ଓଡିଶା

odisha

ETV Bharat / videos

ହାଜତ ମୃତ୍ୟୁ ମାମଲାରେ ଡିଜିଙ୍କୁ ଭେଟିଲା ରାଜ୍ୟ ବିଜେପି ଟିମ - Custodian Death Case

By ETV Bharat Odisha Team

Published : Apr 2, 2024, 10:19 PM IST

BJP Demand Investigation Of Death In Lockup Cell: କଟକ: ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଜ୍ୟ ବିଜେପି ଟିମ । ଯୋଡ଼ା ହାଜତ ମୃତ୍ୟ ମାମଲାରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଡିଜିଙ୍କୁ ଭେଟିଲେ ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । ଚଳିତ ମାସ 25 ତାରିଖ ଦୋଳ ପୂର୍ଣ୍ଣିମା ଦିନ କେନ୍ଦୁଝର ଜିଲ୍ଲାର ଯୋଡା ଅଞ୍ଚଳରେ ଥାନା ହାଜତରେ ଆଦିବାସୀ ଯୁବକ ଦିନେଶ ନାୟକଙ୍କର ମୃତ୍ୟୁ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଏହି ମୃତ୍ୟୁକୁ ନେଇ ଯେଉଁ ମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଡ଼ିଜିପିଙ୍କ ନିକଟରେ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... ECIଙ୍କ ନିର୍ଦ୍ଦେଶ; ନିର୍ବାଚନ ଦାୟିତ୍ବରୁ ହଟିବେ ଓଡ଼ିଶାର ଜଣେ ଆଇଜି, ୨ ଜିଲ୍ଲାପାଳ ଓ ୫ ଏସପି - ECI Transfers DM SP

ଆଜି ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ଵରେ ଦଳର କର୍ମୀ ସହ ଏକ 5 ଜଣିଆ ପ୍ରତିନିଧି ରାଜ୍ୟ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଲଳିତ ଦାସଙ୍କୁ ସାକ୍ଷାତ କରି ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଉକ୍ତ ଅଭିଯୋଗ ପତ୍ରରେ ଦଳ ପକ୍ଷରୁ ଦର୍ଶଯାଇଛି ଯେ ଯୋଡା ଅଞ୍ଚଳରେ ବାରମ୍ବାର ହାଜତରେ ମୃତ୍ୟୁ ଘଟୁଛି । ଏପରିକି ଯୋଡା ପୋଲିସ ଏବଂ ଖଣି ମାଫିଆ ସହିତ ସୁସମ୍ପର୍କ ରଖି ଯୋଡା ଅଞ୍ଚଳରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଥାନା ହାଜତରେ ଦିନେଶ ନାୟକଙ୍କ ମୃତ୍ୟୁ ସମ୍ପର୍କରେ ଏସପିଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ବେଳେ ଏସପି କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଏପରିକି ମୃତକଙ୍କ ପରିବାରକୁ ନାନା ଧମକ ଚମକ ଦେଇ ଭୟଭୀତ କରାଯାଉଛି । ତେଣୁ ହାଜତ ମୃତ୍ୟୁ ଘଟଣା ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ମୃତ ପରିବାରଙ୍କୁ ଏକ କୋଟି ଟଙ୍କା କ୍ଷତପୂରଣ ଏବଂ ଯୋଡା ଥାନା ଅଧିକାରୀଙ୍କ ବିରୁଦ୍ଧରେ ହତ୍ୟା ମୋକଦ୍ଦମା ଦାୟର କରିବା ସହିତ ଥାନା ଅଧିକାରୀ ଓ ଏସପିଙ୍କୁ ତୁରନ୍ତ ବହିଷ୍କାର ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details