ETV Bharat / health

ଆପଣଙ୍କ ଦୃଷ୍ଟି ଶକ୍ତି କମିଯାଉଛି କି ? ଖାଆନ୍ତୁ ଏହି ଫଳ - BEST FRUITS FOR HEALTHY EYE

ଆଜିକାଲି କମ୍ ବୟସରୁ ଅଧିକାଂଶ ଲୋକଙ୍କ ଦୃଷ୍ଟି ଶକ୍ତି କମିଯାଉଛି । ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଖାଇଲେ ଆଖି ସୁସ୍ଥ ରହେ ଓ ଦୃଷ୍ଟି ଶକ୍ତି ବଢିଥାଏ । ଅଧିକ ପଢନ୍ତୁ

ଦୃଷ୍ଟି ଶକ୍ତି ବଢାଇବାକୁ ଚାହୁଁଛନ୍ତି ? ଖାଆନ୍ତୁ ଏସବୁ ଫଳ
ଦୃଷ୍ଟି ଶକ୍ତି ବଢାଇବାକୁ ଚାହୁଁଛନ୍ତି ? ଖାଆନ୍ତୁ ଏସବୁ ଫଳ (ETV Bharat)
author img

By ETV Bharat Health Team

Published : Nov 30, 2024, 10:49 AM IST

ଆଖି ଆମ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡିକ ମଧ୍ୟରୁ ଅନ୍ୟତମ । ଆଖି ବିନା ଜୀବନ ଅନ୍ଧାର । ଏହା ଆମକୁ ଦୁନିଆ ଦେଖାଏ, ଜୀବନକୁ ରଙ୍ଗୀନ କରେ । ତେଣୁ ଆଜିର ବ୍ୟସ୍ତବହୁଳ ଜୀବନରେ ଆଖିକୁ ସୁସ୍ଥ ରଖିବା ନିତାନ୍ତ ଜରୁରୀ । କିନ୍ତୁ ଆଜିକାଲି ଘଣ୍ଟା ଘଣ୍ଟା ଧରି ଟିଭି, ମୋବାଇଲ, କମ୍ପ୍ୟୁଟର ଦେଖିବା ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ କମ୍ ବୟସରୁ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଉଛି । ଏପରି ସ୍ଥଳେ ଆଖିକୁ ସୁସ୍ଥ ରଖିବା ପାଇଁ କେତେକ ଜରୁରୀ ପୋଷକ ତତ୍ତ୍ବରେ ଭରପୂର ଖାଦ୍ୟ ଉଚିତ୍ । ଭିଟାମିନ ଏ, ଭିଟାମିନ ସି, ଭିଟାମିନ ଇ, ଓମେଗା-3 ଫ୍ୟାଟି ଏସିଡ, ଲୁଟେନ, ଜିଆକ୍ସାନଥିନ, ଆଣ୍ଟିଅକ୍ସିଡାଣ୍ଟ ପ୍ରଭୃତି ଦୃଷ୍ଟି ଶକ୍ତି ଉନ୍ନତ କରିବାରେ ସହାୟକ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ସେଭଳି କିଛି ପୋଷକ ତତ୍ତ୍ବରେ ଭରପୂର ଫଳ ବିଷୟରେ କହିବୁ ଯାହାକୁ ନିୟମିତ ଖାଇଲେ ଆପଣଙ୍କ ଆଖି ସମସ୍ୟା ଦୂର ହେବ ଏବଂ ଦୃଷ୍ଟି ଶକ୍ତି ପ୍ରଖର ହୋଇପାରିବ ।

କମଳା: କମଳା ଭିଟାମିନ-ସି' ର ଏକ ସର୍ବୋତ୍ତମ ଉତ୍ସ, ଯାହା ଆଖିର ରକ୍ତବାହିକାଗୁଡିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏଥିରେ ବିଟା-କେରୋଟିନ ଥାଏ । ଏହି ପୋଷକ ତତ୍ତ୍ବ ଭିଟାମିନ-ଏରେ ପରିବର୍ତ୍ତିତ ହୋଇ ଦୃଷ୍ଟି ଶକ୍ତି ଉନ୍ନତ କରେ । କମଳା ଭଳି ଭିଟାମିନ-ସିରେ ଭରପୂର ଲେମ୍ବୁ, କାଗଜି ମଧ୍ୟ ଆଖି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ।

fruits to boost your eye health
fruits to boost your eye health (ETV Bharat)

କୋଳି: ଜାମୁକୋଳି, ଷ୍ଟ୍ରବେରୀ, ବ୍ଲୁବେରୀ ଇତ୍ୟାଦି କୋଳିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଏହା ଆଖିକୁ ସୁସ୍ଥ ରଖେ । ବୟସ ବଢିବା ଯୋଗୁଁ ଦେଖାଯାଉଥିବା ଆଖି ସମସ୍ୟା ଆଶଙ୍କା କମ୍ କରେ । ବ୍ଲୁବେରୀରେ ଥିବା ଯୌଗିକ ଆଖିକୁ ହାନିକାରକ ଅକ୍ସିଡେଟିଭ ଚାପରୁ ରକ୍ଷା କରେ ।

