁ ଘୋଷଣା କରିବା ପରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଦିଲ୍ଲୀପ ତିର୍କୀ ମନ୍ଦିର ଯାଇ ମହାଦେବଙ୍କ ସହ ପ୍ରଭୁ ଯୀଶୁଙ୍କ ନିକଟରେ ପ୍ରାର୍ଥନା ମଧ୍ୟରେ ଦିଲ୍ଲୀପ ତିର୍କୀ ସୁନ୍ଦରଗଡ଼ ବାସୀଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ । 
 

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details