ଓଡିଶା

odisha

ETV Bharat / videos

ବାତ୍ୟାରେ ଜନ୍ମ ନେଲା ପୁଅ, ପରିବାର ଲୋକେ ନାମକରଣ କଲେ 'ଦାନା'

By ETV Bharat Odisha Team

Published : 4 hours ago

ଭଦ୍ରକ: ବାତ୍ୟା ଦାନରେ ଜନ୍ମ ହେଲା ପୁଅ । ସେଇ ପୁଅ ବଡ଼ ହେଲେ ବାପା ମାଆଙ୍କ ମୁହଁରେ ଦାନା ଦେବ । ସେଥିପାଇଁ ପରିବାର ଲୋକେ ତାର ନାଁ ଦେଇଛନ୍ତି ଦାନା । ସୂଚନା ଅନୁଯାୟୀ ବାତ୍ୟା 'ଦାନା' ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଗର୍ଭବତୀ ମହିଳାମାନଙ୍କୁ ଅଧିକ ଗୁରୁତ୍ୱ ଦେଇଥିବା ଦେଖିବାକୁ ମିଳିଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ବର୍ଷା ଏବଂ ପଵନ ବେଗ ବଢିବା ଦେଖି ପ୍ରଶାସନ ପକ୍ଷରୁ ଧାମନଗର ବ୍ଲକ ରଇପୁର ପଞ୍ଚାୟତ କଣ୍ଟିକା ଗ୍ରାମର ଶୁଭ ମଲ୍ଲିକ ନାମକ ଜଣେ ମହିଳାଙ୍କୁ ଆଗୁଆ ଆଣି ଧୂଷୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । 

ଏପରି ସ୍ଥଳେ, ବାତ୍ୟା ସମୟରେ ଶୁଭଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ମେଡ଼ିକାଲ ପକ୍ଷରୁ ପ୍ରସବ କରାଇବା ପରେ ଉଭୟ ମା' ଏବଂ ଶିଶୁ ସୁସ୍ଥ ଥିବା ବେଳେ ପରିବାର ଲୋକ ବୋହୁତ ଖୁସି ଅଛନ୍ତି । ଅନ୍ୟପକ୍ଷରେ ଯେହେତୁ ବାତ୍ୟା 'ଦାନା' ତାଣ୍ଡବଲୀଳା ରଚୁଥିବା ବେଳେ ପୁତ୍ର ସନ୍ତାନଟି ଜନ୍ମ ହୋଇଛି, ଏଇ ପୁଅ ବଡ ହେଲେ ବାପା ମାଆଙ୍କ ମୁହଁରେ ଦାନା ଦେବ ବୋଲି ଅବିହିତ କରିଛନ୍ତି ପରିବାର ଲୋକେ । ସେଥିପାଇଁ ପରିବାର ଲୋକେ ନବଯାତ ଶିଶୁପୁତ୍ରର ନାମକରଣ ବାତ୍ୟା ଦାନା ଅନୁଯାୟୀ 'ଦାନା' ରଖିଥିବା କହିଛନ୍ତି ।

ପ୍ରକାଶ ଥାଉକି କି, ବାତ୍ୟା 'ଦାନା' କବଳରୁ ରକ୍ଷା କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦୩ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୬୭ ଜଣ ଆସନ୍ନ ପ୍ରସବ ମହିଳାଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖା ଯାଇଥିଲା । ତେବେ ଏହି ଆସନ୍ନପ୍ରସବ ମହିଳାଙ୍କ ମଧ୍ୟରୁ ୭୮ ଜଣଙ୍କ ସୁରକ୍ଷିତ ଭାବେ ପ୍ରସବ ହୋଇଥିବା ବେଳେ ଏବେ ସମସ୍ତ ପ୍ରସ୍ତୁତି ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସୁସ୍ଥ ଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ବେଳେ ଜନ୍ମ ନେଲା ଶିଶୁପୁତ୍ର, ନାମକରଣ ହେଲା 'ଦାନା'

ଏହା ମଧ୍ୟ ପଢ଼ନ୍ତୁ...ଆଶା ଦିଦି ଶିବାନୀଙ୍କ ସହ କଥାହେଲେ ମୋହନ ମାଝୀ; ଭଲ କାମ ପାଇଁ ପ୍ରଶଂସା କଲେ, ମିଳିବ ଘର ଓ ଅନ୍ୟାନ୍ୟ ସହାୟତା


ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details