ଓଡିଶା

odisha

ETV Bharat / videos

ଛତ୍ରପୁରକୁ ମ୍ୟୁନିସିପାଲଟି ମାନ୍ୟତା ମିଳିବା ପରେ ବିଜେପି ପକ୍ଷରୁ ଉତ୍ସବ ପାଳନ - Chhatrapur Municipality Status

By ETV Bharat Odisha Team

Published : Feb 25, 2024, 11:02 PM IST

ବ୍ରହ୍ମପୁର: ବିଳମ୍ବରେ ହେଲେ ମଧ୍ୟ ଓଡିଶା ହାଇକୋର୍ଟର ନିର୍ଦେଶକୁ ରାଜ୍ୟ ସରକାର ପାଳନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲଟି ମାନ୍ୟତା ପାଇବା ପରେ ଏହାକୁ ନେଇ ସବୁଠି ଖୁସିର ମାହୋଲ ସୃଷ୍ଟି ହୋଇଛି । ଏହାକୁ ନେଇ ଛତ୍ରପୁର ଏନ୍.ଏ.ସି ର ଅଧ୍ୟକ୍ଷା ଶ୍ରମିଷ୍ଠା ପ୍ରଧାନ କେକ୍ କାଟି ଏହାକୁ ସେଲିବ୍ରେସନ କରିବା ସହିତ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ୨୦୧୮ ମସିହାରୁ ଓଡିଶା ହାଇକୋର୍ଟର ନିର୍ଦ୍ଦେଶ ଦେଇଥିବା ବେଳେ ତାହାକୁ ଶେଷରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବାରୁ ଉଭୟ ହାଇକୋର୍ଟ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହିତ ସେ ଛତ୍ରପୁର ବାସିନ୍ଦାଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲି ତାହା ପୂରଣ ହୋଇଛି  । 

ଏହା ମଧ୍ୟ ପଢନ୍ତୁ... ମାର୍ଚ୍ଚରେ ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା: ଅଜୟ କୁମାର

ଏହା ସହିତ ଛତ୍ରପୁର ସହରକୁ ଆହୁରି ସୁନ୍ଦର କରିବା ପାଇଁ ସହରବାସିନ୍ଦାଙ୍କ ସହଯୋଗ କାମନା କରିଛନ୍ତି । ସେପଟେ ଏହାକୁ ନେଇ ବିଜେପି ଦଳର ନେତୃବୃନ୍ଦ ମାନେ ଦୀର୍ଘ ବର୍ଷ ଧରି ଦଳ ପକ୍ଷରୁ ଏହାକୁ ନେଇ ଅନେକବାର ଉଦ୍ୟମ କରାଯାଇଥିବା କହିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସହର ମ୍ୟୁନିସପାଲଟି ମାନ୍ୟତା ପାଇବା ଛତ୍ରପୁର ସହରବାସୀଙ୍କ ବିଜୟ ବୋଲି କହିଛନ୍ତି ବିଜେପି ନେତା କୃଷ୍ଣ ନାୟକ । ସେପଟେ ୧୯୫୪ ମସିହାରେ ଛତ୍ରପୁର ସହର ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପାଇଥିବା ବେଳେ ୧୯୯୨ ମସିହାରେ ଛତ୍ରପୁର ସହରର ରିକାପଲ୍ଲୀ ଠାରେ ମାର୍କେଟ କମ୍ପ୍ଲେକ୍ସ ଉଦଘାଟନ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରଷ ସ୍ବର୍ଗତ ବିଜୁ ପଟ୍ଟନାୟକ ତତକାଳୀନ ଛତ୍ରପୁରର ଅଧ୍ୟକ୍ଷ ସ୍ବର୍ଗତ ଦୁର୍ଯ୍ୟୋଧନ ସାହୁଙ୍କ ଉପସ୍ଥିତିରେ ମ୍ୟୁନିସପାଲଟି ମାନ୍ୟତା ପାଇବା ଦରକାର ବୋଲି ସେହି ସମୟରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ କହିଥିବା ବିଷୟକୁ ଉପସ୍ଥାପନ କରିଛନ୍ତି ଛତ୍ରପୁରର ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ପ୍ରଦୀପ କୁମାର ପାଢୀ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details