କିୱି: ଏଥିରେ ଭିଟାମିନ ସି, ଭିଟାମିନ ଇ ଓ ଲ୍ୟୁଟିନ ଭରପୂର ମାତ୍ରାରେ ଥାଏ । ଏହା ଦୃଷ୍ଟି ଶକ୍ତି ବଢାଇବା ସହ ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ତେଣୁ ନିଜ ଡାଏଟରେ କିୱି ସାମିଲ କରନ୍ତୁ । ଉତ୍ତମ ଦୃଷ୍ଟି ଶକ୍ତି ବଜାୟ ରଖିବାରେ ଏହା ଏକ ଉପଯୁକ୍ତ ଫଳ । କିୱିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ମିଳୁଥିବାରୁ ଆଖିକୁ ଅକ୍ସିଡେଟିଭ କ୍ଷତିରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ବୟସ ଜନିତ ଦୃଷ୍ଟି ଶକ୍ତି ସମସ୍ୟା ହ୍ରାସ କରେ ।

ଅମୃତଭଣ୍ଡା: ଆଖିକୁ ସୁସ୍ଥ ରଖିବା ପାଇଁ ଅମୃତଭଣ୍ଡା ଖୁବ୍ ଲାଭଦାୟକ । ଏଥିରେ ପ୍ରଚୁର ମାତ୍ରାରେ ବିଟା-କେରୋଟିନ, ଭିଟାମିନ ସି ଓ ଇ ମିଳେ । ନିୟମିତ ଅମୃତଭଣ୍ଡା ଖାଇବା ଦ୍ବାରା ବୟସାଧିକ ଜନିତ ଦୃଷ୍ଟି ଶକ୍ତି ସମସ୍ୟା କମ୍ ହୋଇଥାଏ ।

ଆମ୍ବ: ଆଖି ସ୍ବାସ୍ଥ୍ୟ ପାଇଁ ଆମ୍ବ ମଧ୍ୟ ଏକ ଉପଯୁକ୍ତ ଫଳ । ଏଥିରେ ଥିବା ଭିଟାମିନ ଏ ଓ ବିଟା-କେରୋଟିନ ଶୁଷ୍କ ଆଖି (Dry eye) ସମସ୍ୟା ରୋକିଥାଏ ଏବଂ ଦୃଷ୍ଟି ଶକ୍ତି ଉନ୍ନତ କରିଥାଏ ।

ତରଭୁଜ: ତରଭୁଜ କେବଳ ପାଟିକୁ ସୁଆଦିଆ ଲାଗେନି ବରଂ ଆଖିକୁ ମଧ୍ୟ ସୁସ୍ଥ ରଖିଥାଏ । ତରଭୁଜରେ ଲାଇକୋପିନ ଓ ଭିଟାମିନ ସି ଥାଏ ଯାହା ଆଖିକୁ ଅତିବାଇଗଣୀ ରଶ୍ମି (UV) ଜନିତ କ୍ଷତିରୁ ରକ୍ଷା କରିପାରେ।

ଆଭୋକାଡୋ: ଏହା ଲୁଟେନ, ଜିଆକ୍ସାନଥିନ, ଭିଟାମିନ ଇ'ର ଏକ ଭଲ ଉତ୍ସ । ଏହା ଚକ୍ଷୁ ସ୍ବାସ୍ଥ୍ୟ ବଜାୟ ରଖେ ଏବଂ ବୟସାଧିକ ଜନିତ ଚକ୍ଷୁ ସମସ୍ୟାକୁ ହ୍ରାସ କରିଥାଏ । ଏହିସବୁ ଫଳ ବ୍ୟତୀତ ଗାଜର, କନ୍ଦମୂଳ, ବ୍ରୋକଲି, ଶାଗ, ସବୁଜ ପତ୍ରଯୁକ୍ତ ପନିପରିବା, ମାଛ, ଅଣ୍ଡା, ଡ୍ରାଏ ଫ୍ରୁଟ୍ସ ଇତ୍ୟାଦି ସେବନ ଦ୍ବାରା ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ ।

Ref- https://irp.nih.gov/our-research/research-in-action/how-to-feast-for-your-eyes

ଏହା ମଧ୍ୟ ପଢନ୍ତୁ: କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି କି ? ଏହି ଭୁଲ ପଡିପାରେ ଭାରି

ଏହା ମଧ୍ୟ ପଢନ୍ତୁ: ମଳରେ ରକ୍ତ ପଡିବା କେବଳ ମଳକଣ୍ଟକ ନୁହେଁ, ହୋଇପାରେ ଏହି କ୍ୟାନ୍ସର

(Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.