ଓଡିଶା

odisha

ETV Bharat / videos

ଶଙ୍ଖ ଧରିଲେ ପୂର୍ବତନ ବିଜେପି ବିଧାୟକ କୁମରମଣି ଶବର - Kumarmani Sabar joined BJD

By ETV Bharat Odisha Team

Published : May 3, 2024, 9:21 PM IST

BJD Joining Program: ଭବାନୀପାଟଣା: ବଢୁଛି ବିଜେଡିର ଶକ୍ତି । ଦଳରେ ସାମିଲ ହେଉଛନ୍ତି ଅନେକ ପୁରୁଖା ନେତା । ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ଦଳ ଡିଆଁ ମଧ୍ୟ ସେତିକି ଜୋରରେ ବୃଦ୍ଧି ପାଇବାରେ ଲାଗିଛି । ଯାହାକି କଳାହାଣ୍ଡି ରାଜନୀତିକୁ ବେଶ ସରଗରମ କରୁଛି । ଆଜି ବିଜେପିରୁ ମୁହଁ ଫେରାଇ ନେଇ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ବିଜେପି ବିଧାୟକ କୁମରମଣି ଶବର । ତାଙ୍କ ସହ କେସିଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ସନ୍ତୋଷ ସାହୁ, କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ପବିତ୍ର ଭୋଇ ମଧ୍ୟ ଆଜି ବିଜେଡିରେ ସାମିଲ ହୋଇଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ.. ସକାଳେ ବିଜେପି ଛାଡିଥିଲେ, ଏବେ ବିଜେଡିରେ ମିଶିଲେ; ଶଙ୍ଖ ଫୁଙ୍କିଲେ ଅଭିନେତ୍ରୀ ଜିନା ସାମଲ - Zeena Samal Join BJD

କୁମରମଣି ଶବର ଶିକ୍ଷକତା ଛାଡି ୧୯୮୫ ମସିହାରେ ରାଜନୀତିକୁ ଆସିଥିଲେ । ପ୍ରଥମ ଥର ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇ ବିଜୟ ହୋଇଥିଲେ । ଏହାପରେ ବ୍ଲକ ଅଧକ୍ଷ ଓ ତା ପରେ ସରପଞ୍ଚ ହୋଇ ରାଜନୀତିରେ ବେଶ ସକ୍ରିୟ ଭୂମିକା ଅଂଶ ଗ୍ରହଣ କରି ପରେ ବିଜେପିରେ ସାମିଲ ହୋଇଥିଲେ । ଦୀର୍ଘ ବର୍ଷ ଧରି ବିଜେପିରେ ରହି କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ତାଙ୍କୁ ଦଳ ଅଣଦେଖା କରିଥିବାରୁ ବିଜେପିରୁ ଇସ୍ତଫା ଦେଇ ଆଜି ବିଜେଡିରେ ସାମିଲ ହୋଇଛନ୍ତି କୁମରମଣି ଶବର । ଆଜି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଉପସ୍ଥିତ ରହିଥିବା ବେଳେ ପୂର୍ବତନ ବିଧାୟକ କୁମର ମଣି ଶବରଙ୍କୁ ଦଳକୁ ସ୍ଵାଗତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details